Hindi News >>Home >>Odisha Politics

ଆଦିତ୍ୟ ଠାକରେଙ୍କ ଯିବ ବିଧାୟକ ପଦ!

Maharashtra Politics: ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିସାରିଛନ୍ତି । ଆସ୍ଥା ଭୋଟରେ ସରକାରଙ୍କ ସପକ୍ଷରେ ୧୬୪ ଭୋଟ୍ ପଡ଼ିଥିବାବେଳେ ବିରୋଧରେ ୯୯ ଭୋଟ ପଡ଼ିଥିଲା । ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ପଡ଼ିଥିବା ଭୋଟ୍ ମଧ୍ୟରୁ ଗୋଟିଏ ହେଉଛି ଆଦିତ୍ୟ ଠାକରେ (Aaditya Thackeray) ଙ୍କ । ତାଙ୍କୁ

Advertisement
ଆଦିତ୍ୟ ଠାକରେଙ୍କ ଯିବ ବିଧାୟକ ପଦ!
Stop
Zee Odisha Desk|Updated: Jul 04, 2022, 03:56 PM IST

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିସାରିଛନ୍ତି । ଆସ୍ଥା ଭୋଟରେ ସରକାରଙ୍କ ସପକ୍ଷରେ ୧୬୪ ଭୋଟ୍ ପଡ଼ିଥିବାବେଳେ ବିରୋଧରେ ୯୯ ଭୋଟ ପଡ଼ିଥିଲା । ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ପଡ଼ିଥିବା ଭୋଟ୍ ମଧ୍ୟରୁ ଗୋଟିଏ ହେଉଛି ଆଦିତ୍ୟ ଠାକରେ (Aaditya Thackeray) ଙ୍କ । ତାଙ୍କୁ ବର୍ତ୍ତମାନ ଅଯୋଗ୍ୟତାର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ । ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କ ତରଫରୁ ଏକନାଥ ସିନ୍ଦେ ଗୋଷ୍ଠୀର ଭାରତ ଗୋଗାୱାଲେଙ୍କୁ ଶିବସେନାର ଚିଫ୍ ହ୍ୱିପ୍ ଭାବରେ ମାନ୍ୟତା ଦିଆଯାଇଛି । ଗୋଗାୱାଲେଙ୍କ ତରଫରୁ ଏକନାଥ ସିନ୍ଦେ ସରକାରଙ୍କୁ ସମର୍ଥନରେ ଭୋଟ କରିବାର ହ୍ୱିପ୍ ଜାରି କରାଯାଇଥିଲା ।

ଅନ୍ୟପକ୍ଷେ ଉଦ୍ଧବ ଠାକରେ କ୍ୟାମ୍ପ ତରଫରୁ ହ୍ୱିପ୍ ସୁନୀଲ ପ୍ରଭୁ ସରକାରଙ୍କ ବିରୋଧରେ ଭୋଟ୍ ଦେବାକୁ କହିଥିଲେ । ଏହା ଉପରେ ଉଦ୍ଧବ ଠାକରେ ଗୋଷ୍ଠୀର ୧୫ ଜଣ ବିଧାୟକ ସରକାରଙ୍କ ବିରୋଧରେ ଭୋଟ୍ କରିଛନ୍ତି । ବର୍ତ୍ତମାନ କୁହାଯାଉଛି ଯେ ବିଧାନସଭାର ବାଚସ୍ପତି ସିନ୍ଦେ ଗୋଷ୍ଠୀର ଚିଫ୍ ହ୍ୱିପଙ୍କୁ ସ୍ୱୀକୃତି ଦେଇଥିବାରୁ ତାଙ୍କ ଆଦେଶ ଉଲ୍ଲଂଘନ କରି ଆଦିତ୍ୟ ଠାକରେ ଓ ଅନ୍ୟ ୧୪ ଜଣ ଶିବସେନା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । କିନ୍ତୁ ସୁପ୍ରିମକୋର୍ଟରେ ଠାକରେ କ୍ୟାମ୍ପ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସମସ୍ତଙ୍କ ନଜର ରହିଛି, ଯେଉଁଥିରେ ସେମାନଙ୍କ ତରଫରୁ ସିନ୍ଦେ ଗୋଷ୍ଠୀର ହ୍ୱିପ୍କୁ ସ୍ୱୀକୃତି ପ୍ରଦାନ କରିବା ଉପରେ ଚ୍ୟାଲେଞ୍ଜ କରାଯାଇଛି ।

ଏହା ବି ପଢ଼ନ୍ତୁ:-ସିନ୍ଦେ ସରକାରଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ

ଏହା ବି ପଢ଼ନ୍ତୁ:-ସିନ୍ଦେ ଜିତିଲେ ଆସ୍ଥା ଭୋଟ, ଦେବେନ୍ଦ୍ର ଫଡନାଭିସଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା; ଜାଣନ୍ତୁ କ'ଣ କହିଲେ

ଉଦ୍ଧବ ଠାକରେ ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଜୁଲାଇ ୧୧ର ତାରିଖ ରଖିଛନ୍ତି । ଏହାପୂର୍ବରୁ ଶିବସେନା ଉପବାଚସ୍ପତିଙ୍କ ତରଫରୁ ଏକନାଥ ସିନ୍ଦେ ଓ ଅନ୍ୟ ୧୫ ଜଣ ବିଧାୟକଙ୍କୁ ଦିଆଯାଇଥିବା ଅଯୋଗ୍ୟତା ନୋଟିସ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ଏହି ବିଧାୟକଙ୍କ ଅଯୋଗ୍ୟତା ନୋଟିସ ସ୍ଥିର ନହେବା ପର୍ଯ୍ୟନ୍ତ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ନ ଦିଆଯାଉ । ତେବେ କୋର୍ଟ ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ ଓ ଜୁଲାଇରେ ଶୁଣାଣି ପାଇଁ କହିଥିଲେ ।

ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମସ୍ତ ସମ୍ଭାବନା ଅଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାର ପାଞ୍ଚରୁ ୬ ମାସରେ ଭାଙ୍ଗି ପାରେ । କୁହାଯାଉଛି ଯେ ଏନସିପି ବିଧାୟକ ତଥା ଦଳର ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଏସବୁ କହିଛନ୍ତି । ଶରଦ ପାୱାରଙ୍କ ସମ୍ୱୋଧନରେ ସାମିଲ ଜଣେ ନେତା କହିଛନ୍ତି ଯେ, ମହାରାଷ୍ଟ୍ରରେ ନୂତନ ଭାବେ ଗଠିତ ସରକାର ଆଗାମୀ ୫ରୁ ୬ ମାସ ମଧ୍ୟରେ ଭାଙ୍ଗି ପାରେ, ଯେଉଁଥିପାଇଁ ଆମେ ସମସ୍ତ ବିଧାୟକ ଓ ନେତାମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛୁ ।

Read More
{}{}