Hindi News >>Home >>Odisha Politics

Maharashtra Cabinet Expansion: କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?

Maharashtra Cabinet Expansion: ରାଜ୍ୟରେ କେବେ ହେବ କ୍ୟାବିନେଟ ସମ୍ପ୍ରସାରଣ ସେ ନେଇ ସଦ୍ୟ ଆସିଛି ଏକ ବଡ଼ ଖବର। 

Advertisement
Maharashtra Cabinet Expansion: କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?
Stop
Subhramjit Ray|Updated: Jul 12, 2022, 04:20 PM IST

Maharashtra Cabinet Expansion: ମହାରାଷ୍ଟ୍ରରେ ବିଜେପି ସମର୍ଥନରେ ସରକାର ଗଠନ କରିଥିବା ବିଦ୍ରୋହୀ ଶିବେସନା ବିଧାୟକ ନେତା ତଥ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ଏବେ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବା ନେଇ ଆରମ୍ଭ କରିଛି ପ୍ରୟାସ। ରାଜ୍ୟରେ କେବେ ହେବ କ୍ୟାବିନେଟ ସମ୍ପ୍ରସାରଣ ସେ ନେଇ ସଦ୍ୟ ଆସିଛି ଏକ ବଡ଼ ଖବର। 

ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀ ପକ୍ଷରୁ ଖବର ଦିଆଯାଇଛି ଯେ ବହୁ ପ୍ରତୀକ୍ଷିତ ମନ୍ତ୍ରୀମଣ୍ଡଳ ବିସ୍ତାର ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ପରେ ହୋଇପାରେ। ଗତ ଜୁନ ୩୦ ତାରିଖରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନାଭୀସ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ବିଜେପି ସମର୍ଥିତ ଏକନାଥ ସିନ୍ଦେଙ୍କ ସରକାର ଜୁଲାଇ ୪ ତାରିଖ ସୋମବାର ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଥିଲା। ବର୍ତ୍ତମାନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି। ସେବେଠାରୁ ରାଜ୍ୟର ସମ୍ଭାବ୍ୟ କ୍ୟାବିନେଟ ଗଠନକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି। 

ରାଜ୍ୟର ମନ୍ତ୍ରୀମଣ୍ଡଳ ବିସ୍ତାର ସମ୍ପର୍କରେ ପ୍ରତିକ୍ରିୟା ରଖି ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀର ମୁଖପାତ୍ର ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହଯୋଗୀ ଦୀପକ କେସରକର ଗଣମାଧ୍ୟମକୁ କହିଛନ୍ତି ଯେ କ୍ୟାବିନେଟ ସମ୍ପ୍ରସାରଣରେ କୌଣସି ଅସୁବିଧା ନାହିଁ। 
ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ତାଙ୍କ ଗୋଷ୍ଠୀର ଚାଲିଥିବା ଆଇନଗତ ଲଢେଇ ହେତୁ କ୍ୟାବିନେଟର ସମ୍ପ୍ରସାରଣ ବିଳମ୍ବ ହେଉଛି ନା ନାହିଁ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ବର୍ତ୍ତମାନ ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ​​ବ୍ୟସ୍ତ ରହିବେ। ଶପଥ ନେବାକୁ କାହା ପାଖରେ ସମୟ ରହିବ? ସେମାନେ ତରବରରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହାଁନ୍ତି।

Also Read: Maharashtra New Cabinet: କେଉଁ ଗୋଷ୍ଠୀରୁ କେତେ ନେତା ହେବେ ମନ୍ତ୍ରୀ?

Also Read: Maharashtra Cabinet: କିଏ ହେବେ ମନ୍ତ୍ରୀ? କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?

Also Read: Maharashtra Politics: ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ, ଜାରି ହେଲା ମନ୍ତ୍ରୀଙ୍କ ତାଲିକା

 

 

   

   

Read More
{}{}