Hindi News >>Home >>Odisha Politics

How to Cast Vote without Voter ID Card: ହଜିଯାଇଛି କି ଭୋଟର ପରିଚୟପତ୍ର; ଏହି ୧୨ ID Card ଦେଖାଇ କରିପାରବେ ମତଦାନ

How to Cast Vote in India without Voter ID: ଯଦି ଆପଣଙ୍କ ଭୋଟର ପରିଚୟପତ୍ର ହଜିଯାଇଛି ତାହେଲେ ଆପଣ ୧୨ ଦସ୍ତାବିଜ ଦେଖାଇ ଆପଣ କରିପାରିବେ ମତଦାନ।

Advertisement
How to Cast Vote without Voter ID Card: ହଜିଯାଇଛି କି ଭୋଟର ପରିଚୟପତ୍ର; ଏହି ୧୨ ID Card ଦେଖାଇ କରିପାରବେ ମତଦାନ
Stop
Updated: Nov 06, 2023, 05:17 PM IST

How to Cast Vote without Voter ID Card in India: ଚଳିତ ବର୍ଷ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ଆଦି ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟି ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶଗଡ଼ର ୨୦ ଏବଂ ମିଜୋରାମର ସମସ୍ତ ୪୦ ଆସନ ଲାଗି ଭୋଟ ଗ୍ରହଣ କରାଯିବ। ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ବ୍ୟବସ୍ଥା କରୁଛନ୍ତି। ଭୋଟର ଯେପରି କୌଣସି ପ୍ରକାରର ସମସ୍ୟାର ସାମ୍ନା ନ କରିବେ ସେଥିପାଇଁ ମତଦାନ କେନ୍ଦ୍ରରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଲୋକଙ୍କୁ କ୍ରମାଗତ ଭାବରେ ସଚେତନ କରାଯାଉଛି।

ଭୋଟ ଗ୍ରହଣ ଦିନ ଏପରି ଅନେକ ମତଦାତା ମତଦାନ କରିବାରୁ ବଞ୍ଚିତ ରହିଥାନ୍ତି। କାରଣ ସେମାନଙ୍କ ପାଖରେ ଭୋଟର ପରିଚୟପତ୍ର ନଥାଏ।  ଯଦି ଆପଣଙ୍କ ପାଖରେ ଭୋଟର ଆଇଡ଼ି କାର୍ଡ଼ ନାହିଁ ଏବଂ ଆପଣଙ୍କ ନାମ ଭୋଟର ତାଲିକାରେ ରହିଛି ତାହେଲେ ମଧ୍ୟ ଆପଣ ମତଦାନ କରିପାରିବେ। ଏବେ ଆମେ ଆପଣଙ୍କୁ ଭୋଟର ଆଇଡି କାର୍ଡ ବ୍ୟତୀତ ଅନ୍ୟ ୧୨ ଦସ୍ତାବିଜ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଭୋଟ୍ ଦେଇପାରିବେ। ଏହି ୧୨ ଦସ୍ତାବିଜ କୁ ନିର୍ବାଚନ ଆୟୋଗ ସ୍ୱୀକୃତି ପ୍ରଦାନ କରିଛନ୍ତି। ନିମ୍ନଲିଖିତ ୧୨ ଦସ୍ତାବିଜ ଦେଖାଇ ଆପଣ କରିପାରବେ ମତଦାନ। 

  • ଯଦି ଆପଣଙ୍କର ଭୋଟର ପରିଚୟ ପତ୍ର ହଜିଯାଇଛି, ହେଲେ ଆପଣଙ୍କ ନାଁ ଭୋଟର ତାଲିକାରେ ରହିଛି, ତାହେଲେ ଭୋଟ୍ ପାଇଁ ଆପଣଙ୍କ ପରିଚୟ ପ୍ରମାଣ କରିବାକୁ ଆପଣ ଆଧାର କାର୍ଡ ଦେଖାଇପାରିବେ।
  • ଯଦି ଆପଣ ଚାହାଁନ୍ତି, ଆପଣ MNREGA Job Card, ଡ୍ରାଇଭିଂ ଲାଇସେନ୍ସ,  ପାନ୍ କାର୍ଡ ଦେଖାଇ ମତଦାନ କରିପାରିବେ।
  • ଯଦିଓ ଆପଣଙ୍କର ଭାରତୀୟ ପାସପୋର୍ଟ ଅଛି, ତାହେଲେ ଆପଣ ଏହାକୁ ଦେଖାଇ ଭୋଟ୍ ଦେଇପାରିବେ।
  • ଫଟୋ ସହିତ ପେନସନ୍ ଡକ୍ୟୁମେଣ୍ଟ୍, କେନ୍ଦ୍ର/ରାଜ୍ୟ ସରକାର/ ରାଷ୍ଟ୍ରାୟତ୍ତ ଉଦ୍ୟୋଗ/ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ସେମାନଙ୍କ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ପରିଚୟ ପତ୍ର ମଧ୍ୟ ବ୍ୟବହାର କରାଯାଇ ପାରିବ।
  • ଏହା ବ୍ୟତୀତ, ଆପଣ ମତଦାନ କେନ୍ଦ୍ରରେ ଫଟୋ ସହିତ ଆପଣଙ୍କ ସେବା ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇପାରିବେ।
  • ବ୍ୟାଙ୍କ/ ଡାକଘର ଦ୍ୱାରା ଦିଆଯାଇଥିବା ଫଟୋଗ୍ରାଫ୍ ସହିତ ପାସବୁକ୍ ମଧ୍ୟ ଭୋଟ୍ ଦେବା ପାଇଁ ବୈଧ ଦସ୍ତାବିଜ ଭାବରେ ବ୍ୟବହୃତ ହୋଇପାରିବ।
  • NPR ଅଧିନରେ RGI ଦ୍ୱାରା ଦିଆଯାଇଥିବା ସ୍ମାର୍ଟ କାର୍ଡ, ଶ୍ରମ ମନ୍ତ୍ରଣାଳୟର ଯୋଜନା ଅଧିନରେ ଦିଆଯାଇଥିବା ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ ମଧ୍ୟ  ବୈଧ ଦସ୍ତାବିଜ ଭାବରେ ବ୍ୟବହୃତ ହୋଇପାରିବ। 
  • ସାଂସଦ/ବିଧାୟକ/ବିଧାନ ପରିଷଦ ସଦସ୍ୟଙ୍କ ଦ୍ୱାରା ଜାରି ସରକାରୀ ପରିଚୟ ପତ୍ର ଏବଂ ଦିବ୍ୟାଙ୍ଗ ପାଇଁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା Disability Identity Card  ମଧ୍ୟ ବ୍ୟବହାର କରାଯାଇ ପାରିବ।

Also Read: Indian Politics: କ'ଣ ବିନା ଭୋଟର ପରିଚୟ ପତ୍ରରେ କରିପାରିବେ ମତଦାନ? ଜାଣନ୍ତୁ ପ୍ରକ୍ରିୟା

 

Read More
{}{}