Hindi News >>Home >>Odisha Politics

କଂଗ୍ରେସ ଯୋଗୁଁ ସିନ୍ଦେ ଶିବସେନା ବିରୁଦ୍ଧରେ କଲେ ବିଦ୍ରୋହ, ସାମ୍ନାକୁ ଆସିଲା ପୁରା ଘଟଣା

Maharashtra Political Crisis: ସୂତ୍ରରୁ ପ୍ରକାଶ ଯେ, ଶିବସେନାରେ ଗତ କିଛି ମାସ ହେବ ଯାହା କିଛି ହେଉଥିଲା ତାହାକୁ ନେଇ ଏକନାଥ ସିନ୍ଦେ ଅସନ୍ତୋଷ ଥିଲେ । ଏଥିସହ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏ ବିଷୟରେ ସଚେତନ କରାଇଥିଲେ । 

Advertisement
କଂଗ୍ରେସ ଯୋଗୁଁ ସିନ୍ଦେ ଶିବସେନା ବିରୁଦ୍ଧରେ କଲେ ବିଦ୍ରୋହ, ସାମ୍ନାକୁ ଆସିଲା ପୁରା ଘଟଣା
Stop
Zee Odisha Desk|Updated: Jun 23, 2022, 07:23 AM IST

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଶିବସେନା (Shiv Sena) ଓ ଉଦ୍ଧବ ଠାକର (Uddhav Thackeray) ରେ ଉପରେ ପଡ଼ିଛି । ଶିବସେନା ମଧ୍ୟରେ ଦେଖାଦେଇଥିବା ଅନ୍ତଃକନ୍ଦଳ ପରେ ମହା ବିକାଶ ଅଘାଡ଼ୀ (MVA) ସରକାର ସଙ୍କଟରେ ଆସିଯାଇଛି । ଏହି ସମୟରେ ପ୍ରଶ୍ନ ଉଠୁଛି ଯେ ଶିବସେନାର ଅତି ବିଶ୍ୱସ୍ତ ଶିବ ସୈନିକ ସିନ୍ଦେ ଉଦ୍ଧବ ଠାକରେଙ୍କ ସହ କାହିଁକି ବିଶ୍ୱାସଘାତକତା କଲେ? ସିନ୍ଦେ ଏପରି ପଦକ୍ଷେପ ନେବା ପଛରେ କ'ଣ କାରଣ ରହିଛି । ବର୍ତ୍ତମାନ ଖବର ଆସୁଛି ଯେ ଏହି ବିଦ୍ରୋହ ପଛରେ କଂଗ୍ରେସ ରହିଛି । ବିଗତ ଦିନରେ ହୋଇଥିବା ବିଧାନ ପରିଷଦ ନିର୍ବାଚନକୁ ନେଇ ଆଦିତ୍ୟ ଠାକରେ ଓ ସଞ୍ଜୟ ରାଉତଙ୍କ ସହ ସିନ୍ଦେଙ୍କ ଯୁକ୍ତିତର୍କ ହୋଇଥିଲା । ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ...

ସୂଚନାନୁସାରେ, ବିଦ୍ରୋହର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଶୁକ୍ରବାର ମୁମ୍ବାଇର ପୋୱାଇର ଏକ ହୋଟେଲରେ ଏକନାଥ ସିନ୍ଦେ ଓ ଆଦିତ୍ୟ ଠାକରେ (Aaditya Thackeray) ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆପଣଙ୍କୁ କହିରଖୁଛୁ ଯେ ଏଠାରେ ଶିବସେନାର ବିଧାୟକମାନଙ୍କୁ ବିଧାନ ପରିଷଦ ନିର୍ବାଚନ ପାଇଁ ରଖା ଯାଇଥିଲା । ବିଧାନ ପରିଷଦ ନିର୍ବାଚନ ସମୟରେ କଂଗ୍ରେସ ଦଳ ପାଇଁ ଅତିରିକ୍ତ ଭୋଟ୍ ବ୍ୟବହାର କରିବା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହାକୁ ସିନ୍ଦେ ବିରୋଧ କରିଥିଲେ । ସିନ୍ଦେଙ୍କ ବିରୋଧ ଯୋଗୁଁ କଂଗ୍ରେସର ଜଣେ ପ୍ରାର୍ଥୀ ଭାଇ ଜଗତାପଙ୍କୁ ତାଙ୍କ ଆବଶ୍ୟକ ଭୋଟ୍ ଠାରୁ ଗୋଟିଏ ଭୋଟ ଅଧିକ ମିଳିଥିଲା, କିନ୍ତୁ ଅନ୍ୟ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହଣ୍ଡୋରେ ନିର୍ବାଚିତ ହୋଇନଥିଲେ ।

ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ନାଟୋ ଦେଶ ଲିଥୁଆନିଆକୁ ନେଇ ବଢ଼ିଲା ଟେନସନ୍; ମୁହାଁମୁହିଁ ଋଷ ଓ ଆମେରିକା, ଜାଣନ୍ତୁ ପୁରା ମାମଲା

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସହମତି! ବଢ଼ିବ ଦରମା

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଦ୍ୱନ୍ଦ୍ୱରେ ନବୀନ-ହେମନ୍ତ

ସୂତ୍ରରୁ ପ୍ରକାଶ ଯେ, ଶିବସେନାରେ ଗତ କିଛି ମାସ ହେବ ଯାହା କିଛି ହେଉଥିଲା ତାହାକୁ ନେଇ ଏକନାଥ ସିନ୍ଦେ ଅସନ୍ତୋଷ ଥିଲେ । ଏଥିସହ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏ ବିଷୟରେ ସଚେତନ କରାଇଥିଲେ । କେବଳ ଜଣେ ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ଭୋଟ୍ ଥିଲା । ତେବେ ଦଳ ଦୁଇଜଣ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ଥିଲା । କଂଗ୍ରେସ ଦ୍ୱାରା ପ୍ରକାଶିତ ତାଲିକାରେ ପ୍ରଥମ ପ୍ରାର୍ଥୀ ଭାବେ ହଣ୍ଡୋରେଙ୍କ ନାମ ଥିଲା । ଲୋକମାନେ ଅନୁଭବ କରୁଥିଲେ ଯେ ସେ ନିର୍ବାଚନରେ ​​ଜିତିବେ । ଯେତେବେଳେ କି ଦ୍ୱିତୀୟ ପ୍ରାର୍ଥୀ ଭାଇ ଜଗତାପଙ୍କୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିଥିଲା କାରଣ ତାଙ୍କ ଜିତିବା ପାଇଁ ଦଳର ସହଯୋଗୀଙ୍କଠାରୁ ଭୋଟର ଆବଶ୍ୟକତା ଥିଲା । କିନ୍ତୁ ଜଗତାପ ବିଜୟୀ ହେଲେ ଓ ହେଣ୍ଡୋରେ ହାରିଗଲେ । ବିଜେପି ପାଞ୍ଚଟି ସିଟ୍ ଜିତିଥିବାବେଳେ ଶିବସେନା ଓ ଏନସିପି  ୨-୨ଟି ଆସନ ଜିତିଛି ।

Read More
{}{}