Hindi News >>Home >>Odisha Politics

Maharashtra Politics: ଏକନାଥ ସିନ୍ଦେଙ୍କୁ ନେଇ ଏକ ବଡ଼ ଖୁଲାସା କଲେ ଆଦିତ୍ୟ ଠାକରେ

Maharashtra Politics: ଦଳ ବିରୋଧରେ ବିଦ୍ରୋହ କରି  ସେ  ରାଜ୍ୟ ଛାଡି ପଳାୟନ କରିବା ଅପେକ୍ଷା ଦଳ ସାମ୍ନାରେ ରହି ସେ ତାଙ୍କ ଦାବି ଉପସ୍ଥାପନ କରିବାର ଥିଲା।  

Advertisement
Maharashtra Politics: ଏକନାଥ ସିନ୍ଦେଙ୍କୁ ନେଇ  ଏକ ବଡ଼ ଖୁଲାସା କଲେ ଆଦିତ୍ୟ ଠାକରେ
Stop
Subhramjit Ray|Updated: Jun 29, 2022, 06:47 PM IST

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ବାବଦରେ ଏକ ବଡ଼ ଖୁଲାସା କରିଛନ୍ତି ଶିବସେନା ଯୁବସେନା ଅଧ୍ୟକ୍ଷ ଆଦିତ୍ୟ ଠାକରେ। ଏନେଇ ସେ କହିଛନ୍ତି ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲେ ହେଲେ ସେତେବେଳେ ଏକନାଥ ସିନ୍ଦେ କାନ୍ଦିବାକୁ ଲାଗିଲେ।  ଏହାର କିଛି ଦିନ ପରେ ସେ ବିଦ୍ରୋହ କଲେ। 

ଗତ ମେ ୨୦ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ଫୋନ କରିଥିଲେ। ସେତେବେଳେ ସେ ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲେ। ହେଲେ ସେତେବେଳେ ସେ ନାଟକ କରିଥିଲେ ଏବଂ କାନ୍ଦିବାକୁ ଲାଗିଥଲେ। ଏହାର ଠିକ୍ ଏକ ମାସକ ପରେ ସେମାନେ ବିଦ୍ରୋହ କଲେ। ହେଲେ ସେମାନେ (ସିନ୍ଦେ ଗୋଷ୍ଠୀ) ତାହା କରିବାକୁ ସକ୍ଷମ ନଥିଲେ। ଦଳରେ ବିଦ୍ରୋହ ହୋଇନାହିଁ। ଏହା ହେଉଛି ବିଚ୍ଛିନ୍ନତାବାଦ। ସେମାନେ ଏହି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅସୁସ୍ଥତାର ଫାଇଦା ଉଠାଇଥିଲେ। 

ନିକଟରେ ଦଳୀୟ କର୍ମକର୍ତ୍ତାଙ୍କୁ  ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଏହି ମନ୍ତବ୍ୟ ଦେଇଛନ୍ତି। ଗତ ସପ୍ତାହରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ  ସିନ୍ଦେ ଦଳ ବିରୋଧରେ ବିଦ୍ରୋହ କରିଥିଲେ। ଅଧିକାଂଶ ଶିବସେନା ବିଧାୟକ ଏବେ ତାଙ୍କ ସହ ଅଛନ୍ତି। ସେମାନେ ସମସ୍ତେ ପ୍ରାୟ ଏକ ସପ୍ତାହ ଧରି ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରୁଥିଲେ। ତାଙ୍କର ଏହି ପଦକ୍ଷେପ କାରଣରୁ ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଆଗାଡି ସରକାରର ସ୍ଥାୟୀତ୍ୱ ଉପରେ ଏବେ ବିପଦ ମାଡ଼ି ଆସିଛି। ଏହି ସରକାରରେ କଂଗ୍ରେସ-ଏନସିପି ଭଳି ସହଯୋଗୀ ଅନ୍ତର୍ଭୂକ୍ତ ରହିଛନ୍ତି।

ଦଳ ବିରୋଧରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ବିଦ୍ରୋହ ସମ୍ପର୍କରେ ପ୍ରତିକ୍ରିୟା ରଖି ଆଦିତ୍ୟ ଠାକରେ କହିଛନ୍ତି ମେ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ତାଙ୍କ ସରକାରୀ ବାସଭବନକୁ ଡାକି ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ତାଙ୍କୁ ପଚାରିଥିଲେ। ହେଲେ ସେତେବଳେ ଏକନାଥ ସିନ୍ଦେ ଏହି ପ୍ରସଙ୍ଗକୁ ସ୍ଥଗିତ ରଖିଥିଲେ। ହେଲେ ଏହାର ମାସକ ପରେ ଜୁନ୍ ୨୦ ତାରିଖରେ ଯାହା ଘଟିବାର ଥିଲା ତାହା ଘଟିଗଲା। ଦଳ ବିରୋଧରେ ବିଦ୍ରୋହ କରି  ସେ  ରାଜ୍ୟ ଛାଡି ପଳାୟନ କରିବା ଅପେକ୍ଷା ଦଳ ସାମ୍ନାରେ ରହି ସେ ତାଙ୍କ ଦାବି ଉପସ୍ଥାପନ କରିବାର ଥିଲା।  

ଅନ୍ୟପଟେ ଦଳୀୟ ମୁଖପତ୍ର ସାମନା ଦ୍ୱାରା ପ୍ରକାଶିତ ସାପ୍ତାହିକ ସ୍ତମ୍ଭରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ଏକନାଥ ସିନ୍ଦେ ଶିବସେନା ଦଳ ସହ ରହିଥାନ୍ତେ ତାହେଲେ ତାଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବାର ଏକ ଭଲ ସୁଯୋଗ ରହିଥିଲା। ଯଦି ବିଜେପି ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ପଦବୀ ପ୍ରତି ପ୍ରତିଶୃତି ଦେଇ ନିଜ କଥାରୁ ହଟିନଥାନ୍ତା ତାହେଲେ ସିନ୍ଦେ ଶିବସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ବିଜେପି ହାତ ଧରିବାକୁ ଚାହୁଁଛନ୍ତି।

Also Read: ଧୋକ୍କାବାଜ କେବେ ଜିତନ୍ତି ନାହିଁ: ଆଦିତ୍ୟ ଠାକରେ

 

Read More
{}{}