Hindi News >>Home >>Odisha Politics

Lok Sabha Election 2024: ରାଏବରେଲି ଆସନରେ କାହାକୁ ମିଳିବ ବିଜେପି-କଂଗ୍ରେସ ଟିକେଟ?

Uttar Pradesh Politics: ଗାନ୍ଧୀ ପରିବାରର ଗଡ଼ ଭାବେ ପରିଚିତ ଉତ୍ତର ପ୍ରଦେଶ ରାଏବରେଲି ଲୋକସଭା ଆସନରେ ଏକ ଅସ୍ୱାଭାବିକ ନୀରବତା ଖେଳିଯାଇଛି। କାରଣ ଏହି ଆସନରେ ବିଜେପି କିମ୍ବା କଂଗ୍ରେସ କେହି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି।

Advertisement
 Lok Sabha Election 2024: ରାଏବରେଲି ଆସନରେ କାହାକୁ ମିଳିବ ବିଜେପି-କଂଗ୍ରେସ ଟିକେଟ?
Stop
Zee Odisha Desk|Updated: Apr 15, 2024, 06:03 PM IST

Raebareli Lok Sabha Seat UP: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରାୟ ସମସ୍ତ ଲୋକସଭା ଆସନରେ ପ୍ରଚାର ସହ ରାଲି ଆରମ୍ଭ ହୋଇଯାଇଛି। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଜନ ସମର୍ଥନ ହାତେଇବା ଲାଗି ବିଭିନ୍ନ କଳ ବଳ କୌଶଳ ଆପଣାଉଛନ୍ତି। ହେଲେ କଂଗ୍ରେସ ଦଳର ଗଡ଼ ଭାବରେ ପରିଚିତ ଉତ୍ତର ପ୍ରଦେଶ ରାଏବରେଲି ଲୋକସଭା ଆସନରେ ଏକ ଅସ୍ୱାଭାବିକ ନୀରବତା ଖେଳିଯାଇଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ରାଏବରେଲି ଆସନରୁ ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଥିଲେ। 

ହେଲେ ଏଥର ସେ ଏହି ଆସନରୁ ନିର୍ବାଚନ ପ୍ରାୟ ଲଢୁନାହାଁନ୍ତି। କାରଣ ସୌନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି। ତାଙ୍କ ବଦଳରେ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଯଦିଓ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଥିଲେ। ଅପ୍ରେଲ ୧୫ ତାରିଖ ପରେ କଂଗ୍ରେସ ଏହି ଆସନ ଲାଗି କଂଗ୍ରେସ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଖବର ଆସିଥିଲା।

ରାଏବରେଲି ପରେ ଆମେଠି କଂଗ୍ରେସ ଦଳର ଅନ୍ୟତମ ଗଡ଼ ଭାବେ ପରିଚିତ। ଗତ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ କେନ୍ଦ୍ରମନ୍ତ୍ରୀ ତଥା ସେତେବେଳର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ପାଖରୁ ପରାସ୍ତ ହୋଇଥିଲେ। ଏଥର ରାହୁଲ ଗାନ୍ଧୀ କେରଳ ୱାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଉଭୟ ରାଏବରେଲି-ଆମେଠି ଆସନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା ହୋଇନାହିଁ।  ପ୍ରାର୍ଥୀ ଚୟନରେ ବିଳମ୍ବ ହେବାକୁ ନେଇ ଉଭୟ ବିଜେପି-କଂଗ୍ରେସ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ସୋନିଆ ଗାନ୍ଧୀ ରାଜ୍ୟସଭା ଯିବା ପରେ ଏହା ନିଶ୍ଚିତ ହୋଇଥିଲା ଯେ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ନହେବା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଅନେକ ଆଲୋଚନା ହେଉଛି। ରାଏବରେଲି ଆସନରୁ ବିଜେପି ପକ୍ଷରୁ ମନୋଜ ପାଣ୍ଡେ ଏବଂ କଂଗ୍ରେସ ପକ୍ଷରୁ ଆରାଧନା ମିଶ୍ର ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଉଭୟଙ୍କ ନାମ କେବଳ ଆଲୋଚନାରେ ରହିଛି।

ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ରାଏବରେଲି ଆସନରୁ ଯଦି ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ହୁଅନ୍ତି ତାହେଲେ ବିଜେପି ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇପାରେ। ହେଲେ ଏ ପର୍ଯ୍ୟନ୍ତ ବିଜେପି-କଂଗ୍ରେସ ପ୍ରାର୍ଥୀ ଚନୟ ପ୍ରସଙ୍ଗରେ ଚୁପ୍ ଅଛନ୍ତି। ଏନେଇ କଂଗ୍ରେସ ନେତା କହିଛନ୍ତି ଯେ ଉଭୟ ଆମେଠି-ରାଏବରେଲି ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ନକରିବା ଦଳୀୟ ରଣନୀତିର ଏକ ଅଂଶବିଶେଷ।

ପ୍ରାର୍ଥୀ ଚୟନକୁ ନେଇ ଯଦିଓ କଂଗ୍ରେସ ରଣନୈତିକ ଭାବ ବିଳମ୍ବ କରୁଛି, ଅନ୍ୟପକ୍ଷରେ ବିଜେପି ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘୋଷଣା ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ସୋନିଆ ଗାନ୍ଧୀଙ୍କୁ କଡ଼ା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି। ହେଲେ ରାଏବରେଲି ବିଧାୟିକା ଅଦିତି ସିଂହ ଏବଂ ଉଞ୍ଚାହାର ବିଧାୟକ ମନୋଜ ପାଣ୍ଡେଙ୍କ ନାମ ବିଜେପି ପ୍ରାର୍ଥୀ ତାଲିକାରେ ରହିଛି ଏଥର ବହୁଜନ ସମାଜ ପାର୍ଟି (ବିଏସପି) ମେଣ୍ଟରୁ ବାହାରି ଯାଇଛି। ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ଉଭୟ ସମାଜବାଦୀ ପାର୍ଟି ଏବଂ ବିଏସପି ସମର୍ଥନ ପାଇଥିଲା। ହେଲେ ଏଥର ସ୍ଥିତି ବଦଳି ଯାଇଛି।

ଏଥର ରାଏବରେଲି ଆସନରେ ଉଭୟ ବିଜେପି ଏବଂ ବିଏସପି, କଂଗ୍ରେସ ବିରୋଧରେ ଲଢେଇ କରିବେ। ଏହି ନିର୍ବାଚନରେ ​​କଂଗ୍ରେସ, ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛି। ବିଏସପି ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ମଧ୍ୟ ଦୃଷ୍ଟି ରଖିଛି। ଯେଉଁ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ନୀରବତା ଅବଲମ୍ବନ କରୁଛି।

Read More
{}{}