Hindi News >>Home >>Odisha Politics

ମହାରାଷ୍ଟ୍ର ପରେ ଏବେ ଝାରଖଣ୍ଡରୁ କଂଗ୍ରେସକୁ ଲାଗିବ ବଡ଼ ଝଟକା, ହେମନ୍ତ ସୋରେନ ଭାଙ୍ଗିବେ ମେଣ୍ଟ?

Jharkhand Politics: ଗୋଆ କଂଗ୍ରେସ ପ୍ରଭାରୀ ଦୀନେଶ ଗୁଣ୍ଡୁ ରାଓ (Dinesh Gundu Rao) କହିଛନ୍ତି ଯେ, କଂଗ୍ରେସ ନେତା ମାଇକେଲ ଲୋବୋ (Michael Lobo) ଓ ଦିଗମ୍ବର କାମତ (Digambar Kamat) ବିଜେପିକୁ ଦଳବଦଳ କରାଇବାରେ ସାହାଯ୍ୟ କରୁଛନ୍ତି । କଂଗ୍ରେସ ଲୋବୋଙ୍କୁ ଗୋଆର ବିରୋଧୀ ଦଳ ନେତା ପଦରୁ ହଟାଇ ଦେଇଛି ।

Advertisement
ମହାରାଷ୍ଟ୍ର ପରେ ଏବେ ଝାରଖଣ୍ଡରୁ କଂଗ୍ରେସକୁ ଲାଗିବ ବଡ଼ ଝଟକା, ହେମନ୍ତ ସୋରେନ ଭାଙ୍ଗିବେ ମେଣ୍ଟ?
Stop
Zee Odisha Desk|Updated: Jul 11, 2022, 02:32 PM IST

ନୂଆଦିଲ୍ଲୀ: Jharkhand Politics: କଂଗ୍ରେସ (Congress) ସଙ୍କଟ ଶେଷ ହେବାର ନାଁ ନେଉନାହିଁ । ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର (Maha Vikas Aghadi Government) ରେ କଂଗ୍ରେସ ମଧ୍ୟ ସାମିଲ ଥିଲା । ବିଗତ ଦିନରେ ଏହି ସରକାର ଭାଙ୍ଗି ଯାଇଥିଲା । ବର୍ତ୍ତମାନ ପଡୋଶୀ ରାଜ୍ୟ ଗୋଆ (Goa) ରେ ମୋଟ ୧୧ ଜଣ କଂଗ୍ରେସ ବିଧାୟକ (Congress MLA) ଙ୍କ ମଧ୍ୟରେ ଅଧିକାଂଶ ବିଦ୍ରୋହ ମୁଡରେ ଦେଖାଯାଉଛି । ରବିବାର ଗୋଆ କଂଗ୍ରେସ (Goa Congress) କହିଛି, ଯେ ବିଜେପି (BJP) ଗୋଆରେ ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶକୁ ଅଲଗା କରିବାକୁ ଚେଷ୍ଟା କରୁଛି ।

ଗୋଆ କଂଗ୍ରେସ ପ୍ରଭାରୀ ଦୀନେଶ ଗୁଣ୍ଡୁ ରାଓ (Dinesh Gundu Rao) କହିଛନ୍ତି ଯେ, କଂଗ୍ରେସ ନେତା ମାଇକେଲ ଲୋବୋ (Michael Lobo) ଓ ଦିଗମ୍ବର କାମତ (Digambar Kamat) ବିଜେପିକୁ ଦଳବଦଳ କରାଇବାରେ ସାହାଯ୍ୟ କରୁଛନ୍ତି । କଂଗ୍ରେସ ଲୋବୋଙ୍କୁ ଗୋଆର ବିରୋଧୀ ଦଳ ନେତା ପଦରୁ ହଟାଇ ଦେଇଛି ।

କିନ୍ତୁ କଂଗ୍ରେସ ସଙ୍କଟ କେବଳ ଗୋଆରେ ସୀମିତ ନୁହେଁ । ଝାଡଖଣ୍ଡରେ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ (RJD) ସମର୍ଥନରେ ଚାଲିଥିବା ହେମନ୍ତ ସୋରେନଙ୍କ ସରକାର (Hemant Soren Government) କୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି । ଇଂରାଜୀ ଖବରକାଗଜ ଇକୋନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ସରକାରର ପତନ ପରେ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ସରକାରକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି ।

ଇକୋନୋମିକ୍ ଟାଇମ୍ସ ଏହାର ରିପୋର୍ଟରେ ଲେଖିଛି ଯେ, ରାଷ୍ଟ୍ରପତି ନିର୍ବାଚନକୁ ନେଇ ​​ହେମନ୍ତ ସୋରେନଙ୍କ ଆଭିମୁଖ୍ୟ କଂଗ୍ରେସଠାରୁ ଅଲଗା ଯାଉଛି । ଅନ୍ୟପଟେ ସେ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚରେ ଘେରିବାରେ ଲାଗିଛି । ଦୁର୍ନୀତି ମାମଲାରେ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ସ୍ଥାନରେ ଚଢ଼ାଉ କରାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୋଇଲା ଖଣି ଆବଣ୍ଟନ ଅଭିଯୋଗରେ ନିର୍ବାଚନ ଆୟୋଗ ଓ କୋର୍ଟରେ ଅଯୋଗ୍ୟତା ଯାଚିକା ଦାଖଲ କରାଯାଇଛି ।

ତେବେ ଝାଡଖଣ୍ଡର ଶାସକ ମେଣ୍ଟ ସବୁ ଠିକ୍ ଅଛି ବୋଲି ଦେଖାଇବାକୁ ଚେଷ୍ଟା କରୁଛି । କିନ୍ତୁ ଦିଲ୍ଲୀ ଓ ରାଞ୍ଚିରେ ରାଜନୈତିକ ଗୋଳିରେ ହେମନ୍ତ ସୋରେନଙ୍କ ଅଢ଼େଇ ବର୍ଷ ପୁରୁଣା ସରକାରଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ଭୋଟ୍ ଦେବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପାଇଁ ଗଳାର ଫାସ ହୋଇପଡ଼ିଛି । କାରଣ ସେ ଜଣେ ସାନ୍ଥାଲ ଆଦିବାସୀ । ହେମନ୍ତ ସୋରେନ ମଧ୍ୟ ଏକ ସାନ୍ଥାଲ ଆଦିବାସୀ । ଦ୍ରୌପଦୀ ମୁର୍ମୁ ମଧ୍ୟ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜାଣନ୍ତୁ କ'ଣ କହିଲେ କୋର୍ଟ

ଏହା ବି ପଢ଼ନ୍ତୁ:-ସିଞ୍ଜୋ ଆବେଙ୍କ ସପକ୍ଷରେ ଚାଲିଲା ସହାନୁଭୂତି ଲହର, ତାଙ୍କ ଦଳକୁ ମିଳିଲା ନିର୍ବାଚନରେ ବୃହତ ବିଜୟ

ଏହା ବି ପଢ଼ନ୍ତୁ:-ଠାକରେ ନା ସିନ୍ଦେ, କାହାର ହେବ ଶିବସେନା? ସୁପ୍ରିମକୋର୍ଟ ଆଜି ସ୍ଥିର କରିବେ ଏକନାଥ ସରକାରଙ୍କ ଭବିଷ୍ୟତ

ଏହା ବ୍ୟତୀତ ଏହା ମଧ୍ୟ ଏକ ସତ୍ୟତା ରହିଛି ଯେ ଆଦିବାସୀମାନଙ୍କ ପ୍ରତି ସମ୍ବେଦନଶୀଳ ରହିଆସୁଥିବା ଜେଏମଏମ ୨୦୧୨ରେ ବିଜେପି ସହ ମେଣ୍ଟରେ ରହି ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ଭୋଟ କରିଥିଲା । ଅନ୍ୟପଟେ ସେହି ସମୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ଆଦିବାସୀ ପ୍ରାର୍ଥୀ PA ସାଙ୍ଗମାଙ୍କୁ ନିଜ ପ୍ରାର୍ଥୀ କରିଥିଲା । କୁହାଯାଉଛି ଯେ ହେମନ୍ତ ସୋରେନ ମୁର୍ମୁଙ୍କ ପ୍ରତି ଉତ୍ସାହ ପ୍ରଦର୍ଶନ କରି ଦିଲ୍ଲୀ ଦରବାରକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି ।

କୁହାଯାଉଛି ଯେ ଯଦି ବିଚାରାଧୀନ ମାମଲାରେ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ବିଜେପି ମଧ୍ୟ ଏଠାରେ ଖେଳି କରିପାରେ । ଏଠାରେ କହି ରଖୁଛୁ ଯେ, ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଣ୍ଟ ୨୦୧୯ର ବିଧାନସଭାରେ ଆଦିବାସୀ ବେଲ୍ଟରେ ଥିବା ୨୮ଟି ଆସନ ମଧ୍ୟରୁ ୨୫ଟି ଜିତିଥିବାବେଳେ ବିଜେପି କେବଳ ଦୁଇଟି ଆସନ ଜିତିପାରିଥିଲା । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଜେଏମଏମର ୩୦, କଂଗ୍ରେସର ୧୮, ବିଜେପିର ୨୬, ଆରଜେଡି-ଏନସିପି-ସିପିଆଇଏମଏଲଏଲର ୧-୧ , ଏଜେଏସୟୁ ଓ ଆଇଏନଡିର ୨-୨ ଜଣ ବିଧାୟକ ଅଛନ୍ତି ।

Read More
{}{}