Hindi News >>Home >>Odisha Politics

Madhya Pradesh Assembly Election 2023: ନିର୍ବାଚନ ଜିତିବାକୁ କରିଥିଲେ ଅଜବ କାମ; ଜାଣନ୍ତୁ କ'ଣ ହେଲା ଫଳାଫଳ

Madhya Pradesh Election 2023: ୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ରତଲାମ ନଗର ଆସନ ଚର୍ଚ୍ଚାରେ ରହିଥିଲା।

Advertisement
Madhya Pradesh Assembly Election 2023: ନିର୍ବାଚନ ଜିତିବାକୁ କରିଥିଲେ ଅଜବ କାମ; ଜାଣନ୍ତୁ କ'ଣ ହେଲା ଫଳାଫଳ
Stop
Updated: Dec 05, 2023, 05:08 PM IST

Madhya Pradesh Election Results 2023: ପ୍ରକାଶ ପାଇସାରିଛି ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ରାଜ୍ୟର ରତଲାମ ନଗର ବିଧାନସଭା ଆସନ ଚର୍ଚ୍ଚାରେ ରହିଥିଲା। କାରଣ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଯେଉଁ କାମ କରିଥିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ତଥାପି ରତଲାମ ନଗର ଆସନରେ କଂଗ୍ରେସ ବିଜେପି ପାଖରୁ ଶୋଚନୀୟ ପରାଜୟ ବରଣ କରିଛି। 

ନିର୍ବାଚନ ହାରିବା ପରେ ରତଲାମ ନଗର ଆସନରୁ (Ratlam City Assembly Constituency) ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ପାରସ ସକଲେଚା (Congress Candidadte Paras Saklecha) ଚର୍ଚ୍ଚାରେ ରହିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ​​ଜିତିବା ପାଇଁ ସେ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ। ଏପରିକି ନିର୍ବାଚନ ଜିତିବା ପାଇଁ ତାଙ୍କୁ ଜଣେ ଫକିର ଚପଲରେ ପିଟିଥିଲେ। ହେଲେ ନିର୍ବାଚନରେ ପରାଜୟ ବରଣ କରିବା ପରେ ତାଙ୍କର ଏହି ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି।

ଯେତେବେଳେ ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ (Madhya Pradesh Assembly Election 2023) ଲାଗି କଂଗ୍ରେସ ପ୍ରାର୍ଥୀ ପାରସ ସକଲେଚା ପ୍ରଚାର କରୁଥିଲେ ସେତେବେଳେ ତାଙ୍କୁ ଜଣେ ଫକୀର ଚପଲରେ ପିଟିଥିଲେ। ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏନେଇ କୁହାଯାଇଥିଲା ଯେ ସେ ନିଜେ ନୂଆ ଚପଲ ନେଇ ଫକୀରଙ୍କ ନିକଟରେ ହାଜର ହୋଇଥିଲେ। ଯାହାଫଳରେ ଫକୀର ତାଙ୍କୁ ଚପଲରେ ପିଟି ତାଙ୍କ ଭାଗ୍ୟ ବଦଳାଇ ଦେବେ। ଫକୀର ଜଣଙ୍କ ପାରସ ସାକଲେଚାଙ୍କୁ ଅନେକ ଥର ଚପଲରେ ପିଟିଥିଲେ। ହେଲେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ ଏବଂ ସେ ନିର୍ବାଚନରେ ପରାସ୍ତ ହୋଇଥିଲେ।

ବିପୁଳ ବ୍ୟବଧାନରେ ହାରିଲେ କଂଗ୍ରେସ ପ୍ରାର୍ଥୀ
ରତଲାମ ନଗର ଆସନରେ ବିଜେପି ପ୍ରାର୍ଥୀ ଚୈତନ୍ୟ କଶ୍ୟପ (BJP Candidate Chetanya Kasyap) ଏବଂ କଂଗ୍ରେସ ପ୍ରାର୍ଥୀ ପାରସ ସକଲେଚାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ହେଲେ ଏହି ନିର୍ବାଚନମଣ୍ଡଳୀରେ ବିଜେପି ପାଖରୁ ୬୦ ହଜାର ୭୦୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା କଂଗ୍ରେସ। ବିଜେପି ପ୍ରାର୍ଥୀ ଚୈତନ୍ୟ କଶ୍ୟପ ୧ ଲକ୍ଷ ୯ ହଜାର ୬୫୬ ଏବଂ କଂଗ୍ରେସ ପ୍ରାର୍ଥୀ ପାରସ ସକଲେଚା ୪୮ ହଜାର ୯୪୮ ଭୋଟ ପାଇଥିଲେ। 

ଚପଲରେ ପିଟୁଥିବା ବ୍ୟକ୍ତି ଜଣଙ୍କ କିଏ?
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ଫକୀର କଂଗ୍ରେସ ପ୍ରାର୍ଥୀ ପାରସ ସକଲେଚାଙ୍କୁ ପିଟିଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। କୁହାଯାଏ ଯେ ସେହି ଫକୀର ଜଣଙ୍କ ଚପଲରେ ପିଟି ଆଶୀର୍ବାଦ ଦେବା ପାଇଁ ପ୍ରସିଦ୍ଧ। ଲୋକେ ନୂଆ ଚପଲ ସହିତ ଫକୀରଙ୍କୁ ପାଖକୁ ଯାଇଥାନ୍ତି। ଯାହା ଦ୍ୱାରା ଫକୀର ଜଣଙ୍କ ସେମାନଙ୍କୁସ ଚପଲରେ ପିଟି ଆଶୀର୍ବାଦ ପାଇପାରିବେ ଏବଂ ତାଙ୍କର ଭାଗ୍ୟ ବଦଳାଇ ପାରିବେ।

ଆପଣଙ୍କୁ କହିରଖୁଛୁ ଯେ ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ବିଜେପି ରାଜ୍ୟର ମୋଟ ୨୩୦ ଆସନରୁ ମଧ୍ୟରୁ ୧୬୩ ସିଟ୍ ଦଖଳ କରିଛି। ଅନ୍ୟପଟେ କଂଗ୍ରେସ କେବଳ ମାତ୍ର ୬୬ ଆସନ ପାଇବାକୁ ସକ୍ଷମ ହୋଇଛି।

 

Read More
{}{}