Hindi News >>Home >>Odisha Politics

ବିଜେଡିରୁ ଇସ୍ତଫା ଦେଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Odisha Politics: ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦୁଇଥର ସିମୁଳିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଲଗାତାର ଏହି ଆସନରୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। 

Advertisement
ବିଜେଡିରୁ ଇସ୍ତଫା ଦେଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
Stop
Soubhagya Ranjan Mishra|Updated: May 22, 2024, 12:25 PM IST

ଭୁବନେଶ୍ୱର: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ଦିନର ସମ୍ପର୍କ ଏହି ଦଳ ସହ ରହିଥିଲା। ବିଜୁ ପଟ୍ଟନାୟକଙ୍କ ସମୟରୁତାଙ୍କ ବାପା ପର୍ଶୁରାମ ପାଣିଗ୍ରାହୀଙ୍କ ସମ୍ପର୍କ ରହିଆସିଥିଲା। କିନ୍ତୁ ଦଳ ତାଙ୍କୁ ଧ୍ୟାନ ନଦେବାରୁ ଏବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। 

ଶ୍ରୀ ପାଣିଗ୍ରାହୀ ଦୁଇଥର ସିମୁଳିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଲଗାତାର ଏହି ଆସନରୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ପରେ ବିଜେଡି ତାଙ୍କୁ ୨୦୨୪ ନିର୍ବାଚନରେ ଟିକଟ ଦେଇ ନଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ରହିଥିଲେ। ବାଲେଶ୍ୱରରେ ନିର୍ବାଚନ ଆଉ ଅଳ୍ପଦିନ ବାକିଥିବା ବେଳେ ସେ ନିଜର ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି। ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ଶେଷ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱରରେ ମତଦାନ କରାଯିବ। ଏହା ଜୁନ୍‍ ୧ ତାରିଖକୁ ସ୍ଥିର କରାଯାଇଛି। ଶେଷ ମୁହୂର୍ତ୍ତରେ ପାଣିଗ୍ରାହୀଙ୍କ ଏପରି ନିଷ୍ପତ୍ତି ଦଳ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।

କିଛିଦିନ ପୂର୍ବେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ଦଳରେ ଅଣଦେଖା ହୋଇଥିବା ଅଭିଯୋଗ କରିଥିଲେ। ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ମଧ୍ୟ ଦଳ ତାହାକୁ ଧ୍ୟାନ ନଦେବାରୁ ଦେ ଇସ୍ତଫା ଦେଇଥିଲେ। ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି।

Also Read- Garlic Peel Benefits: ଫିଙ୍ଗୁଛନ୍ତି କି ରସୁଣ ଚୋପା ? ମିଳିଥାଏ ବଡ଼ ଲାଭ

Read More
{}{}