Hindi News >>Home >>Odisha Politics

ଶରଦ ପାୱାର ହେବେ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ? ଏନସିପି ନେତା ଦେଲେ ବଡ଼ ବୟାନ

 Lok Sabha Elections 2024: ନୀତିଶ କୁମାର ୨୦୨୪ ପୂର୍ବରୁ ବିରୋଧୀ ଏକଜୁଟ କରିବାରେ ଲାଗି ପଡ଼ିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ଏହି ସମୟରେ ପ୍ରଶ୍ନ ଉଠିବାରେ ଲାଗିଛି  କେ ୨୦୨୪ରେ ବିରୋଧୀ ଦଳ ତରଫରୁ କିଏ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ହେବେ ଓ ପିଏମ ମୋଦିଙ୍କୁ ଚ୍ୟାଲେଞ୍ଜ କରିବେ । 

Advertisement
ଶରଦ ପାୱାର ହେବେ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ? ଏନସିପି ନେତା ଦେଲେ ବଡ଼ ବୟାନ
Stop
Tamal Bakchi|Updated: Sep 12, 2022, 09:16 AM IST

ନୂଆଦିଲ୍ଲୀ: Lok Sabha Elections 2024: ଏବେବି ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରାୟ ୨ ବର୍ଷର ସମୟ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି । ୨୦୨୪ର ରଣକ୍ଷେତ୍ରରେ ଓହ୍ଲାଇବା ପୂର୍ବରୁ ରାଜନେତାମାନେ ମାନସ ମନ୍ଥନ କରୁଛନ୍ତି । କଂଗ୍ରେସ, ବିଜେପି ଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ଦଳ ବୈଠକ ପରେ ବୈଠକ କରୁଛନ୍ତି । ଏହି କ୍ରମରେ ବିଗତ ଦିନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ପହଞ୍ଚିଥିଲେ । ସେ ଏଠାରେ କଂଗ୍ରେସ ସମେତ ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରିଛନ୍ତି । ନୀତିଶ କୁମାର ୨୦୨୪ ପୂର୍ବରୁ ବିରୋଧୀ ଏକଜୁଟ କରିବାରେ ଲାଗି ପଡ଼ିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ଏହି ସମୟରେ ପ୍ରଶ୍ନ ଉଠିବାରେ ଲାଗିଛି  କେ ୨୦୨୪ରେ ବିରୋଧୀ ଦଳ ତରଫରୁ କିଏ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ହେବେ ଓ ପିଏମ ମୋଦିଙ୍କୁ ଚ୍ୟାଲେଞ୍ଜ କରିବେ । 

ସେପଟେ ବିରୋଧୀ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀଙ୍କୁ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ସାଂସଦ ପ୍ରଫୁଲ୍ଲ ପଟେଲ ରବିବାର କହିଛନ୍ତି ଯେ,  ଦଳର ମୁଖ୍ୟ ଶରଦ ପାୱାର (Sharad Pawar) ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ନଥିଲେ ନା ଏବେ ଅଛନ୍ତି । ଏନସିପି  ମୁଖ୍ୟ ଶରଦ ପାୱାର ବିଭିନ୍ନ ଲୋକ ଓ ବିଚାରଧାରାକୁ ଏକାଠି କରିବା ପାଇଁ କାର୍ଯ୍ୟ କରିପାରନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ଶରଦ ପାୱାର ଦଳର ଅଧ୍ୟକ୍ଷ ଭାବରେ ପୁନଃ ନିର୍ବାଚିତ ହେବାର ଗୋଟିଏ ଦିନ ପରେ ଏନସିପି ସାଂସଦଙ୍କ ଏହି ବୟାନ ସାମ୍ନାକୁ ଆସିଛି । 

ଏଠାରେ କହି ରଖୁଛୁ ଯେ, ଏନସିପିର ଅଷ୍ଟମ ଜାତୀୟ ସମ୍ମିଳନୀ ଶେଷ ହେବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ଶରଦ ପାୱାର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ଥିଲେ ନା ଅଛନ୍ତି । ସେ ଏପରି ବୟାନ ମଧ୍ୟ ଦେଇନାହାଁନ୍ତି । ଆମେ ବାସ୍ତବତା ବିଷୟରେ ଅବଗତ ଅଛୁ । ଆମେ ଆମର ସୀମା ବିଷୟରେ ଜାଣିଛୁ । ଆମ ଦଳ ଅନ୍ୟ ଦଳ ତୁଳନାରେ ଛୋଟ ହୋଇପାରେ, କିନ୍ତୁ ଆମର ନେତୃତ୍ୱ ବଡ଼ । ଶରଦ ପାୱାର ବିରୋଧୀଙ୍କ ଚେହେରା ନୁହଁନ୍ତି । ସେ ରେସରେ ନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୨୦୦ ଟ୍ରେନ୍, ଜାଣନ୍ତୁ ତାଲିକାରେ ଓଡ଼ିଶା କେଉଁ କେଉଁ ଟ୍ରେନ ରହିଛି ସାମିଲ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଥିଲେ ସିନ୍ଦେ, ଖେଳ ବିଗାଡ଼ିଲେ ଶିବସେନା ସାଂସଦଙ୍କ ପୁଅ

 

ଏନସିପି ଭାରତୀୟ ଜନତା ଦଳର ବିକଳ୍ପ ବୋଲି କଳ୍ପନାଜଳ୍ପନାକୁ ମଧ୍ୟ ପଟେଲ ଖାରଜ କରି କହିଛନ୍ତି ଯେ, ପାୱାର ଏକ ମାହୌଲ ସୃଷ୍ଟି କରିପାରନ୍ତି ଯାହା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବ । ସବୁବେଳେ ଏକ ପ୍ରଶ୍ନ ପଚରାଯାଏ ଯେ ଦେଶରେ ବର୍ତ୍ତମାନର ଶାସକ ସରକାର ବିରୋଧରେ କିଏ ଛିଡ଼ା ହେବ? ଶରଦ ପାୱାର ଜଣେ ଶକ୍ତିଶାଳୀ ନେତା ଯିଏ ବିଭିନ୍ନ ଲୋକ ଓ ବିଚାରଧାରାକୁ ଏକାଠି କରିପାରନ୍ତି । ଯାହା ମାଧ୍ୟମରେ ଆମେ ଏକ ମଜବୁତ ରାଜନୈତିକ ଭୂମିକା ଗ୍ରହଣ କରିପାରିବା । ଆମେ ଏଥିପାଇଁ ଦାୟିତ୍ୱ ଗ୍ରହଣ କରିବୁ । ଆମେ କହିବାକୁ ଚାହୁଁନାହୁଁ ଯେ ଆମେ ବିକଳ୍ପ ହେବୁ, କିନ୍ତୁ ଶରଦ ପାୱାର ମାଧ୍ୟମରେ ଏକ ପରିବେଶ ସୃଷ୍ଟି ହୋଇପାରିବ ଯାହା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବ ।

Read More
{}{}