Hindi News >>Home >>Odisha Politics

ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ

Bima Bharti: ବିମା ଭାରତୀ ଜେଡିୟୁର ପ୍ରଥମ ବିଧାୟକ , ଯିଏ ନୀତିଶ କୁମାରଙ୍କ କ୍ୟାବିନେଟରେ ସାମିଲ ମନ୍ତ୍ରୀଙ୍କ ବିରୋଧରେ ଖୋଲାଖୋଲି ଭାବେ ମୋର୍ଚ୍ଚା ଖୋଲିଛନ୍ତି । ବିମା ଭାରତୀ ଓ ଲେସି ସିଂଙ୍କ ମଧ୍ୟରେ ଶତ୍ରୁତା ସାମ୍ନାକୁ ଆସିଛି ।

Advertisement
ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ
Stop
Tamal Bakchi|Updated: Aug 19, 2022, 08:45 AM IST

ପାଟନା: Bima Bharti: ବିହାରରେ ନୂତନ ସରକାର ଗଠନ ହେବା ମାତ୍ରେ ଶାସକ ଦଳ ଜେଡିୟୁ (JDU) ମଧ୍ୟରେ ବିଦ୍ରୋହର ସ୍ୱର ଅଧିକ ଜୋର ଧରିଛି । ବିହାରର ପୂର୍ବତନ ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ବିମା ଭାରତୀ (Bima Bharti) ରାଜ୍ୟ ଖାଦ୍ୟ ମନ୍ତ୍ରୀ ଲେସି ସିଂ (Lesi Singh) ଙ୍କୁ ହଟାଇବାକୁ ଦାବି କରିଛନ୍ତି । ପୁର୍ଣ୍ଣିଆର ଧମଦାହର ବିଧାୟକ ଲେସି ସିଂ ମନ୍ତ୍ରୀ ହେବା ମାତ୍ରେ ରୁପାଲିର ଜେଡିୟୁ ବିଧାୟକ ବିମା ଭାରତୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଲାସି ସିଂଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ବିଧାୟକ ବିମା ଭାରତୀ ଖାଦ୍ୟ ମନ୍ତ୍ରୀ ଲେସି ସିଂଙ୍କ ବିରୋଧରେ ଦାଦାବଟି ଆଦାୟ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ।

ବିହାରରେ ଖାଦ୍ୟ ମନ୍ତ୍ରୀ ଲେସି ସିଂଙ୍କ ସ୍ୱାମୀ ବୁଟନ ସିଂଙ୍କୁ ଲାଲୁ-ରାବ୍ରି ରାଜରେ ହତ୍ୟା କରାଯାଇଥିଲା । ବିମା ଭାରତୀଙ୍କ ସ୍ୱାମୀ ଅବଧେଶ ମଣ୍ଡଳ ମଧ୍ୟ ବାହୁବଲୀ । ବିହାର ରାଜନୀତିରେ ଜେଡିୟୁ ବିଧାୟକ ବିମା ଭାରତୀ ଓ ଖାଦ୍ୟ ମନ୍ତ୍ରୀ ଲେସି ସିଂଙ୍କ ମଧ୍ୟରେ ଏହି ବିବାଦ ନୂଆ ନୁହେଁ । ଅତୀତରେ ଲେସି ସିଂ ଓ ବିମା ଭାରତୀଙ୍କ ମଧ୍ୟରେ ଅନେକ ଥର ଏପରି ଲଢ଼େଇ ଦେଖାଦେଇଛି । କାରଣ ଉଭୟ ସ୍ୱାମୀଙ୍କ ନାମ ଏହି ଅଞ୍ଚଳର ବାହୁବଲୀରେ ସାମିଲ ରହିଛି । 

ବିମା ଭାରତୀ ଜେଡିୟୁର ପ୍ରଥମ ବିଧାୟକ , ଯିଏ ନୀତିଶ କୁମାରଙ୍କ କ୍ୟାବିନେଟରେ ସାମିଲ ମନ୍ତ୍ରୀଙ୍କ ବିରୋଧରେ ଖୋଲାଖୋଲି ଭାବେ ମୋର୍ଚ୍ଚା ଖୋଲିଛନ୍ତି । ବିମା ଭାରତୀ ଓ ଲେସି ସିଂଙ୍କ ମଧ୍ୟରେ ଶତ୍ରୁତା ସାମ୍ନାକୁ ଆସିଛି । ଭାରତୀଙ୍କ ଅସନ୍ତୋଷ ଏତେ ବୃଦ୍ଧି ପାଇଛି ଯେ ସେ ଲେସି ସିଂଙ୍କ ବିରୋଧରେ ଦାଦାବଟି ଆଦାୟ ଓ ହତ୍ୟା ଭଳି ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । କେବଳ ଏତିକି ନୁହେଁ ଯଦି ଦଳ ତାଙ୍କ ଦାବି ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । କୁହାଯାଉଛି ଯେ ଲେସି ସିଂ ନୀତିଶଙ୍କ ନିକଟତର ଓ ବିମା ଭାରତ ଅତୀତରେ ନୀତିଶ କ୍ୟାବିନେଟରେ ମନ୍ତ୍ରୀ ରହିଆସିଥିଲେ, କିନ୍ତୁ ଏଥର ବିମା ଭାରତୀଙ୍କ ପତା କାଟି ଦିଆଯାଇଛି, ସେଥିପାଇଁ ସେ ଅସନ୍ତୁଷ୍ଟ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଏହା ବି ପଢ଼ନ୍ତୁ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଆଶ୍ୱସ୍ତ; ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେତେ ହଜାର ପଦ ଭରିବେ ସରକାର

ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!

 

ସେପଟେ ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ ଏହି ପ୍ରସଙ୍ଗ ଉପରେ ପ୍ରଶ୍ନ ପଚରାଗଲା, ସେ କହିଛନ୍ତି ଯେ ଏସବୁ ଉପରେ ଚିନ୍ତା କରନ୍ତୁ ନାହିଁ । ଯଦି କେହି ବୟାନ ଦିଅନ୍ତି, ତେବେ ଦଳ ଏହାକୁ ପୂର୍ବରୁ ବହୁତ ଭଲ ଭାବରେ ବୁଝିବ ଓ ପଚରାଉଚରା କରାଯିବ । ଯଦି କାହାକୁ ଅନ୍ୟ କେଉଠି ଯିବାର ମନ ଅଛି । ତେବେ ଚିନ୍ତା କରନ୍ତୁ । ଆମେ ବହୁତ ସମ୍ମାନ ଦେଇଛୁ । ଲେସି ସିଂଙ୍କ ଉପରେ କିଛି ନାହିଁ । ଆମେ ତାଙ୍କୁ ମନ୍ତ୍ରୀ କରିଛୁ । ସମସ୍ତେ ଏହା ଜାଣନ୍ତି ।

{}{}