Hindi News >>Home >>Odisha Politics

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫର୍ମୂଲାରେ ସିନ୍ଦେ ଗୋଷ୍ଠୀକୁ ଆଣିବାକୁ ପ୍ରସ୍ତୁତ ହେଉଛି ବିଜେପି, ଜାଣନ୍ତୁ କ'ଣ ରହିଛି ପ୍ଲାନ-ବି

Maharashtra Political Crisis: ଏକନାଥ ସିନ୍ଦେ ଗୋଷ୍ଠୀ ଦାବି କରିଛି ଯେ, ସେମାନଙ୍କ ସହ ୫୦ରୁ ଅଧିକ ବିଧାୟକ ଅଛନ୍ତି । ଏଥିମଧ୍ୟରୁ ଶିବସେନାରେ ପ୍ରାୟ ୪୦ ଜଣ ବିଧାୟକ ସାମିଲ ଅଛନ୍ତି । ଏହି ୧୬ ଜଣ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଘାଡ଼ି ସରକାର ପ୍ରସ୍ତୁତି ଚଳାଇଛନ୍ତି ।

Advertisement
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫର୍ମୂଲାରେ ସିନ୍ଦେ ଗୋଷ୍ଠୀକୁ ଆଣିବାକୁ ପ୍ରସ୍ତୁତ ହେଉଛି ବିଜେପି, ଜାଣନ୍ତୁ କ'ଣ ରହିଛି ପ୍ଲାନ-ବି
Stop
Zee Odisha Desk|Updated: Jun 27, 2022, 03:23 PM IST

ମୁମ୍ୱାଇ: Maharashtra Political Crisis: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି । ବର୍ତ୍ତମାନ ସମୟରେ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ସରକାର (Maha Vikas Aghadi Govt) ରାଜନୈତିକ ସଙ୍କଟର ସାମ୍ନା କରୁଛନ୍ତି । ଏକନାଥ ସିନ୍ଦେ (Eknath Shinde) ଙ୍କ ନେତୃତ୍ୱରେ ଶିବସେନାର ବିଦ୍ରୋହୀ ବିଧାୟକମାନେ (Shiv Sena Rebel MLAs) ଗୁଆହାଟୀର ଏକ ପାଞ୍ଚ ତାରକା ହୋଟେଲରେ ଡେରା ପକାଇଛନ୍ତି । ସେପଟେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କ ଦ୍ୱାରା ପ୍ରାୟ ୧୬ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରାଯାଇଛି । ଯାହା ବିରୋଧରେ ସୁପ୍ରିମକୋର୍ଟ (Supreme Court) ରେ ଆବେଦନ କରାଯାଇଛି । ଆଜି ଏହି ମାମଲାର ଶୁଣାଣି ଜାରି ରହିଛି । 

ଏକନାଥ ସିନ୍ଦେ ଗୋଷ୍ଠୀ ଦାବି କରିଛି ଯେ, ସେମାନଙ୍କ ସହ ୫୦ରୁ ଅଧିକ ବିଧାୟକ ଅଛନ୍ତି । ଏଥିମଧ୍ୟରୁ ଶିବସେନାରେ ପ୍ରାୟ ୪୦ ଜଣ ବିଧାୟକ ସାମିଲ ଅଛନ୍ତି । ଏହି ୧୬ ଜଣ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଘାଡ଼ି ସରକାର ପ୍ରସ୍ତୁତି ଚଳାଇଛନ୍ତି । ଉପବାଚସ୍ପତି ସେମାନଙ୍କୁ ନୋଟିସ୍ ପଠାଇଛନ୍ତି । ଜବାବ ଦାଖଲ ପାଇଁ ଆଜି ହେଉଛି ଶେଷ ତାରିଖ । ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଶିବସେନା ଓ ସିନ୍ଦେ କ୍ୟାମ୍ପର ନଜର ରହିବ ।

ମହାରାଷ୍ଟ୍ରର ଏହି ସମସ୍ତ ରାଜନୈତିକ ଘଟଣାକ୍ରମରେ ବିଜେପି (BJP) ର ଭୂମିକା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ମୁଖ୍ୟ କାରଣ ହେଉଛି ବିଜେପି ଶାସିତ ରାଜ୍ୟ ଗୁଆହାଟୀରେ ବିଦ୍ରୋହୀ ବିଧାୟକଙ୍କ ଡରା ପକାଇବା । ଏଥିସହ ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ବିଜେପି ବିଧାୟକ ଓ ବିଧାନ ପରିଷଦର ସଦସ୍ୟଙ୍କ ପହଞ୍ଚିବା ପ୍ରକ୍ରିୟା ଜାରି ରହିଥିଲା । ଯାହା ପରେ ଗୋଟିଏ ପରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସରକାର ଗଠନ କରିବାର ସମ୍ଭାବନା ଖୋଜା ଚାଲିଛି । ସୂତ୍ରରୁ ପ୍ରକାଶ ଯେ ବିଜେପି ପାଖରେ ପ୍ଲାନ-ବି ରହିଛି, ଯାହା ସାହାଯ୍ୟରେ ମଧ୍ୟ ପ୍ରଦେଶରେ କମଲ ନାଥ ସରକାରଙ୍କୁ ଭଙ୍ଗା ଯାଇଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ମଧ୍ୟ ପ୍ରଦେଶର କଂଗ୍ରେସ ବିଧାୟକମାନେ ଯେପରି ଦଳ ତଥା ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇ କମଲ ନାଥଙ୍କ ସରକାରକୁ ଭାଙ୍ଗିଥିଲେ, ସେହିପରି ମହାରାଷ୍ଟ୍ରର ଶିବସେନାର ବିଦ୍ରୋହୀ ବିଧାୟକମାନେ ମଧ୍ୟ ତାହା କରିପାରନ୍ତି । ଏହି ପଦକ୍ଷେପ ସହିତ ମହା ବିକାଶ ଅଘାଡ଼ି ସରକାରଙ୍କ ପାଖରେ ସଂଖ୍ୟାବଳ ହ୍ରାସ ପାଇବ ଓ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସମର୍ଥ ହେବେ ନାହିଁ । ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର ବିଜେପି ପାଖରେ ଏକ ସୁଯୋଗ ରହିବ । ମହାରାଷ୍ଟ୍ରରେ ଉପନିର୍ବାଚନ ହେବ ଓ ବିଜେପି ଚାହିଁବ ଅଧିକାଂଶ ପ୍ରାର୍ଥୀ ଏହି ନିର୍ବାଚନରେ ଜିତି ବିଧାନ ସଭାକୁ ଆସନ୍ତୁ ।

ଏହା ବି ପଢ଼ନ୍ତୁ:-ବିଦ୍ରୋହୀ ବିଧାୟକଙ୍କୁ ଧମକାଇବା ପଡ଼ିଲା ମହଙ୍ଗା! ସଞ୍ଜୟ ରାଉତଙ୍କ ବଢ଼ିଲା ସମସ୍ୟା

ଏହା ବି ପଢ଼ନ୍ତୁ:-ନାମାଙ୍କନ ପତ୍ର ଦାଖଲ କଲେ ଯଶୱନ୍ତ ସିହ୍ନା, ଉପସ୍ଥିତି ଥିଲେ ରାହୁଲ, ଅଖିଳେଶ ସମେତ ଏସବୁ ଦଳର ନେତା

ଏହା ବି ପଢ଼ନ୍ତୁ:-ସଙ୍ଗରୁର ଆସନରେ ହୋଇଥିବା ଉପନିର୍ବାଚନରେ କାହିଁକି ହାରିଲା ​​ଆମ ଆଦମୀ ପାର୍ଟି? କାରଣ କହିଲେ ଆପ୍ ସାଂସଦ

 

 

ଆପଣଙ୍କୁ କହି ରଖୁଛୁ ଯେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ବିଦ୍ରୋହୀ ବିଧାୟକମାନେ କ୍ରମାଗତ ଭାବରେ ଦଳ ଉପରେ ଦାବି କରୁଛନ୍ତି । ସେମାନେ କହିଛନ୍ତି ଯେ ସେମାନେ ବାଲାସାହେବ ଠାକରେଙ୍କ ନୀତି ଅନୁସରଣ କରୁଥିବା ଶିବ ସୈନିକ ଅଟନ୍ତି । ବିଦ୍ରୋହୀମାନଙ୍କ ପାଇଁ ଶିବସେନା ଉପରେ ଅଧିକାର ହାସଲ କରିବାର ରାସ୍ତା ସହଜ ନୁହେଁ । ଏଭଳି ପରିସ୍ଥିତିରେ ଏହି ବିଧାୟକମାନେ ବିଧାନସଭାରେ ଏକ ପୃଥକ ଗୋଷ୍ଠୀର ଦାବି ଉପସ୍ଥାପନ କରିପାରନ୍ତି । ଏହା ପରେ ବିଜେପି ସହିତ ବୁଝାମଣା କରି ସରକାର ଗଠନ ହୋଇପାରେ । ଯଦି ସେମାନେ ମଧ୍ୟ ଏଥିରେ ବିଫଳ ହୁଅନ୍ତି, ତେବେ ଇସ୍ତଫା ଦେବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

Read More
{}{}