Hindi News >>Home >>Odisha Politics

କାରନାମା କରି ଦଳରୁ ନିଲମ୍ବିତ ହେଲେ ସିପିଏମ ନେତା

ଏହି ଘଟଣାରେ ଅଭିଯୋଗ ଦାଏର କରାଯିବା ପରେ ଅଭିଯୁକ୍ତ ନେତା ଜଣଙ୍କ ଫେରାର ହୋଇ ଯାଇଛନ୍ତି।

Advertisement
କାରନାମା କରି ଦଳରୁ ନିଲମ୍ବିତ ହେଲେ ସିପିଏମ ନେତା
Stop
Subhramjit Ray|Updated: Jun 13, 2022, 05:58 PM IST

CPM leader suspended from party: ନିଜେ କରିଥିବା କାରନାମା ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି ଜଣେ ସିପିଏମ ନେତା। କେରଳ ପଲକ୍କଡ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାଥରୁମ ମଧ୍ୟରେ ମୋବାଇଲ୍ ଯୋଗେ ଜଣେ ମହିଳାଙ୍କ ରେକର୍ଡିଂ କରିବା ଅଭିଯୋଗରେ ଜଣେ ସିପିଏମ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯାହା ପରେ ଦଳ ତାଙ୍କୁ ନିଲମ୍ବିତ କରିଛି। ଗତ ଶୁକ୍ରବାର ପଡୋଶୀଙ୍କ ଅଭିଯୋଗ କ୍ରମେପୋଲିସ ରାଜ୍ୟର ପଲକ୍କଡ ଜିଲ୍ଲାରେ ସିପିଏମ ସଚିବଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣାରେ ଅଭିଯୋଗ ଦାଏର କରାଯିବା ପରେ ଅଭିଯୁକ୍ତ ନେତା ଫେରାର ହୋଇଛନ୍ତି।

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ମହିଳାଙ୍କ ଅଭିଯୋଗକୁ ଆଧାର କରି ଗତକାଲି ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଦାଖଲ ହେବା ପରେ ଅଭିଯୁକ୍ତ ଗିରଫ କରାଯିବ। ଦଳୀୟ ସଚିବଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ମହିଳା ଜଣଙ୍କ ଜଣେ ସିପିଏମ କର୍ମକର୍ତ୍ତା ବୋଲି ଜଣାପଡ଼ିଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ମହିଳା ସିପିଏମ କର୍ମକର୍ତ୍ତା କହିଛନ୍ତି କେହି ଜଣେ ମୋବାଇଲ ଯୋଗେ ମୋ ଭିଡିଓ ରେକର୍ଡଂ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ଭିଡିଓ ରେକର୍ଡଂ କରାଯିବା ସମୟରେ ମୁଁ ଚିତ୍କାର କରିବା ପରେ ଅଭିଯୁକ୍ତର ପରିଚୟ ମିଳି ଯାଇଥିଲା। ଏହି ଘଟଣା ବାବଦରେ ମୁଁ ଦଳର ବରିଷ୍ଠ ନେତାଙ୍କ ନିକଟରେ ଅଭିଯୋଗ କରିଛି। ସେମାନେ ମୋତେ ପୂର୍ଣ୍ଣ ସମର୍ଥନ ଦେଇଥିଲେ ଏବଂ ମୋ ଭିଡି଼ଓ ରେକର୍ଡିଂ କରିଥିବା ଅଭିଯୁକ୍ତ ନେତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ଦଳ ମୋର ମାମଲା ଆଗକୁ ନେଉଛି। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। 

Also Read: ନିଶାସକ୍ତ ଅବସ୍ଥାରେ ଏଭଳି କାମ କରି ଚର୍ଚ୍ଚାରେ JDU ନେତା

Also Read: ଦଳୀୟ ସାଂସଦଙ୍କ ନିଖୋଜ ପୋଷ୍ଟର ଭାଇରାଲ ହେବା ପରେ ଚର୍ଚ୍ଚାରେ ବିଜେପି ନେତା

 

 

 

Read More
{}{}