Hindi News >>Home >>Odisha National-International

Arabian Sea: ପାକିସ୍ତାନୀ ନୌସେନାର ଷଡଯନ୍ତ୍ର ପର୍ଦ୍ଦଫାଶ କଲା ଭାରତୀୟ ନୌସେନା

Dornier vs Alamgir:  ପାକିସ୍ତାନୀ ନୌସେନା ଯୁଦ୍ଧ ଜାହାଜ ଆଲମଗୀର ଦୁଇ ଦେଶରେ ସାମୁଦ୍ରିକ ସୀମାରେଖା ଅତିକ୍ରମ କରି ଭାରତୀୟ ଜଳସୀମାରେ ପ୍ରବେଶ କରିଥିଲା। ରିପୋର୍ଟ ଅନୁଯାୟୀ ଭାରତୀୟ ତଟରକ୍ଷକ ବଳ ଡୋର୍ନିୟର୍ ବିମାନ ଭାରତୀୟ ଜଳସୀମା ଭିତରକୁ ପାକିସ୍ତାନୀ ଯୁଦ୍ଧ ଜାହାଜ ପ୍ରବେଶ କରିଥିବା ନେଇ ଖବର ପାଇଥିଲେ। 

Advertisement
Arabian Sea: ପାକିସ୍ତାନୀ ନୌସେନାର ଷଡଯନ୍ତ୍ର ପର୍ଦ୍ଦଫାଶ କଲା ଭାରତୀୟ ନୌସେନା
Stop
Subhramjit Ray|Updated: Aug 08, 2022, 11:19 PM IST

India Exposed Pakistan Conspiracy: ଦେଶର ପଶ୍ଚିମଭାଗରେ ଅବସ୍ଥିତ ଗୁଜୁରାଟ ଉପକୂଳରେ ପାକିସ୍ତାନୀ ନୌସେନା ଦ୍ୱାରା  କରାଯାଉଥିବା ଏକ ଷଡଯନ୍ତ୍ରକୁ ବିଫଳ କରିଦେଇଛି ଭାରତୀୟ ନୌସେନା। ରବିବାର ପାକିସ୍ତାନୀ ନୌସେନାର ଏକତ  ଯୁଦ୍ଧ ଜାହାଜ ଗୁଜୁରାଟ ଉପକୂଳରେ ଭାରତୀୟ ସାମୁଦ୍ରିକ ସୀମା ମଧ୍ୟରେ ପ୍ରବେଶ କରିଥିଲା। ଏନେଇ ଖବର ମିଳିବା ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ତଟରକ୍ଷକ ବଳର ସାମୁଦ୍ରିକ ନୀରିକ୍ଷଣ ବିମାନ ଡୋର୍ନିୟର୍ ବିମାନକୁ ଘଟଣାସ୍ଥଳକୁ ପଠାଇଥିଲା। ଡୋର୍ନିୟର୍ ବିମାନ ଘଟଣାସ୍ଥଳ ପହଞ୍ଚି ଭାରତୀୟ ଜଳସୀମାରୁ ପାକିସ୍ତାନୀ ଯୁଦ୍ଧ ଜାହାଜକୁ ପଛକୁ ହଟାଇ ଦେଇଥିଲେ। ପୂର୍ବରୁ ଗତ ଜୁଲାଇ ମାସରେ ଭାରତ ଜଳମାର୍ଗରେ ପାକିସ୍ତାନ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି।

ପାକିସ୍ତାନୀ ନୌସେନା ଯୁଦ୍ଧ ଜାହାଜ (Pakistan Navy Warship) ଆଲମଗୀର (Alamgir) ଦୁଇ ଦେଶରେ ସାମୁଦ୍ରିକ ସୀମାରେଖା (India Pakistan Maritime Boundary) ଅତିକ୍ରମ କରି ଭାରତୀୟ ଜଳସୀମାରେ (Indian Maritime Border) ପ୍ରବେଶ କରିଥିଲା। ରିପୋର୍ଟ ଅନୁଯାୟୀ ଭାରତୀୟ ତଟରକ୍ଷକ ବଳ (Indian Coast Guard) ଡୋର୍ନିୟର୍ ବିମାନ (ICG Dornier Aircraft) ଭାରତୀୟ ଜଳସୀମା ଭିତରକୁ ପାକିସ୍ତାନୀ ଯୁଦ୍ଧ ଜାହାଜ ପ୍ରବେଶ କରିଥିବା ନେଇ ଖବର ପାଇଥିଲେ। ଏହି ବିମାନ ସାମୁଦ୍ରିକ ତଦାରଖ କାର୍ଯ୍ୟରେ ନିୟୋଜିତ ହୋଇଥିଲା।

ଦେଶର ପଶ୍ଚିମ ଭାଗରେ ଅବସ୍ଥତି ଆରବ ସାଗରରେ (Arabian Sea) ଭାରତୀୟ ତଟରକ୍ଷକ ବଳ ଡ୍ରୋର୍ନିୟର୍ ବିମାନ ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜ ଆଲମଗୀର ର ଉପସ୍ଥିତି ବାବଦରେ ନିଜ ନିୟନ୍ତ୍ରଣ କକ୍ଷକୁ ଖବର ପଠାଇବା ସହ ଏହା ଉପରେ ନଜର ରଖିଥିଲେ। ଡ୍ରୋନିୟର ଆଲମଗୀର କୁ ଚେତାବନୀ ଦେଇ ଭାରତୀ ଜଳସୀମାରୁ ହଟିଯାଇ ଏହାର ନିଜ ଅଞ୍ଚଳକୁ ଫେରିଯିବାକୁ କହିଥିଲା। ମାତ୍ର ପାକିସ୍ତାନ ଯୁଦ୍ଧ ଜାହାଜ ପକ୍ଷରୁ ଭାରତୀୟ ତଟରକ୍ଷକ ବଳ ବିମାନକୁ କୌଣସି ଜବାବ ଦେଇନଥିଲା। 

ଆରବ ସାଗରରେ ଡ୍ରେନିୟର୍ ଆଲାମଗୀର ଉପରେ ସତର୍କ ନଜର ରଖିଥିଲା। ପାକିସ୍ତାନୀ ଯୁଦ୍ଧ ଜାହାଜର  ଉଦ୍ଦେଶ୍ୟ ଜାଣିବା ପାଇଁ ରେଡିଓ ସେଟ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପାକିସ୍ତାନୀ ନୌସେନା କ୍ୟାପ୍ଟେନ ଏହାର କୌଣସି ଜବାବ ଦେଇନଥିଲେ। ଡ୍ରୋର୍ନିଅର ପାକିସ୍ତାନୀ ଯୁଦ୍ଧ ଜାହାଜ ସାମ୍ନାରେ ୨-୩ ଥର ଉଡାଣ ଭରିଥିଲେ। ମାତ୍ର ଏହାର କିଛି ସମୟ ପରେ ପାକିସ୍ତାନୀ ଯୁଦ୍ଧ ଜାହାଜ ଭାରତୀୟ ଜଳସୀମାରୁ ହଟି ଯାଇଥିଲା।

Also Read: ଇସ୍ରାଏଲ ଭଳି ଅପରେସନ କରି ଚର୍ଚ୍ଚାରେ ଭାରତ; ୨୩ ବର୍ଷ ପରେ ସଫଳ ହେଲା ଟାର୍ଗେଟ

ଏହି ଘଟଣା ବାବଦରେ ପଚରାଯିବାରୁ ଭାରତୀୟ ତଟରକ୍ଷକ ବଳ ଅଧିକାରୀ କିଛି କହିବାକୁ ମନା କରିଦେଇଥିଲେ। ଗୁଜୁରାଟ ଉପକୂଳରେ ଥିବା ସାର୍ କ୍ରିକ୍ ଅଞ୍ଚଳରୁ ଉଚ୍ଚ ସମୁଦ୍ର ପର୍ଯ୍ୟନ୍ତ କୌଣସି ଅସୁବିଧାକୁ ରୋକିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ବାୟୁସେନା ଅତ୍ୟନ୍ତ ସକ୍ରିୟ ଅଛନ୍ତି। ଯେଉଁଠାରେ ବର୍ତ୍ତମାନ ସମୟରେ ପାକିସ୍ତାନୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି।

 

 

Read More
{}{}