Hindi News >>Home >>Odisha Politics

ଉଦ୍ଧବ ଠାକରେଙ୍କ ବଡ଼ ପଦକ୍ଷେପ, ଏକନାଥ ସିନ୍ଦେ ସମେତ ଏହି ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ ନେଲେ ଆକ୍ସନ

Maharashtra Political Crisis: ହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁଆହାଟୀ ହୋଟେଲରେ ରହୁଥିବା ୯ ବିଦ୍ରୋହୀ ମନ୍ତ୍ରୀଙ୍କ ବିଭାଗ ଅନ୍ୟ ମନ୍ତ୍ରୀମାନଙ୍କୁ ଦେଇଛନ୍ତି । ଆଧିକାରୀକ ବୟାନ ଅନୁଯାୟୀ, ବିଦ୍ରୋହୀ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଉଛି ଯାହା ଦ୍ୱାରା ପ୍ରଶାସନ ଚଳାଇବା ସହଜ ହେବ । 

Advertisement
ଉଦ୍ଧବ ଠାକରେଙ୍କ ବଡ଼ ପଦକ୍ଷେପ, ଏକନାଥ ସିନ୍ଦେ ସମେତ ଏହି ସମସ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ ନେଲେ ଆକ୍ସନ
Stop
Zee Odisha Desk|Updated: Jun 27, 2022, 06:41 PM IST

ନୂଆଦିଲ୍ଲୀ: Maharashtra Political Crisis: ବିଗତ କିଛି ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ଝଡ଼ ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ବଡ଼ ପଦକ୍ଷେପ ଗ୍ରହଣ କରି ଶିବସେନାର ବିଦ୍ରୋହୀ ମନ୍ତ୍ରୀମାନଙ୍କୁ (Shiv Sena Rebel Ministers) ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି ଓ ସେମାନଙ୍କ ସ୍ଥାନରେ ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ସାମିଲ କରିଛନ୍ତି । ଏଥିରେ ଏକନାଥ ସିନ୍ଦେ (Eknath Shinde) ମଧ୍ୟ ସାମିଲ ଅଛନ୍ତି । ଶିବସେନା ଦି'ଫାଳ ହେବା ପରେ ଚାଲିଥିବା ଲଢ଼େଇ ମଝିରେ ଉଦ୍ଧବ ଠାକରଙ୍କ ଏହି ପଦକ୍ଷେପକୁ ନେଇ ଦୁଇ ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା । ମୁଖ୍ୟମନ୍ତ୍ରୀ ଠାକରେ ୯ ଜଣ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁଆହାଟୀ ହୋଟେଲରେ ରହୁଥିବା ୯ ବିଦ୍ରୋହୀ ମନ୍ତ୍ରୀଙ୍କ ବିଭାଗ ଅନ୍ୟ ମନ୍ତ୍ରୀମାନଙ୍କୁ ଦେଇଛନ୍ତି । ଆଧିକାରୀକ ବୟାନ ଅନୁଯାୟୀ, ବିଦ୍ରୋହୀ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଉଛି ଯାହା ଦ୍ୱାରା ପ୍ରଶାସନ ଚଳାଇବା ସହଜ ହେବ । ମହାରାଷ୍ଟ୍ରର ମେଣ୍ଟ ସରକାରରେ ଶିବସେନାର ୯ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ କ୍ୟାମ୍ପରେ ଯୋଗ ଦେଇଛନ୍ତି ।

ଏମାନଙ୍କୁ କ୍ୟାବିନେଟରେ କରାଯାଇଛି ସାମିଲ

୧. ଏକନାଥ ସିନ୍ଦେଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟ ସୁଭାଷ ଦେଶାଇଙ୍କୁ ହସ୍ତାନ୍ତର କରାଯାଇଛି ।

୨. ଗୁଲାବରାଓ ପାଟିଲଙ୍କ ବିଭାଗ ଅନିଲ ପରବଙ୍କୁ ହସ୍ତାନ୍ତର କରାଯାଇଛି ।

୩. ଦାଦାଜୀ ଭୁସେ ଓ ସନ୍ଦିପାନ ଭୁମରେଙ୍କ ବିଭାଗକୁ ଶଙ୍କରରାଓ ଗଦାଖଙ୍କୁ ହସ୍ତାନ୍ତ କରାଯାଇଛି ।

୪. ଉଦୟ ସାମନ୍ତଙ୍କ ବିଭାଗକୁ ଆଦିତ୍ୟ ଠାକରେଙ୍କୁ ହସ୍ତାନ୍ତର କରାଯାଇଛି ।

୫. ଅବଦୁଲ ସତ୍ତାରଙ୍କର ୩ଟି ମନ୍ତ୍ରଣାଳୟ ପ୍ରଜାକ୍ତ ତନପୁରେ, ସତେଜ ପାଟିଲ ଏବଂ ଆଦିତ୍ୟ ତଟକରେଙ୍କୁ ହସ୍ତାନ୍ତର କରାଯାଇଛି । 

୬. ଓମ୍ ପ୍ରକାଶ ଓରଫ ବଚ୍ଚୁ କଡୁଙ୍କ ୪ଟି ମନ୍ତ୍ରଣାଳୟ ଆଦିତ୍ୟ ତଟକରେ, ସତେଜ ପାଟିଲ, ସଞ୍ଜୟ ବନସୋଡେ, ଦତ୍ତାତ୍ରୟ ଭରଣେଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହା ବି ପଢ଼ନ୍ତୁ:-ବାୟୁସେନାରେ ଅଗ୍ନିବୀର ହେବା ପାଇଁ ଯୁବକମାନେ ଦେଖାଇଲେ ଜୋଶ୍, ୩ ଦିନରେ ଆସିଲା ଏତେ ଯୁବକଙ୍କ ଆବେଦନ

ଏହା ବି ପଢ଼ନ୍ତୁ:-ଏହି ଦେଶର ମହିଳାମାନେ କ'ଣ ପାଇଁ କଲେ 'ସେକ୍ସ ଷ୍ଟ୍ରାଇକ୍', ରଖିଲେ ଏହି ସର୍ତ୍ତ

ଏହା ବି ପଢ଼ନ୍ତୁ:-ଧ୍ୱଂସ କରିଦେବି, ବର୍ବାଦ କରିଦେବି; ଜାଣନ୍ତୁ ଏମିତି କାହିଁକି କହିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଉଦ୍ଧବଙ୍କ କ୍ୟାବିନେଟର ସ୍ଥିତି

ଶିବସେନାରେ ବର୍ତ୍ତମାନ ୪ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଅନିଲ ପରାବ ଏବଂ ସୁଭାଷ ଦେଶାଇଙ୍କ ନାମ ସାମିଲ ରହିଛି । ଆଦିତ୍ୟଙ୍କୁ ବ୍ୟତୀତ ଅବଶିଷ୍ଟ ତିନିଜଣ ବିଧାନ ପରିଷଦ (MLC) ର ସଦସ୍ୟ ଅଟନ୍ତି । ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାରରେ ବିଦ୍ରୋହ ପୂର୍ବରୁ ଦଳର ୧୦ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ ଜଣ ରାଜ୍ୟ ମନ୍ତ୍ରୀ ରହିଥିଲେ । ଆସାମର ଗୁଆହାଟୀର ଏକ ହୋଟେଲରେ ସମସ୍ତ ଚାରିଜଣ ରାଜ୍ୟ ମନ୍ତ୍ରୀ ଡେରା ପକାଇଛନ୍ତି ।

Read More
{}{}