Hindi News >>Home >>Odisha Politics

Karnataka: ପୁଣି ବୀର ସାବରକରଙ୍କୁ ନେଇ ତେଜିଲା ବିବାଦ, ଜାଣନ୍ତୁ କାରଣ

Veer Savarkar Controversy: ପୁଣି ଥରେ ବିନାୟକ ଦାମୋଦର ସାବରକରଙ୍କୁ ନେଇ କର୍ଣ୍ଣାଟକରେ ତେଜିଛି ବିବାଦ। 

Advertisement
Karnataka: ପୁଣି ବୀର ସାବରକରଙ୍କୁ ନେଇ ତେଜିଲା ବିବାଦ, ଜାଣନ୍ତୁ କାରଣ
Stop
Subhramjit Ray|Updated: Aug 29, 2022, 04:43 PM IST

Veer Savarkar Controversy: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଷ୍ଟମ ଶ୍ରେଣୀ ପୁସ୍ତକକୁ ନେଇ ଦେଖାଦେଇଛି ବିବାଦ। ଏନେଇ ଅଭିଯୋଗ ହୋଇଛି ଯେ ଶାସକ ବିଜେପି ସରକାର ଇତିହାସ ବଦଳାଇକୁ ଖଣ୍ଡନ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକ ସଂଶୋଧନ କମିଟି ବିନାୟକ ଦାମୋଦର ସାବରକରଙ୍କ ଉପରେ ପାଠ୍ୟକ୍ରମରେ ପରିବର୍ତ୍ତନ କରିଛି।

ଅଷ୍ଟମ ଶ୍ରେଣୀର ଏହି ବହିରେ ଲେଖାଯାଇଛି ଯେ ଯେତେବେଳେ ବିନାୟକ ଦାମୋଦର ସାବରକର (Vinayak Damodar Savarkar) ଆଣ୍ଡାମାନସ୍ଥିତ ସେଲ୍ୟୁଲାର ଜେଲ (Andaman Cellular Jail) ରେ ବନ୍ଦୀ ହୋଇଥିଲେ ସେତେବେଳେ ସେ ନିଜ ମାତୃଭୂମିକୁ ଯାତ୍ରା କରିବା ପାଇଁ ପକ୍ଷୀଙ୍କ ପକ୍ରରେ ଉଡ଼ୁଥିଲେ। ଏହି ବହିରେ ଲେଖାଯାଇଛି ଯେଉଁ ଜେଲରେ ବୀର ସାବରକରଙ୍କୁ (Veer Savarkar) ରଖାଯାଇଥିଲା ସେଠାରେ ଏକ ଛିଦ୍ର ମଧ୍ୟ ନଥିଲା। ହେଲେ ବୁଲବୁଲ ପକ୍ଷୀ ତାଙ୍କ କୋଠରୀକୁ ଆସୁଥିଲେ। ସାବରକର ସେହି ପକ୍ଷୀଙ୍କ ପରରେ ବସି  ନିଜ ମାତୃଭୂମି ଭ୍ରମଣରେ ଯାଉଥିଲେ। ଏହାପୂର୍ବରୁ ରାଜ୍ୟରେ ଶିବମୋଗା (Shivmoga) ଠାରେ ବୀର  ସାବରକରଙ୍କ ଫ୍ଲେକ୍ସ ହଟାଇବା ଏବଂ ବିନୟକ ଚତୁର୍ଥୀ (Vinayak Chaturthi) ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତି (Lord Ganesh Idol) ପାଖରେ ବୀର ସାବରକରଙ୍କ ଫଟୋ ଲଗାଇବାକୁ ବିରୋଧ କରାଯାଇଛି।

Also Read: Karnataka: ବୀର ସାବରକରଙ୍କ ବାବଦରେ ବୟାନ ରଖି ଚର୍ଚ୍ଚାରେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ

ବିଜୟମାଲାଙ୍କ ପୂର୍ବ ଲେଖା 'ବ୍ଲଡ ଗ୍ରୁପ ' କୁ  କେ.କେ ଗଟ୍ଟୀଙ୍କ ଦ୍ୱାରା 'କାଲାବନୁ ଗେଦ୍ଦାବାରୁ' ଲେଖାରେ ବଦଳା ଯାଇଛି। ଏହି ଲେଖାଟି ଲେଖକଙ୍କ ଆଣ୍ଡାମାନସ୍ଥିତ ସେଲୁଲାର ଜେଲ୍କୁ ଦର୍ଶାଉଛି। ଯେଉଁଠାରେ ବୀର ସାବରକରଙ୍କୁ ରଖାଯାଇଥିଲା। ଲେଖକ ବୀର ସାବରକରଙ୍କ ଚିତ୍ରଣ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ଜରିଆରେ ଏହା ମଧ୍ୟ କୁହାଯାଉଛି ଯେ ପାଠରେ ବୀର ସାବରକରଙ୍କ ସହ ଜଡିତ ତଥ୍ୟକୁ ଅତିରଞ୍ଜିତ କରାଯାଇଛି। ଏହି ସମୟରେ କର୍ଣ୍ଣାଟକର ତୁମକୁରୁ ବିଶ୍ୱବିଦ୍ୟାଳୟ (Karnataka Tumkur University) ବୀର ସାବରକରଙ୍କ ଉପରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛି। ଯାହା ଏକ ନୂତନ ବିବାଦ ସୃଷ୍ଟି କରିବାର ସମ୍ଭାବନା ଉପୁଜାଇଛି। ବିଶ୍ୱ ବିଦ୍ୟାଳୟ ସିଣ୍ଡିକେଟ୍ ବୈଠକ ଏ ସମ୍ପର୍କିତ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି ଏବଂ ଏ ବାବଦରେ କର୍ଣ୍ଣାଟକ ସରକାରଙ୍କ ପାଖରେ ଏକ ପ୍ରସ୍ତାବ ଦାଖଲ କରିବାକୁ ପ୍ରସ୍ତୁତି ଚାଲିଛି।

Also Read: Karnataka: ଗଣେଶ ପୂଜା ବେଳେ ବୀର ସାବରକରଙ୍କୁ ନେଇ ବଢିଲା ବିବାଦ

ଗତ ମଙ୍ଗଳବାର କର୍ଣ୍ଣାଟକ ବିଜେପି ଶାଖାର ପୁରୁଖା ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା (Former Karnataka CM BS Yediyurappa) ରାଜ୍ୟରେ ସାବରକର ରଥ ଯାତ୍ରାକୁ (Veer Savarkar Rath Yatra) ସବୁଜ ପତାକା ଦେଖାଇଥିଲେ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ ବିରୋଧି ଦଳ ନେତା ସିଦ୍ଧରମୈୟାଙ୍କ (Karnataka Opposition Leader Siddaramaiah) ବିରୋଧ ବର୍ଷିଥିଲେ। ମହୀଶୂର ହେଉଛି ବିରୋଧି ଦଳ ନେତା ସିଦ୍ଧରମୈୟଙ୍କ ଗୃହ ଜିଲ୍ଲା। ଏନେଇ ୟେଦିୟୁରପ୍ପା କହିଥିଲେ ସାବରକର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ (Former PM Indira Gandhi) ତାଙ୍କୁ ବୀର ବୋଲି କହିଥିଲେ। ହେଲେ କର୍ଣ୍ଣାଟକରେ ତାଙ୍କ ବିରୋଧରେ ହୋଇଥିବା ଭୁଲ ତଥ୍ୟ ଅଭିଯାନ ମୋତେ କଷ୍ଟ ଦେଇଛି।

 

 

Read More
{}{}