Hindi News >>Home >>Odisha Politics

Lok Sabha Election 2024: ଦେଶର ସେହି ଲୋକସଭା ଆସନ ଯେଉଁଠି ୨ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ; ହେଲେ କାହିଁକି

Lok Sabha Election 2024 Voting: ୨୦୨୪ ନିର୍ବାଚନରେ ଦେଶର ଗୋଟିଏ ଲୋକସଭା ଆସନରେ ୨ ଥର ହେବ ଭୋଟ ଗ୍ରହଣ।

Advertisement
Lok Sabha Election 2024: ଦେଶର ସେହି ଲୋକସଭା ଆସନ ଯେଉଁଠି ୨ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ; ହେଲେ କାହିଁକି
Stop
Zee Odisha Desk|Updated: Mar 18, 2024, 04:34 PM IST

2024 General Election Manipur: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚଳିତ ବର୍ଷ ଅପ୍ରେଲ ୧୯ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ଏଥର ଗୋଟିଏ ଲୋକସଭା ଆସନରେ ୨ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ସେହି ଲୋକସଭା ଆସନ ହେଉଛି ଆଉଟର ମଣିପୁର।  ଦେଶର ପୂର୍ବୋତ୍ତର ରାଜ୍ୟ ମଣିପୁରରେ ୨ ଲୋକସଭା ଆସନ ରହିଛି। ତାହା ହେଉଛି ଆଉଟର ମଣିପୁର ଏବଂ ଇନର ମଣିପୁର। ଏଥର ଆଉଟର ମଣିପୁର ୨ ଦିନ ଧରି ମତଦାନ ଅନୁଷ୍ଠିତ ହେବ। ଗତ ବର୍ଷ ମଣିପୁରରେ ବ୍ୟାପିଥିବା ଜାତିଗତ ହିଂସାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ନେଇଛନ୍ତି। ଇନର ମଣିପୁର ଆସନ ପାଇଁ ଭୋଟ୍ ଗ୍ରହଣ ଅପ୍ରେଲ ୧୯ ତାରିଖରେ ହେବ। ଅନ୍ୟପକ୍ଷରେ ଆଉଟର ମଣିପୁର ପାଇଁ ଅପ୍ରେଲ୍ ୧୯ ଏବଂ ୨୬ ତାରିଖରେ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କହିବା ଅନୁଯାୟୀ ହିଂସା ପ୍ରଭାବିତ ରାଜ୍ୟରେ ଶିବିରରେ ରହୁଥିବା ଲୋକଙ୍କୁ ସେମାନେ ରହୁଥିବା ସ୍ଥାନରେ ମତଦାନ କରିବାକୁ ଅନୁମତି ଦିଆଯିବ।     

୫୪୩ ପରିବର୍ତ୍ତେ ୫୪୪ ଲୋକସଭା ଆସନ ପାଇଁ ଘୋଷଣା କରାଯାଇଛି ତାରିଖ
ଇନର ମଣିପୁର ଲୋକସଭା ଆସନ ମୁଖ୍ୟତଃ ମେତୈଇ-ପ୍ରାଧାନ୍ୟ ଉପତ୍ୟକାକୁ ନେଇ ଗଠିତ। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆଉଟର ମଣିପୁର ଲୋକସଭା ଆସନରୁ ନାଗା ଏବଂ କୁକି-ଜୋମି ଆଦି ଆଦିବାସୀ ସମ୍ପ୍ରଦାୟର ପ୍ରାର୍ଥୀ ପ୍ରତିନିଧିତ୍ୱ କରିଥାନ୍ତି। ହିଂସା ଏବଂ ବିସ୍ଥାପିତ ଲୋକଙ୍କୁ ଧ୍ୟାନରେ ରଖି ନିର୍ବାଚନ ଆୟୋଗ ଦୁଇଟି ପର୍ଯ୍ୟାୟରେ ଆଉଟର ମଣିପୁର ଆସନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମଣିପୁରର ରାଜନୈତିକ ସମୀକରଣ
ମଣିପୁରର ମୋଟ ୨୯୫୫ ମତଦାନ କେନ୍ଦ୍ର ମଧ୍ୟରୁ ୧୦୫୮ କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଅପ୍ରେଲ ୧୯ ତାରିଖରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୪୭ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଅପ୍ରେଲ ୨୬ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୧୩ ବିଧାନସଭା ଆସନରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୨୭ ମାର୍ଚ୍ଚ। ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ ଏବଂ ଭିଡିଓଗ୍ରାଫି କରାଯିବ। ଏଠାରେ ଅତିରିକ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ନିୟୋଜନ କରାଯିବ। ମଣିପୁର ପାଇଁ ନିର୍ବାଚନ ଆୟୋଗ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି। ହିଂସା ଏବଂ ଭୟମୁକ୍ତ ମତଦାନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। 

କେଉଁ ଆସନରେ କେବେ ହେବ ଭୋଟ ଗ୍ରହଣ?
ଆଉଟର ମଣିପୁର ଲୋକସଭା ଆସନ ଅଧିନସ୍ଥ ହେଇରୋକ, ୱାଙ୍ଗଜିଙ୍ଗ ତେନ୍ଥା, ଖଙ୍ଗାବୋକ, ୱାବାଗାଇ, କାକଚିଙ୍ଗ, ହିୟାଙ୍ଗଲାମ, ସୁଗନୁ, ଚନ୍ଦେଲ (ଏସଟି), ସୈକୁଲ (ଏସଟି), କାଙ୍ଗପୋକପି, ସେଟୁ (ଏସଟି), ହେଙ୍ଗଲେପ (ଏସଟି), ଚୁରାଚାନ୍ଦପୁର (ଏସଟି), ସୈକୋଟ (ଏସଟି) ଏବଂ ସିଂଘାଟ ବିଧାନସଭା ଆସନରେ ଅପ୍ରେଲ ୧୯ ତାରିଖ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ସେହିପରି ଜିରିବାମ, ଟେଙ୍ଗନୌପାଲ (ଏସଟି), ଫୁଙ୍ଗୟାର (ଏସଟି), ଉଖରୁଲ (ଏସଟି), ଚିଙ୍ଗାଇ (ଏସଟି), କରୋଙ୍ଗ (ଏସଟି), ମାଓ (ଏସଟି),  ତାଡୁବି (ଏସଟି), ତାମେଇ (ଏସଟି), ତାମେଙ୍ଗଲଙ୍ଗ (ଏସଟି), ନୁଙ୍ଗବା (ଏସଟି), ଟିପାଇମୁଖ (ଏସଟି) ଏବଂ ଥାନଲନ (ଏସଟି) ଆସନରେ  ଅପ୍ରେଲ ୨୬ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। 

କ'ଣ ରହିଛି ରାଜ୍ୟର ସ୍ଥିତି?  
ନିର୍ବାଚନ ଆୟୋଗ ମତଦାତାଙ୍କୁ ସେମାନଙ୍କ ନିଷ୍ପତ୍ତି ନେବାକୁ ନିବେଦନ କରିଛନ୍ତି। ସମସ୍ତେ ନିର୍ବାଚନରେ ​​ଶାନ୍ତିପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିବା ଆବଶ୍ୟକ। ଏନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବୁ। ଗତ ବର୍ଷ ମେ ମାସରେ ମଣିପୁର ଠାରେ ମୈତେଇ ଏବଂ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ବିବାଦରେ ୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ହିଂସାକାଣ୍ଡ ପରେ ପ୍ରାୟ ୫୦,୦୦୦ ଲୋକ କ୍ୟାମ୍ପ ଠାରେ ରହୁଥିବା ବେଳେ ସୁରକ୍ଷା ବାହିନୀ ୨୫ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିଲା।

 

Read More
{}{}