Hindi News >>Home >>Odisha Politics

Maharashtra Politics: ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଆଦିତ୍ୟ ଠାକେରଙ୍କ କଟାକ୍ଷ, କହିଲେ...

Aditya Thackeray on Rebel ShivSena MLA: ଶିବସେନା ଠାକରେ ଗୋଷ୍ଠୀ, ଏନସିପି ଏବଂ କଂଗ୍ରେସ ବିଧାୟକ ଏହି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସିନ୍ଦେ ଗୋଷ୍ଠୀର ବିଧାୟକ ବିଧାନ ଭବନକୁ ଯାଉଥିଲେ। ସେମାନଙ୍କୁ ଦେଖିବା ପରେ ବିରୋଧି "ଆସିଲେରେ ଆସିଲେ ଗଦ୍ଦାର ଆସିଲେ" ବୋଲି ସ୍ଲୋଗାନ ଦେଇଥିଲେ।

Advertisement
Maharashtra Politics: ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଆଦିତ୍ୟ ଠାକେରଙ୍କ କଟାକ୍ଷ, କହିଲେ...
Stop
Subhramjit Ray|Updated: Aug 17, 2022, 06:17 PM IST

Aditya Thackeray on Rebel ShivSena MLA: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ସଂଘର୍ଷ ବନ୍ଦ ହେବାର ନାଁ ଧରୁନାହିଁ। ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ୨ ଗୋଷ୍ଠୀ ଶିବସେନା ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ବାକ୍ୟଯୁଦ୍ଧ। ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି ଉଭୟ ସିନ୍ଦେ-ଠାକରେ ଗୋଷ୍ଠୀର ବିଧାୟକ। ଯେତେବେଳେ ସିନ୍ଦେ ଗୋଷ୍ଠୀର ବିଧାୟକ ବିଧାନସଭା ଆସୁଥିଲେ ସେତେବେଳେ ସେମାନଙ୍କୁ କଟାକ୍ଷ କରି ଠାକରେ ଗୋଷ୍ଠୀ "ଆସିଲେରେ ଆସିଲେ ଗଦ୍ଦାର ଆସିଲେ" ବୋଲି ନାରା ଦେଇଥିଲା। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବିରୋଧି ଦଳ ବିଧାନସଭା ବାହାରେ ଆକ୍ରମଣାତ୍ମକ ଦେଖାଯାଉଥିଲେ। ମହାରାଷ୍ଟ୍ରରେ ବିଜେପି ସମର୍ଥନରେ ସିନ୍ଦେ ଗଠିତ ହେବା ପରେ  ବିଧାନସଭା ଅଧିବେଶନକୁ ସାମ୍ନା କରିଛି।
 
ଏହି ସମୟରେ ବିରୋଧି ଦଳ (Maharashtra Opposition Party) ବିଧାନ ଭବନ (Maharashtra Vidhan Bhavan) ପାହାଚ ଉପରେ ସ୍ଲୋଗାନ ଦେଇଥିଲେ। ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସ୍ଲୋଗାନ ଦେଇଥିଲେ ବିରୋଧି। ଶିବସେନା ଠାକରେ ଗୋଷ୍ଠୀ (Shiv Sena Thackeray faction), ଏନସିପି (NCP) ଏବଂ କଂଗ୍ରେସ (Congress) ବିଧାୟକ ଏହି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସିନ୍ଦେ ଗୋଷ୍ଠୀର ବିଧାୟକ (Shiv Sena Shinde Faction MLA) ବିଧାନ ଭବନକୁ ଯାଉଥିଲେ। ସେମାନଙ୍କୁ ଦେଖିବା ପରେ ବିରୋଧି "ଆସିଲେରେ ଆସିଲେ ଗଦ୍ଦାର ଆସିଲେ" ବୋଲି ସ୍ଲୋଗାନ ଦେଇଥିଲେ।

ବିରୋଧି ଦଳଙ୍କ ଦ୍ୱାରା କରାଯାଉଥିବା ଏହି ଆନ୍ଦୋଳନରେ ଶିବସେନା ଯୁବ ଶାଖା ଆଦିତ୍ୟ ଠାକରେ (Aditya Thackeray) ଭାଗ ନେଇଥିଲେ। ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଆମେ ଗଣତନ୍ତ୍ରର ହତ୍ୟାକାରୀଙ୍କ ବିରୋଧରେ ଛିଡା ହୋଇଛୁ। ଏହା ଏକ ଦେଶଦ୍ରୋହୀ ସରକାର। ଏହି ସରକାର ଗାଦିଚ୍ୟୁତ ହେବା ସୁନିଶ୍ଚିତ। କ୍ୟାବିନେଟ୍ ସମ୍ପ୍ରସାରଣରେ ହୋଇଥିବା ବିଭାଗ ବଣ୍ଟନକୁ ଆଦିତ୍ୟ ଠାକରେ ସମାଲୋଚନା କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଯେଉଁମାନେ ମହବିକାଶ ଅଘାଡ଼ି ସରକାରରେ ମନ୍ତ୍ରୀ ଥିଲେ ସେମାନେ ଏବେ ଏହି ଦେଶଦ୍ରୋହୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  କେତେକ ପୂର୍ବ ଅପେକ୍ଷା କମ୍ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯାଇଛି। ଯେଉଁମାନେ ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ ଏବଂ ଯେଉଁମାନେ ପ୍ରଥମ ବିଦ୍ରୋହରେ ସାମିଲ ହୋଇଥିଲେ ସେମାନେ କିଛି ପାଇଲେ ନାହିଁ।

Also Read: Maharashtra Politics: ଏକନାଥ ସିନ୍ଦେଙ୍କ ସହ ମୁକାବିଲା କରିବା ଲାଗି ଅଣ୍ଟାଭିଡ଼ିଲେ ଉଦ୍ଧବ ଠାକରେ

ଆଦିତ୍ୟ ଠାକରେ କହିଛନ୍ତି ଦେଶଦ୍ରୋହୀ ସିନ୍ଦେ ଗୋଷ୍ଠୀ ପୁଣି ଥରେ ଦର୍ଶାଇଛନ୍ତି ଯେ ବିଶ୍ୱସ୍ତତା ପାଇଁ କୌଣସି ସ୍ଥାନ ନାହିଁ। ସ୍ୱାଧୀନଙ୍କ ପାଇଁ କୌଣସି ସ୍ଥାନ ନାହିଁ। ମହିଳାଙ୍କ ପାଇଁ ସ୍ଥାନ ନାହିଁ ଏବଂ ମୁମ୍ବାଇ ବାସିନ୍ଦାଙ୍କ କୌଣସି ପାଇଁ ସ୍ଥାନ ନାହିଁ।  ଯେଉଁ ଲୋକଙ୍କ ବିଶ୍ୱସ୍ତତା ଜଣେ ବ୍ୟକ୍ତିଙ୍କ ସହ ନଥିଲା କିମ୍ବା ଗୋଟିଏ ଦଳ ସହ ନଥିଲା ସେମାନେ କିପରି ଏଭଳି ଲୋକଙ୍କ ସହ ରହିପାରିବେ. ସେମାନେ ସେଠାକୁ ଯାଇ କିଛି ପାଇଲେ ନାହିଁ।

Read More
{}{}