Hindi News >>Home >>Odisha Politics

ଉଦ୍ଧବ ସରକାର କ୍ଷମତାରେ ରହିବେ ନା ବିଜେପି ଗଢ଼ିବ ସରକାର, ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାରେ କାହାର ପଲା କେତେ ଭାରି?

Maharashtra Floor Test: ନିୟମ ଅନୁଯାୟୀ, ଯଦି ବିଧାନସଭା ଅଧିବେଶନ ଚାଲିଥାଏ, ତେବେ ବିଧାନସଭାର ବାଚସ୍ପତି ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ, କିନ୍ତୁ ଯଦି ଅଧିବେଶନ ଚାଲୁ ନାହିଁ ତେବେ ରାଜ୍ୟପାଳ ଧାରା ୧୬୩ ଅନୁଯାୟୀ ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ । 

Advertisement
ଉଦ୍ଧବ ସରକାର କ୍ଷମତାରେ ରହିବେ ନା ବିଜେପି ଗଢ଼ିବ ସରକାର, ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାରେ କାହାର ପଲା କେତେ ଭାରି?
Stop
Zee Odisha Desk|Updated: Jun 29, 2022, 10:50 AM IST

ନୂଆଦିଲ୍ଲୀ: Maharashtra Floor Test: ମହାରାଷ୍ଟ୍ର ରାଜନୀତି ପାଇଁ ଆସନ୍ତାକାଲି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ରାଜ୍ୟପାଳ ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାରଙ୍କୁ ପ୍ଲୋର୍ ଟେଷ୍ଟ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଆଦେଶ ଦେଇଛନ୍ତି । ଯାହା ପରେ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଗାଦି ସହ ତାଙ୍କ ଦଳ ଶିବସେନା (Shiv Sena) ର କମାଣ ମଧ୍ୟ ତାଙ୍କ ହାତରୁ ଯାଉଥିବାର ନଜର ଆସୁଛି । ବିଧାନସଭାରେ ଶିବସେନାର ଶକ୍ତି କ୍ରମାଗତ ଭାବେ ହ୍ରାସ ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଶିବସେନାର ୩୯ ଜଣ ବିଧାୟକ ବୃଦ୍ଧି ପାଇଛି । ଏହାସହ ୯ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଅଛନ୍ତି ଓ ୨ ଜଣ ବିଧାୟକ ପ୍ରହାର ଜନଶକ୍ତି ଦଳର ମଧ୍ୟ ରହିଛି । ଏହି ସମସ୍ତ ବିଧାୟକ ଗୁଆହାଟିର ରେଡିସନ୍ ବ୍ଲୁ ହୋଟେଲରେ ଅଛନ୍ତି । ଏବେ ସମସ୍ତଙ୍କ ନଜର ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ରହିଛି ।

ଯଦି ପ୍ଲୋର ଟେଷ୍ଟ୍ ହୁଏ ତେବେ କ'ଣ ହେବ? ପ୍ରଥମେ ଜାଣି ନେବା ପ୍ଲୋର ଟେଷ୍ଟ କ’ଣ ହୋଇଥାଏ । ଏହି ଟେଷ୍ଟରେ ସ୍ଥିର ହୋଇଥାଏ ଯେ ସରକାର ଗଠନ ପାଇଁ ବର୍ତ୍ତମାନର ଦଳ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ବଳ ଅଛି କି ନାହିଁ । ଏଥିରେ ରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ । ଏଥି ସହିତ ସୁପ୍ରିମକୋର୍ଟଙ୍କ ଆଦେଶରେ କୁହାଯାଇଛି ଯେ ରାଜ୍ୟପାଳଙ୍କୁ ଫ୍ଲୋର ଟେଷ୍ଟର ଆଦେଶ ଦେବାର କ୍ଷମତାରୁ ବଞ୍ଚିତ କରାଯାଇପାରିହେବ ନାହିଁ । ଯଦି ରାଜ୍ୟପାଳ ଅନୁଭବ କରୁଛନ୍ତି ଯେ ଗୃହରେ ସରକାରଙ୍କ ପାଖରେ ସଂଖ୍ୟା ବଳ କମ୍ ଅଛି, ତେବେ ସେ ଚାହିଁଲେ ପ୍ଲୋର୍ ଟେଷ୍ଟ କରାଇପାରିବେ ।

ନିୟମ ଅନୁଯାୟୀ, ଯଦି ବିଧାନସଭା ଅଧିବେଶନ ଚାଲିଥାଏ, ତେବେ ବିଧାନସଭାର ବାଚସ୍ପତି ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ, କିନ୍ତୁ ଯଦି ଅଧିବେଶନ ଚାଲୁ ନାହିଁ ତେବେ ରାଜ୍ୟପାଳ ଧାରା ୧୬୩ ଅନୁଯାୟୀ ଫ୍ଲୋର ଟେଷ୍ଟ ପାଇଁ ଆହ୍ୱାନ କରିପାରିବେ । ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ସମୟରେ ରାଜ୍ୟପାଳ ହିଁ ପ୍ଲୋର ଟେଷ୍ଟ ଡାକିଛନ୍ତି । କାରଣ ବର୍ତ୍ତମାନ କୌଣସି ବିଧାନସଭା ଅଧିବେଶନ ଚାଲୁନାହିଁ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କୌଣସି ରାଜନୈତିକ ଦଳକୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ୧୪୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିବ । ବର୍ତ୍ତମାନର ମହାବିକାଶ ଅଘାଡ଼ି (MVA) ସରକାର ବିଷୟରେ କହିବାକୁ ଗଲେ, ଏଥିରେ ଶିବସେନାର ୫୫ ଜଣ ବିଧାୟକ, ଏନସିପିର ୫୩ ବିଧାୟକ ଏବଂ କଂଗ୍ରେସର ୪୪ ବିଧାୟକ ଅଛନ୍ତି । ଏହା ବ୍ୟତୀତ ଏମଏନଏସ ଓ ସ୍ୱାଭିମାନ ପକ୍ଷ ଏବଂ  ରାଷ୍ଟ୍ରୀୟ ସମାଜ ପକ୍ଷର ୧-୧ ବିଧାୟକ ଏବଂ ୬ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଛି ।  ଅନ୍ୟପଟେ ବିଜେପି ପାଖରେ ୧୦୬ ବିଧାୟକ ସହ ମୁଖ୍ୟ ବିରୋଧୀ ଦଳ ଭାବେ ରହିଛି ।

ବର୍ତ୍ତମାନ ଆସନ୍ତୁ ସମୀକରଣ ବିଷୟରେ ଆଲୋଚନା କରିବା ଯାହା ଏକନାଥ ସିନ୍ଦେ ବିଦ୍ରୋହୀ ହେବା ପରେ ସୃଷ୍ଟି ହୋଇଛି । ଏକନାଥ ସିନ୍ଦେ ବିଦ୍ରୋହ କରିବା ପରେ ଏହା କୁହାଯାଉଛି ଯେ ଉଦ୍ଧବ ସରକାର ଅଳ୍ପମତକୁ ଆସିଯାଇଛନ୍ତି । କାରଣ ସିନ୍ଦେ ଦାବି କରିଛନ୍ତି ଯେ, ଶିବସେନାର ୩୯ ଜଣ ବିଧାୟକ ତାଙ୍କ ସହ ଅଛନ୍ତି । ଏହାସହ ୯ ଜଣ ସ୍ୱାଧୀନ ବିଧାୟକ ଓ ୨ ପ୍ରହାର ଜନଶକ୍ତି ପାର୍ଟି ବିଧାୟକଙ୍କ ସମର୍ଥନ ମିଳିଛି । ଏହା ସହିତ ଯଦି ବିଜେପି ଏକାଠି ହୁଏ, ତେବେ ୧୦୬ ଜଣ ବିଧାୟକଙ୍କ ସହ ବିଜେପି ହେଉଛି ସବୁଠାରୁ ବଡ ଦଳ । ତେଣୁ ଏଭଳି ପରିସ୍ଥିତିରେ ସେମାନେ ସହଜରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରି ସରକାର ଗଠନ କରିପାରିବେ ।

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କ ଗାଦି ଟଳମଳ, ଫ୍ଲୋର ଟେଷ୍ଟ୍ ଆଦେଶକୁ ନେଇ ସଞ୍ଜୟ ରାଉତ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ଅଗ୍ନି ପରୀକ୍ଷା! ଫ୍ଲୋର ଟେଷ୍ଟର ଦାବି ପରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଏହା ବି ପଢ଼ନ୍ତୁ:-ଖୋଲାଖୋଲି ଭାବେ ମୈଦାନକୁ ଓହ୍ଲାଇଲା ବିଜେପି, ରାଜ୍ୟପାଳଙ୍କୁ ଫ୍ଲୋର୍ ଟେଷ୍ଟର ଦାବି କଲେ ଦେବେନ୍ଦ୍ର ଫଡନାଭିସ

 

ଯଦି ଆମେ ସରକାରଙ୍କ ସହ ବିଧାୟକଙ୍କ ବିଷୟରେ ଆଲୋଚନା କରୁ, ତେବେ ୧୧୪ ଜଣ ବିଧାୟକ ଅଛନ୍ତି ଯେଉଁମାନେ ସରକାରଙ୍କ ସହ ଅଛନ୍ତି, ଯେଉଁଥିରେ ଏନସିପିର ୫୩, ଶିବସେନାର ୧୬ ଏବଂ କଂଗ୍ରେସର ୪୪ ଜଣ ଅଛନ୍ତି । ଅନ୍ୟପଟେ ସରକାରଙ୍କ ବିରୋଧରେ ସଂଖ୍ୟାବଳ ଅଧିକ ଦେଖାଯାଉଛି । ବିରୋଧୀ ପାଖରେ ୧୬୫ ଜଣ ବିଧାୟକ ଅଛନ୍ତି । ଯେଉଁଥିରେ ୧୦୬ ବିଜେପି, ୩୯ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଅନ୍ୟ ୨୦ ଜଣ ବିଧାୟକ ସରକାରଙ୍କ ବିରୋଧରେ ନଜରକୁ ଆସୁଛନ୍ତି ।

Read More
{}{}