Hindi News >>Home >>Odisha Politics

Champai Soren: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଝାଡଖଣ୍ଡରେ ଟଣାଓଟରା, ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପାଇ

ଏହି ବିଧାୟକମାନେ ପକ୍ଷ ପରିବର୍ତ୍ତନ କରିପାରିବେ କିମ୍ବା ଇସ୍ତଫା ଦେଇ ପାରିବେ କି? ଯଦି ଏହା ଘଟେ, ଇଣ୍ଡିଆ ମେଣ୍ଟ ଦଳ ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଖବର ଆସୁଛି ଯେ ଇଣ୍ଡିଆ ଆଲାଇନ୍ସର ବର୍ତ୍ତମାନ ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି।

Advertisement
Champai Soren: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଝାଡଖଣ୍ଡରେ ଟଣାଓଟରା, ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପାଇ
Stop
Zee Odisha Desk|Updated: Feb 01, 2024, 05:09 PM IST

ନୂଆଦିଲ୍ଲୀ: ଗତକାଲି ହେମନ୍ତ ସୋରେନଙ୍କ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଝାଡ଼ଖଣ୍ଡରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥଳେ ବହୁମତ ସାବ୍ୟସ୍ତ କରିବା ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ସେପଟେ ନିଜ ସପକ୍ଷରେ ବହୁମତ ଥିବା ଦର୍ଶାଇ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସେପଟେ ସରକାର ଗଠନକୁ ନେଇ ଦଳ ଓ ବିରୋଧୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ସରକାର ଗଠନ ପାଇଁ ଭଙ୍ଗାଗଢା ରାଜନୀତିର ସମୀକରଣ କଣ କହୁଛି। 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଗିରଫ ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗିରଫ ପୂର୍ବରୁ ହେମନ୍ତ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଫଳରେ ହେମନ୍ତଙ୍କ ନିକଟତମ ସହଯୋଗୀ ତଥା ବିଶ୍ୱସ୍ତ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ଭାବେ ବାଛିଥିଲେ ବିଧାୟକ। ଫଳରେ ଚମ୍ପାଇ ସୋରେନ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବା ସହିତ ତାଙ୍କ ସମର୍ଥନରେ ୪୩ ବିଧାୟକଙ୍କ ସମର୍ଥନ ରହିଥିବା କହିଥିଲେ। ବର୍ତ୍ତମାନ ଇଣ୍ଡିଆ ମେଣ୍ଟର ବିଧାୟକମାନେ ଭାଙ୍ଗିବା ନେଇ ଭୟ ଘାରିବାରେ ଲାଗିଛି। ଏଥିପଆଇଁ ଜେଏମଏମ-କଂଗ୍ରେସ ବିଧାୟକଙ୍କ ସହିତ ଅନ୍ୟ ସମସ୍ତ ବିଧାୟକଙ୍କୁ ଅନ୍ୟ ରାଜ୍ୟକୁ ପଠାଇ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। 

ସେପଟେ ଚମ୍ପାଇ ସୋରେନଙ୍କ ସପକ୍ଷରେ ବହୁମତ ନଥିବା ନେଇ ବିଜେପି ଗୁରୁତର ଅଭିଯୋଗ ଆଣିଛି। କୁହାଯାଉଛି କି ଜେଏମଏମ ଓ କଂଗ୍ରେସ ବିଧାୟକଙ୍କୁ ତେଲଙ୍ଗାନାକୁ ପଠାଇ ଦିଆଯାଇଥାଇପାରେ। ବସ ମାଧ୍ୟମରେ ଏହି ବିଧାୟକଙ୍କୁ ତେଲଙ୍ଗାନାକୁ ପଠାଇ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଚମ୍ପାଇ ସୋରେନଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟର ମୋଟ ୪୮ ରୁ ୪୯ ଜଣ ବିଧାୟକ ରହିଛନ୍ତି। କିନ୍ତୁ ସେ କେବଳ ୪୨ ରୁ ୪୩ ଜଣ ବିଧାୟକଙ୍କ ଦସ୍ତଖତ ଥିବା ସମର୍ଥନ ପତ୍ର ଦାଖଲ କରିଛନ୍ତି। ଖବର ମଧ୍ୟ ଆସୁଛି ଯେ ବିଧାୟକ ଦଳର ବୈଠକରେ ବହୁ ବିଧାୟକ ଯୋଗ ଦେଇନାହାଁନ୍ତି।

ସରକାର ଗଠନ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଜରୁରୀ
ଝାଡଖଣ୍ଡ ବିଧାନସଭାରେ ସମୁଦାୟ ୮୧ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରୁ ଜଣେ ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାର ଅର୍ଥ ବର୍ତ୍ତମାନ ସମୁଦାୟ ୮୦ ଜଣ ବିଧାୟକ ଅଛନ୍ତି। ସରକାର ଗଠନ ପାଇଁ କୌଣସି ଦଳର ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରନ୍ତି। ହେମନ୍ତ ସୋରେନଙ୍କ ସରକାର ୪୮ ଜଣ ବିଧାୟକଙ୍କ ସମର୍ଥନ ପାଇଥିଲେ। ଜେଏମଏମ ପାଖରେ ୨୯ ଜଣ ବିଧାୟକ, କଂଗ୍ରେସ ୧୭, ସିପିଆଇ ଏମଏଲ ୧ ଏବଂ ଆରଜେଡିରୁ ଜଣେ ବିଧାୟକ ରହିଥିବା ବେଳେ ବିରୋଧୀ ଦଳର ୩୨ ଜଣ ବିଧାୟକ ଅଛନ୍ତି। ବିଜେପିର ୨୬ ଜଣ ବିଧାୟକ, AJSU ରୁ ୩ ଜଣ, ଅନ୍ୟମାନଙ୍କ ମଧ୍ୟରୁ ୨ ଜଣ, NCP (A) ରୁ ଜଣେ ବିଧାୟକ ରହିଛନ୍ତି। 

ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ ଯେତେବେଳେ ଇଣ୍ଡିଆ ମେଣ୍ଟର ବିଧାୟକଙ୍କ ସଂଖ୍ୟା ୪୮ ଥିଲା, ତେବେ ଚମ୍ପାଇ ସୋରେନ କାହିଁକି ୪୨ ରୁ ୪୩ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲେ? କିଛି କଂଗ୍ରେସ କିମ୍ବା ଜେଏମଏମ ବିଧାୟକ ଅସନ୍ତୁଷ୍ଟ ରହିଛନ୍ତି କି? ଏହି ବିଧାୟକମାନେ ପକ୍ଷ ପରିବର୍ତ୍ତନ କରିପାରିବେ କିମ୍ବା ଇସ୍ତଫା ଦେଇ ପାରିବେ କି? ଯଦି ଏହା ଘଟେ, ଇଣ୍ଡିଆ ମେଣ୍ଟ ଦଳ ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଖବର ଆସୁଛି ଯେ ଇଣ୍ଡିଆ ଆଲାଇନ୍ସର ବର୍ତ୍ତମାନ ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି।

Read More
{}{}