Hindi News >>Home >>Odisha Politics

Indian Politics: ବିଜେପି ପାଇଁ ବଢିଲା ଚିନ୍ତା, ଜାତୀୟ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

National Party of KCR: ଚଳିତ ବର୍ଷ ଦଶହରା ଅବସରରେ ଜାତୀୟ ଦଳ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର। 

Advertisement
Indian Politics: ବିଜେପି ପାଇଁ ବଢିଲା ଚିନ୍ତା, ଜାତୀୟ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ
Stop
Subhramjit Ray|Updated: Oct 04, 2022, 09:30 PM IST

New National Party: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ମୁକାବିଲା କରିବା ଅଣ୍ଟା ଭିଡ଼ିଛନ୍ତି ଆଞ୍ଚଳିକ ଦଳ। ଏନେଇ ବଳ ଗୋଟାଇବାରେ ଲାଗିଛନ୍ତି କ୍ଷେତ୍ରୀୟ ଦଳ। ଅନ୍ୟପଟେ ଦେଶର ଜାତୀୟ ରାଜନୀତିରେ ପ୍ରବେଶ କରିବା ପାଇଁ ଆଞ୍ଚଳିତ ଦଳର ନେତା ବିଭିନ୍ନ ସମୟରେ ପରସ୍ପରକୁ ଭେଟୁଛନ୍ତି। ଯାହାର ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରସାରିତ ହୋଇଛି।     

ଦେଶର ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ଏକ ବଡ଼ ଘୋଷଣା କରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samiti) ଟିଆରଏସ ଅଧ୍ୟକ୍ଷ (TRS Supremo) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana Chief Minister) କେ.ଚନ୍ଦ୍ରଶେଖର ରାଓ (K.Chandrashekar Rao) କେସିଆର (KCR)।   

ଚଳିତ ବର୍ଷ ଦଶହରା ଅବସରରେ ଜାତୀୟ ଦଳ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR)। ଏନେଇ ଅକ୍ଟୋବର ୫ ତାରିଖ ୧ ଟା ୧୯ ମିନିଟ ମୁହୂର୍ତ୍ତ ନିଆଯାଇଛି। ରବିବାର ଦିନ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟାହ୍ନ ଭୋଜନ ସମୟରେ କ୍ୟାବିନେଟ ସହକର୍ମୀ ତଥା ତାଙ୍କ ଦଳର ୩୩ ଜିଲ୍ଲା ସଭାପତିଙ୍କ ସହ କଥା ହୋଇଥିଲେ। ଏନେଇ କୁହାଯାଉଛି ଯେ କେସିଆର ଏହି ବୈଠକରେ ଜାତୀୟ ଦଳ ଆରମ୍ଭ କରିବା ପାଇଁ ରଣନୀତି ବାବଦରେ ଆଲୋଚନା କରିଛନ୍ତି। 

Also Read: Telangana Politics: ରାଜ୍ୟ ଛାଡ଼ି କାହିଁକି ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର?

ବୁଧବାର ତେଲେଙ୍ଗାନା ଭବନ ଠାରେ ଟିଆରଏସ ବିଧାୟକ ଦଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇପାରେ। ଯେଉଁଥିରେ ଦଳକୁ ଜାତୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରାଯିବ। ଏହା ପରେ ଦଳର ନାମ ଭାରତ ରାଷ୍ଟ୍ର ସମିତି (Bharat Rashtra Samithi) ବିଆରଏସ୍ (BRS) ରଖା ଯାପାରେ। ଦଳର ସଂସଦ, ବିଧାୟକ, ବିଧାନ ପରିଷଦର ସଦସ୍ୟ, ଜିଲ୍ଲା ପରିଷଦ ସଭାପତି, ମେୟର ଏବଂ ନଗର ପାଳିକା ଅଧ୍ୟକ୍ଷଙ୍କ ସମେତ ୨୮୨ ଜଣ ଲୋକ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବେ। 

ଦଳର ନାମ ପରିବର୍ତ୍ତନ କରିବାକୁ ନେଇ ଏକ ପ୍ରସ୍ତାବ ନିର୍ବାଚନ ଆୟୋଗ (Election Commission) ନିକଟକୁ ପଠାଯିବ। ଟିଆରଏସ ବର୍ତ୍ତମାନ ଏକ ଆଞ୍ଚଳିକ ଦଳ (Regional Party) ହୋଇଥିବାରୁ ଏହା ଯେ କୌଣସି ରାଜ୍ୟରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ​​ଏହାର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଟିଆରଏସ ମଧ୍ୟ ଏକ ଜାତୀୟ ଦଳର ମାନ୍ୟତା ପାଇପାରେ। ଏହାପୂର୍ବରୁ ବିଧାନସଭା ନିର୍ବାଚନରେ  ୪ କିମ୍ବା ଏହା ଠାରୁ ଅଧିକ ଏବଂ କୌଣସି ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ୍ ପାଇଲେ କୌଣସି ଆଞ୍ଚଳିକ ଦଳ, ଜାତୀୟ ଦଳର (National Party) ମାନ୍ୟତା ହାସଲ କରିପାରିବ।

ଟିଆରଏସ ଅଧ୍ୟକ୍ଷ କେସିଆର (TRS Supremo KCR) ତାଙ୍କ ଦଳର ନେତାଙ୍କୁ କହିଛନ୍ତି ବିଆରଏସ୍ ଜାତୀୟ ସ୍ତରରେ ବିଜେପି (BJP) ଭଳି ଜାତୀୟ ଦଳର ବିକଳ୍ପ ହେବ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନଦ୍ୱିତା ହେବ।  ଦଳ ଗୋଲାପୀ ରଙ୍ଗ ସହିତ କାର ନିର୍ବାଚନ ପ୍ରତୀକ ଚାହୁଁଛି। ହେଲେ ଟିଆରଏସ ଭଳି ଆଞ୍ଚଳିକ ଦଳକୁ ଜାତୀୟ ଦଳ ମାନ୍ୟତା ପାଇବା ପାଇଁ ଏକ ଲମ୍ବା ପଥ ଅନୁସରଣ କରିବାକୁ ହେବ।

Also Read: ରାଜ୍ୟ ପରେ ଦେଶ ରାଜନୀତିକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ KCR; ବଦଳିବ TRS ନାଁ

 

ଟିଆରଏସ ଉତ୍ତରାଧିକାରୀ ଦଳ ପାଇଁ ପ୍ରଥମ ନିର୍ବାଚନ ହେବ ମୁନୁଗୋଡେ ଉପନିର୍ବାଚନ। ଯାହା ନଭେମ୍ବର ୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଟିଆରଏସ ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ ଏବଂ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରେ। ଏନେଇ ମିଳିଥିବା ଖବର ଅନୁଯାୟୀ ଡିସେମ୍ବର ୯ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR) ଦିଲ୍ଲୀ ଠାରେ ଏକ ବଡ ରାଲି କରିବାକୁ ଯୋଜନା କରୁଛନ୍ତି। ଏପରିକି ୧୨ ସିଟ୍ ବିମାନ ବ୍ୟବହାର କରି ଦେଶ ଭ୍ରମଣ କରିବାକୁ ଯୋଜନା କରିଛନ୍ତି ସେ।

Read More
{}{}