Hindi News >>Home >>Odisha Politics

Maharashtra Cabinet Expansion: ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀ ତାଲିକା, ତାଲିକାରୁ ବାଦ ପଡି଼ଲେ ବରିଷ୍ଠ ବିଧାୟକ

Maharashtra Politics: କ୍ୟାବିନେଟ ବିସ୍ତାର ପାଇଁ ସିନ୍ଦେ ଦଳ ଦ୍ୱାରା ପ୍ରସ୍ତୁତ ସୂତ୍ର ପ୍ରଭାବଶାଳୀ ହେବାକୁ ଯାଉଛି। ଏହି ସୂତ୍ରରେ ଉଲ୍ଲେଖ କରାଯାଇଛି ଯେ କେଉଁ ଦଳ କେତେ ମନ୍ତ୍ରୀ ପଦ ପାଇବେ।   

Advertisement
Maharashtra Cabinet Expansion: ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀ ତାଲିକା, ତାଲିକାରୁ ବାଦ ପଡି଼ଲେ ବରିଷ୍ଠ ବିଧାୟକ
Stop
Subhramjit Ray|Updated: Aug 04, 2022, 10:58 PM IST

Eknath Shindes Cabinet Expansion: ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍ ବିସ୍ତାରଜୁ ନେଇ ଜାରି ରହିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଅଗଷ୍ଟ ୫ ତାରିଖ ଶୁକ୍ରବାର ହେବାକୁ ଯାଉଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟ ସମ୍ପ୍ରସାରଣ। ବହୁ ବିଚାର ବିମର୍ଶ ପରେ ବିଜେପି ଏହଂ ଶିବସେନା ସିନ୍ଦେ ଗୋଷ୍ଠୀ ମଧ୍ୟରେ ମନ୍ତ୍ରୀ ବଣ୍ଟନ ଉପରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଜେପି କୋଟାରୁ ୮ ଏବଂ ସିନ୍ଦେ ଗୋଷ୍ଠୀରୁ ୭ ଜଣ ମନ୍ତ୍ରୀ ଦେବେ।ଏହି ତାଲିକାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ସରକାରରେ ମନ୍ତ୍ରୀ ରହିଥିବା ବହୁ ବରିଷ୍ଠ ବିଧାୟକଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ। 

ବିଜେପି କୋଟାରୁ ହେବାକୁ ଥିବା ମନ୍ତ୍ରୀ

  • ଚନ୍ଦ୍ରକାନ୍ତ ପାଟିଲ
  • ସୁଧୀର ମୁଙ୍ଗଟିୱାର୍
  • ଗିରୀଶ ମହାଜନ
  • ପ୍ରବୀଣ ଦାରେକର
  • ରାଧାକୃଷ୍ଣ ବିଖେ ପାଟିଲ
  • ରବି ଚହ୍ୱାଣ
  • ବବନ ରାଓ ଲୋଣିକର
  • ନୀତେଶ ରାଣେ 

ଶିବସେନା ସିନ୍ଦେ ଗୋଷ୍ଠୀରୁ ହେବାକୁ ଥିବା ମନ୍ତ୍ରୀ

  • ଦାଦା ଭୁସେ
  • ଉଦୟ ସାମନ୍ତ
  • ଦୀପକ କେସରକର 
  • ଶମ୍ଭୁରାଜେ ଦେଶାଇ
  • ସନ୍ଦୀପନ୍ ଭୁମରେ
  • ସଞ୍ଜୟ ସିରସାଟେ
  • ଅବଦୁଲ ସତ୍ତାର
  • ବାଚୁ କଡ୍ଡୁ କିମ୍ବା ରବି ରାଣା (ସ୍ୱାଧିନ ବିଧାୟକ)

Also Read: Maharashtra Politics: କେବେ ହେବ କ୍ୟାବିନେଟ ବିସ୍ତାର? ସାମ୍ନାକୁ ଆସିଲା ବଡ଼ ଖବର

ବିଜେପି ସମର୍ଥନରେ ସରକାର ଗଠନ କରିଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କ (Rebel MLA Shiv Sena Leader) ନେତା ଏକନାଥ ସିନ୍ଦେ ଗତ ଜୁନ ୩୦ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM Eknath Shinde) ଭାବେ ଶପଥ ଗ୍ରହଣ କରିଥଲେ। ପ୍ରାୟ ଏକ ମାସ ପରେ ବର୍ତ୍ତମାନ କ୍ୟାବିନେଟ୍ ବିସ୍ତାର ହେଉଛି। ଏହାପୂର୍ବରୁ ବିରୋଧି ଦଳ କ୍ୟାବିନେଟ ଗଠନ କରିବାକୁ ନେଇ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ରାଜ୍ୟରେ ମନ୍ତ୍ରୀମଣ୍ଡଳ ଗଠନ ନ କରି ମୁଖ୍ୟମନ୍ତ୍ରୀ ଏତନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ୭୫୧ ରୁ ଅଧିକ ସରକାରୀ ନିର୍ଦ୍ଦେଶନାମା ଜାରି କରି ସାରିଛନ୍ତି। ସେଥିମଧ୍ୟରୁ ୧୦୦ ରୁ ଅଧିକ ଆଦଶ କେବଳ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଜଡି଼ତ। ଏହା ପୂର୍ବରୁ ଶିବସେନା ବିଦ୍ରୋହ ହେବାର ୪ ଦିନ ମଧ୍ୟରେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ୧୮୭ ଟି  ସରକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ।

ସରକାର ଗଠନ ପରେ କ୍ୟାବିନେଟ୍ ବିସ୍ତାର ନ କରିବାକୁ ସିନ୍ଦେ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧି ଏନସିପି-କଂଗ୍ରେସ। କ୍ୟାବିନେଟ ବିସ୍ତାର ପାଇଁ ସିନ୍ଦେ ଦଳ ଦ୍ୱାରା ପ୍ରସ୍ତୁତ ସୂତ୍ର ପ୍ରଭାବଶାଳୀ ହେବାକୁ ଯାଉଛି। ଏହି ସୂତ୍ରରେ ଉଲ୍ଲେଖ କରାଯାଇଛି ଯେ କେଉଁ ଦଳ କେତେ ମନ୍ତ୍ରୀ ପଦ ପାଇବେ। 

 

 

Read More
{}{}