Hindi News >>Home >>Odisha Politics

Odisha Election 2024: 'ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ସତର୍କ ରୁହନ୍ତୁ', ବହ୍ମପୁର ସମାବେଶରେ ବିଜେଡିକୁ ଟାର୍ଗେଟ୍ କଲେ ଜେପି ନଡ୍ଡା

Odisha Election 2024: ନଡ୍ଡା ଆୟୁଷ୍ମାନ ଯୋଜନାକୁ ନେଇ ମଧ୍ୟ ରାଜ୍ୟ ସରକାରୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଭାରତରେ ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ସୁବିଧା ମିଳୁଛି କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର।  

Advertisement
JP Nadda Bhampur rally
Stop
Zee Odisha Desk|Updated: Apr 28, 2024, 07:32 PM IST

JP Nadda Berhampur rally: ରବିବାର ଦିନ ବହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ "ବିଜୟ ସଂକଳ୍ପ ସମାବେଶ"କୁ ବଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ଆଜି ସମ୍ବୋଧନ କରିଥିଲେ। ଜେପି ନଡ୍ଡା ବ୍ରହ୍ମପୁର ଏହି ସମାବେଶରେ ଜୟ ଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିଥିଲେ। ଏହା ପରେ ନିଜ ଭାଷଣରେ ସେ ମଧୁବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ନିଜ ଭାଷଣରେ ସେ ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଓଡ଼ିଶାରେ ବିଜେପି ସରକାର ହେବା ଦରକାର ବୋଲି କହିଥିଲେ। ନଡ୍ଡା ୧୦ ବର୍ଷ ପୂର୍ବେ ଭାରତର ଅବସ୍ଥା କ’ଣ ଥିଲା ମନେ ପକାନ୍ତୁ ବୋଲି ନିଜ ଭାଷଣରେ କହିଥିଲେ। ସେ କହିଥିଲେ ଏଠାରେ କିଛି ବଦଳିବ ନାହିଁ, ଏମିତି ରହିବ ବୋଲି ସମସ୍ତେ ଭାବୁଥିଲେ କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବଦଳି ଯାଇଛି।

ନଡ୍ଡା ନିଜ ଭାଷଣରେ କହିଥିଲେ ଯେ ବିକଶିତ ଭାରତ ପଥରେ ଦେଶ ଆଗେଇ ଚାଲିଛି। ଏହା ଓଡ଼ିଶାକୁ ଆଗକୁ ନେବାର ନିର୍ବାଚନ ଓ ମୋଦି ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡ଼ିଛନ୍ତି। ଏହା ସମେତ ଏକାଦଶ ଅର୍ଥ ବ୍ୟବସ୍ଥାରୁ ଭାରତ ଏବେ ପଞ୍ଚମ ସ୍ଥାନରେ ଓ ଆଗାମୀ ୨ ବର୍ଷ ଭିତରେ ଭାରତ ତୃତୀୟ ବଡ଼ ଆର୍ଥିକ ଶକ୍ତି ବନିବ
ବୋଲି ସେ କହିଛନ୍ତି।

ଏହା ସମେତା ନଡ୍ଡା ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାସନ ମିଳୁଛି ବୋଲି କହିଥିଲେ। ସେ ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳକ ଆର୍ଥୀତ ସହାୟତା ଯାଉଛି ବୋଲି କହିଥିଲେ। ନଡ୍ଡା କହିଥିଲେ ଯେ ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି। ଆଗକୁ ଆହୁରି ମୋଦୀ ସରକାର ବନାଇବା ଜାରି ରଖିବେ।

ନଡ୍ଡା ଆୟୁଷ୍ମାନ ଯୋଜନାକୁ ନେଇ ମଧ୍ୟ ରାଜ୍ୟ ସରକାରୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଭାରତରେ ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ସୁବିଧା ମିଳୁଛି
କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର।

ରାଜ୍ୟକୁ ମୋଦୀ ସରକାରଙ୍କ ଆନୁଦାନ ଦେବାକୁ ନେଇ ନଡ୍ଡା କହିଛନ୍ତି ବିପକ୍ଷ ସରକାର ଥିବା ସତ୍ତ୍ୱେ, ମୋଦି ଓଡି଼ଶାକୁ ସର୍ବାଧିକ ଅନୁଦାନ ଦେଇଛନ୍ତି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି।

ଶେଷରେ ନଡ୍ଡା ପାଣ୍ଡିଆନଙ୍କ ନାମ ନ ନେଇ ଟାର୍ଗେଟ କରିଥିଲେ। ସେ କହିଛନ୍ତି ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି ସତର୍କ ରହନ୍ତୁ। ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କ’ଣ କେହି ନେତା ନାହାନ୍ତି। ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ।

Read More
{}{}