Hindi News >>Home >>Odisha Politics

Madhya Pradesh: ଜନ୍ମଦିନ ପାଳନ କରିବାକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ, ଜାଣନ୍ତୁ ପୁରା ଘଟଣାକ୍ରମ

Congress Leader Kamal Nath: ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥଙ୍କ ଜନ୍ମଦିନ ପାଳନ କରିବାକୁ ନେଇ  ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏହି ପ୍ରସଙ୍ଗରେ ବିଜେପି କଂଗ୍ରେସକୁ  ଟାର୍ଗେଟ କରିଛି।

Advertisement
Madhya Pradesh: ଜନ୍ମଦିନ ପାଳନ କରିବାକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ, ଜାଣନ୍ତୁ ପୁରା ଘଟଣାକ୍ରମ
Stop
Updated: Nov 17, 2022, 04:55 PM IST

Madhya Pradesh Politics: ଜନ୍ମଦିନ ପାଳନ କରିବାକୁ ନେଇ ସରଗରମ ହୋଇଉଠିଛି ମଧ୍ୟ ପ୍ରଦେଶ ରାଜନୀତି। ଆଉ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ। ଜନ୍ମଦିନ କେକ୍ ପାଇଁ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ନଭେମ୍ବର ୧୬ ତାରିଖ ବୁଧବାର ଦିନ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି କମଲ ନାଥଙ୍କ ଜନ୍ମଦିନ ପାଳନ ପାଇଁ ମନ୍ଦିର ଆକାରର ପ୍ରସ୍ତୁତ ହୋଇଥିବା କେକ୍ ଏବଂ ଏଥିରେ ଭଗବାନ ହନୁମାନଙ୍କ ମୂର୍ତ୍ତି ରହିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। 

ଜନ୍ମ ଦିନ ପାଳନ କାର୍ଯ୍ୟକ୍ରମର ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ (MP CM Shivraj Singh Chouhan) ଏହାକୁ ହିନ୍ଦୁଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ନିଜ ଗୃହ ଜିଲ୍ଲା ଛିନ୍ଦୱାଡାକୁ ୩ ଦିନିଆ ଗସ୍ତରେ ଆସିବା ସମୟରେ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲ ନାଥ (Madhya Pradesh Congress President Kamal Nath) ନିଜ ସମର୍ଥକଙ୍କ ତାଙ୍କର ଜନ୍ମଦିନ ଆଗୁଆ ପାଳନ କରିଥିଲେ। ତାଙ୍କର ଜନ୍ମ ଦିନ ହେଉଛି ୧୮ ନଭେମ୍ବର। ଭାଇରାଲ ଭିଡିଓରେ ନିଜକୁ ହନୁମାନଙ୍କ ଭକ୍ତ ବୋଲି କହୁଥିବା କଂଗ୍ରେସ ନେତା କମଲ ନାଥ କେକ୍ ସହିତ ନଜର ଆସିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଛିନ୍ଦୱାଡାସ୍ଥିତ ତାଙ୍କ ବାସଭବନରେ ଜନ୍ମଦିନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଆପଣ ଚିତ୍ରରେ ଦେଖିପାରିବେ ଯେ କମଲ ନାଥଙ୍କ ପାଇଁ ତାଙ୍କ ସମର୍ଥକ ଯେଉଁ କେକ୍ ଆଣିଛନ୍ତି ତାହା ୪ ସ୍ତର ବିଶିଷ୍ଟ। ଏହା ତଳ ସ୍ତରରେ ଲେଖା ହୋଇଛି - ଆମେ ଛିନ୍ଦାୱାଡା ବାଲା, ଏହାର ଉପର ସ୍ତରରେ ଲେଖାଯାଇଛି ଯେ ଜୀବେତ ଶରଦ: ଶତମ, ତୃତୀୟ ସ୍ତରରେ ଲେଖାଯାଇଛି ମାନ୍ୟବର କମଲ ନାଥ ଜୀ ଏବଂ ଚତୁର୍ଥ ସ୍ତରରେ ଜନନାୟକ ବୋଲି ଲେଖାଯାଇଛି। କେକ୍ ଶୀର୍ଷ ଭାଗରେ ଏକ ମନ୍ଦିର ପରି ଏକ ଶିଖର ଏବଂ ଏହା ଉପରେ ଏକ ଭଗୱା ପତାକା ରହିଛି ଯେଉଁଥିରେ ହନୁମାନଙ୍କର ଫଟୋ ରହିଛି। 

ନିଜକୁ ହନୁମାନଙ୍କ ଭକ୍ତ କହୁଥିବା କମଲ ନାଥଙ୍କ ଜଣେ ସମର୍ଥକ ତାଙ୍କ ଜନ୍ମଦିନ ପୂର୍ବରୁ ଏକ ମନ୍ଦିର ଆକୃତିର ଏକ କେକ୍ ଆଣିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଏହି ମନ୍ଦିର ଆକୃତିର କେକ୍ ଆଗରେ ରଖାଯାଇଥିଲା। ଏହା ପଛରେ ରଖାଯାଇଥିବା ଅନ୍ୟ ଏକ କେକ୍ କଟାଯାଇଥିଲା। ଯେଉଁଥିରେ ସେ ହନୁମାନଙ୍କ ଫଟୋ ଥିବା ଏକ କେକ୍ କାଟିଥିବାର ନଜର ଆସିଛନ୍ତି। ତାଙ୍କ ଜନ୍ମଦିନ ପାଇଁ ଆସିଥିବା କେକ୍ ଏକ ମନ୍ଦିର ଏବଂ ତ୍ରିରଙ୍ଗା ପତାକା ଭଳି ଦେଖାଯାଉଥିଲା। ଏହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ମଧ୍ୟ ଏହାକୁ ଏକ ପ୍ରସଙ୍ଗ କରି ଦେଇଥିଲା। ଏହା ଧର୍ମ ଏବଂ ଭଗବାନଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଜାଣି ନଥିବା କହିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ କେ.କେ ମିଶ୍ରା। 

 


ବୁଧବାର ବିଜେପି କାର୍ଯ୍ୟାଳୟରେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି  ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି କଂଗ୍ରେସ ରାମ ମନ୍ଦିର ବିରୋଧରେ ଥିଲା। ବର୍ତ୍ତମାନ ସେମାନେ ଭଗବାନ ହନୁମାନଙ୍କୁ କେବଳ ଭୋଟ୍ ପାଇଁ ମନେ ରଖିଛନ୍ତି। ସେମାନେ ଭାଗବାନଙ୍କ ଫଟୋ ଲଗାଇବା ପରେ କେକ୍ କାଟିଥିଲେ। ଏହା ହିନ୍ଦୁ ଧର୍ମ ଏବଂ ସନାତନ ପରମ୍ପରା ପ୍ରତି ଅପମାନ। ସମାଜ ଏହାକୁ ଗ୍ରହଣ କରିବ ନାହିଁ। ଭଗବାନଙ୍କ ପ୍ରତି ଭକ୍ତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। କମଲ ନାଥ ଏଥିପାଇଁ କ୍ଷମା ମାଗନ୍ତୁ। ଏହା ହେଉଛି ସେହି ଦଳର କାମ ଯିଏ ରାମ ମନ୍ଦିରକୁ ବିରୋଧ କରୁଥିଲା। କମଲ ନାଥ ଭୋଟ୍ ବ୍ୟାଙ୍କ ପାଇଁ ହନୁମାନଙ୍କୁ ମନେ ରଖିଛନ୍ତି।  ତାଙ୍କ ମୁହଁରେ ରାମ ଏବଂ ହାତରେ ଛୁରୀ ରହିଛି। 

 

Read More
{}{}