Hindi News >>Home >>Odisha Politics

2000 Rupee Note: ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ, ରାଜ୍ୟସଭାରେ ଦାବି ଉଠାଇଲେ ବିଜେପି ସାଂସଦ

BJP MP on Black Money: ୨ ହଜାର ନୋଟ୍ ହେଉଛି କଳା ଟଙ୍କା। ଅର୍ଥାତ ଯାହର ଅର୍ଥ ହେଉଛି କଳା ବଜାରୀ। ଯଦି କଳା ଟଙ୍କା ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡେ ତାହେଲେ ୨୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ। 

Advertisement
2000 Rupee Note: ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ, ରାଜ୍ୟସଭାରେ ଦାବି ଉଠାଇଲେ ବିଜେପି ସାଂସଦ
Stop
Zee Odisha Desk|Updated: Dec 12, 2022, 06:52 PM IST

2000 Rupee Note Ban: ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବାକୁ ସୋମବାର ରାଜ୍ୟସଭାରେ ଦାବି ଉଠାଇଛନ୍ତି ବିଜେପି ସାଂସଦ। ଏନେଇ ବିଜେପି ରାଜ୍ୟସଭା କହିଛନ୍ତି ଯେ ଅପରାଧିକ କାର୍ଯ୍ୟକଳାପ ତଥା ବେଆଇନ କାରବାରରେ ୨୦୦୦ ଟଙ୍କିଆ ନୋଟ୍ ବହୁଳ ଭାବରେ ବ୍ୟବହାର କରାଯାଉଛି। ଭାରତ ସରକାର ଏହାକୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦେବା ଆବଶ୍ୟକ। 

ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ସୋମବାର ରାଜ୍ୟସଭାରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବା ପ୍ରସଙ୍ଗ ଉଠାଇଛନ୍ତି। ଏ ସମ୍ପର୍କରେ ନିଜର ମତ ରଖି ବିଜେପି ସାଂସଦ କହିଛନ୍ତି ବର୍ତ୍ତମାନ ବଜାରରେ ଗୋଲାପୀ ରଙ୍ଗର ୨୦୦୦ ଟଙ୍କିଆ ନୋଟ୍ ଦେଖିବା ବିରଳ ହୋଇପଡିଛି। ଏହି ନୋଟ ଏଟିଏମ୍ କେନ୍ଦ୍ରରେ ମଧ୍ୟରେ ମିଳୁନାହିଁ। ୨୦୦୦ ଟଙ୍କିଆ ନୋଟ ଆଉ ବୈଧ ନୁହେଁ ବୋଲି ଶୁଣିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ପରିସ୍ଥିତି ସ୍ପଷ୍ଟ କରିବାକୁ ବିଜେପି ସାଂସଦ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଗତ ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଦେଶରେ ବିମୁଦ୍ରୀକରଣ ସମ୍ପର୍କରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅଧିନରେ ଦେଶରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ କାରବରକୁ ବେଆଇନ ଘୋଷିତ କରାଯାଇ ଏହାକୁ ପ୍ରଚଳନରୁ ବାହାର କରି ଦିଆଯାଇଥିଲା। ଏହା କିଛି ଦିନ ପରେ କେନ୍ଦ୍ର ସରକାର ଦେଶରେ ବ୍ୟବହାର ହୋଇଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବଦଳରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ଜାରି କରିଥିଲେ।

ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି କରିଛନ୍ତି, ବିଗତ ୩ ବର୍ଷ ହେବ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛି ଏବଂ ବହୁ ସଂଖ୍ୟକ ନକଲି ୨ ହଜାର ଟଙ୍କିଆ ନୋଟ୍ ମଧ୍ୟ ଜବତ କରାଯାଇଛି। ଲୋକେ ବହୁ ପରିମାଣରେ ୨୦୦୦ ଟଙ୍କିଆ ନୋଟ ଜମା କରି ରଖୁଥିଲେ। ଏହି ନୋଟ କେବଳ ବେଆଇନ କାରବାରରେ ବ୍ୟବହାର କରାଯାଉଛି। କେତେକ ସ୍ଥାନରେ ଏହି ନୋଟ କଳା ରଙ୍ଗରେ ମଧ୍ୟ ଉପଲବ୍ଧ ହେବା ସହ ପ୍ରିମିୟମ ଆଧାରରେ ବିକ୍ରି ହେଉଛି। ୨ ହଜାର ଟଙ୍କିଆ ନୋଟ ନିଶା କାରବାର, ମନି ଲଣ୍ଡରିଂ ଏବଂ ଆତଙ୍କବାଦଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମେତ ଅନେକ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର ହେଉଛି। ବିଶ୍ୱର ସମସ୍ତ ଆଧୁନିକ ଅର୍ଥନୀତିରେ ବଡ ନୋଟ ପ୍ରଚଳନ ଏବଂ ବ୍ୟବହାର ବନ୍ଦ ହୋଇଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଆର୍ଥିକ ସମୃଦ୍ଧଶାଳୀ ଦେଶରେ ସର୍ବାଧିକ ୧୦୦ ଡଲାର ମୂଲ୍ୟର ନୋଟ ରହିଛି। ଏହି ଦେଶରେ ୧ ହଜାର ଡଲାର ମୂଲ୍ୟର କୌଣସି ନୋଟ ଉପଲବ୍ଧ ନାହିଁ।

ଚୀନ, କାନାଡା, ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ସଂଘରେ ସାମିଲ ରହିଥିବା ଦେଶରେ ନୋଟ୍ ର ସର୍ବାଧିକ ମୂଲ୍ୟ ମାତ୍ର ୨୦୦ ପର୍ଯ୍ୟନ୍ତ ରହିଛି। କେବଳ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦେଶରେ ୫୦୦୦ ଟଙ୍କିଆ ମୂଲ୍ୟର ନୋଟ୍ ରହିଥିବା ବେଳେ ଇଣ୍ଡୋନେସିଆ ଭଳି ଦେଶରେ ୧ ଲକ୍ଷ ଟଙ୍କା  ମୂଲ୍ୟର ନୋଟ ରହିଛି। ଭାରତରେ ୨୦୦୦ ନୋଟ୍ ପ୍ରଚଳନ କରିବାର କୌଣସି ଅର୍ଥ ନାହିଁ। ବର୍ତ୍ତମାନ ସରକାର ଡିଜିଟାଲ କାରବାରକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ୨୦୦୦ ନୋଟ୍ ପର୍ଯ୍ୟାୟକ୍ରମେ ହଟାଇ ନିଆଯିବା ଆବଶ୍ୟକ। ଜନସାଧାରଣଙ୍କୁ ସରକାର ଏକ ସୁଯୋଗ ଦେବା ଆବଶ୍ୟକ। ଯାହା ଦ୍ୱାରା ସେମାନେ ୨ ହଜାର ଟଙ୍କିଆ ନୋଟ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ଅନ୍ୟ ନୋଟ୍ ସହିତ ବଦଳାଇ ପାରିବେ। ୨ ହଜାର ନୋଟ୍ ହେଉଛି କଳା ଟଙ୍କା। ଅର୍ଥାତ ଯାହର ଅର୍ଥ ହେଉଛି କଳା ବଜାରୀ। ଯଦି କଳା ଟଙ୍କା ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡେ ତାହେଲେ ୨୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ। 

{}{}