Hindi News >>Home >>Odisha Politics

Who is Amritpal Singh: କିଏ ଏହି ଅମୃତପାଲ ସିଂହ? ଯିଏ ଲଢିବେ ଲୋକସଭା ନିର୍ବାଚନ

 Khadoor Sahib Lok Sabha Seat: ପଞ୍ଜାବ ଖଡୁର ସାହିବ ଆସନରୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଅମୃତପାଲ ସିଂହ।

Advertisement
Who is Amritpal Singh: କିଏ ଏହି ଅମୃତପାଲ ସିଂହ? ଯିଏ ଲଢିବେ ଲୋକସଭା ନିର୍ବାଚନ
Stop
Zee Odisha Desk|Updated: Apr 28, 2024, 05:48 PM IST

Amritpal Singh wil Contest Lok Sabha Election 2024: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆସାମ ଡିବ୍ରୁଗଡ଼ କେନ୍ଦ୍ରୀୟ କାରଗାରରେ ବନ୍ଦ ରହିଥିବା ଖଲିସ୍ତାନୀ ସମର୍ଥକ  ଅମୃତପାଲ ସିଂହ। ଯିଏ ନିଜ ସମର୍ଥକଙ୍କ ସହ ପଞ୍ଜାବ ଅମୃତସର ଜିଲ୍ଲାରେ ଅବସ୍ଥିତ ଏକ ଥାନା ଉପରେ ଆକ୍ରମଣ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରି ଜେଲଦଣ୍ଡ ଭୋଗୁଥିବା ଅମୃତପାଲ ସିଂହ ବର୍ତ୍ତମାନ ସଂସଦରେ ପହଞ୍ଚିବାକୁ ଚାହୁଁଛନ୍ତି। 

ଗତ ବର୍ଷ  ଥାନା ଉପରେ ଆକ୍ରମଣ କରିବା ଘଟଣା ପରେ ତାକୁ ଗିରଫ କରାଯାଇଥିଲା। ଗିରଫଦାରୀ ପରେ ଅମୃତପାଲ ସିଂହ ଏବେ ଆସାମ ଡିବ୍ରୁଗଡ଼ କେନ୍ଦ୍ରୀୟ କାରଗାରରେ ବନ୍ଦ ରହିଛି। ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ 'ୱାରିସ୍ ପଞ୍ଜାବ ଦେ' ସଙ୍ଗଠନ ମୁଖ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ହେଲେ ଆଇନ ଅନୁଯାୟୀ ଯଦି କୌଣସି ଅଭିଯୁକ୍ତକୁ କୌଣସି ମାମଲାରେ ଦଣ୍ଡାଦେଶ ମିଳିନାହିଁ ତାହେଲେ ସେ ଜେଲ୍ ରେ ଥାଇ ନିର୍ବାଚନ ଲଢିପାରିବେ। ସେ ଜେଲ୍ ରୁ ତାଙ୍କର ନାମାଙ୍କନ ପୂରଣ କରି ଏକ ପ୍ରତିନିଧିଙ୍କ ମାଧ୍ୟମରେ ଏହାକୁ ନିର୍ବାଚନ ଆୟୋଗ ପାଖକୁ ପଠାଇ ପାରିବେ। 

ଖଡୁର ସାହିବ ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ଅମୃତପାଲ ସିଂହ
କଟ୍ଟରପନ୍ଥୀ ଶିଖ୍ ପ୍ରଚାରକ ଅମୃତପାଲ ସିଂହଙ୍କ ଓକିଲ ରାଜଦେବ ସିଂହ ଖାଲସା  ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଓକିଲ ଖାଲସା କହିଛନ୍ତି ଯେ ଅମୃତପାଲ ସିଂହ ପଞ୍ଜାବର ଖଡୁର ସାହିବ ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଅମୃତପାଲଙ୍କ ପିତା ତାରସେମ ସିଂହ କହିଛନ୍ତି ଯେ ସେ ତାଙ୍କ ପୁଅଙ୍କୁ ଭେଟିବା ପରେ ଯାଇ କିଛି କହିବେ। ହେଲେ ଅମୃତପାଲ ସିଂହ ରାଜନୀତିରେ ଯୋଗଦେବାକୁ ଆଗ୍ରହ ଦେଖାଇ ନଥିବା କହିଛନ୍ତି ତାଙ୍କ ପିତା।

ଅମୃତପାଲଙ୍କ ଓକିଲ ଖାଲସା ଦାବି କରିଛନ୍ତି ଯେ ସେ ବୁଧବାର ଦିବ୍ରୁଗଡ ଜେଲ ଠାରେ ତାଙ୍କୁ ଭେଟି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରିଥିଲେ। ଏନେଇ ସେ କହିଛନ୍ତି ଯେ ମୁଁ ଡିବ୍ରୁଗଡ଼ କେନ୍ଦ୍ରୀୟ କାରାଗାରରେ ଭାଇ ସାହବଙ୍କୁ (ଅମୃତପାଲ ସିଂହ) ଭେଟିଥିଲି। ମୁଁ ତାଙ୍କୁ ଅନୁରୋଧ କରିଥିଲି ଯେ "ଖାଲସା ପନ୍ଥ" ସ୍ୱାର୍ଥରେ ସେ ଏଥର ସାଂସଦ ହେବା ପାଇଁ ଖଡୁର ସାହିବ ଆସନରୁ ନିର୍ବାଚନ ଲଢିବା ଆବଶ୍ୟକ। ଖାଲସା ଦାବି କରିଛନ୍ତି ଭାଇ ସାହେବ ଖାଲସା ପନ୍ଥ ସ୍ୱାର୍ଥରେ ମୋର ଅନୁରୋଧ ଗ୍ରହଣ କରିଛନ୍ତି। ସେ ଜଣେ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

ଗତ ବର୍ଷ ଅପ୍ରେଲ ମାସରେ "ୱାରିସ୍ ପଞ୍ଜାବ ଦେ" ସଙ୍ଗଠନ ମୁଖ୍ୟ ଅମୃତପାଲ ସିଂହଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିଲା। ଅମୃତପାଲ ବର୍ତ୍ତମାନ ତାଙ୍କର ୯ ସହଯୋଗୀଙ୍କ ସହ ଡିବ୍ରୁଗଡ଼ କେନ୍ଦ୍ରୀୟ କାରାଗାରରେ ବନ୍ଦ ଅଛନ୍ତି।

 

Read More
{}{}