Hindi News >>Home >>Odisha Politics

Mallikarjun Kharge: କିପରି ବିଜେପିକୁ ମାତ ଦେବ କଂଗ୍ରେସ? ଜବାବ ରଖିଲେ ମଲ୍ଲିକାର୍ଜୁନ ଖାର୍ଗେ

Congress President Mallikarjun Kharge: ଭାରତ ଯୋଡା ଯାତ୍ରାରେ ଯୋଗ ଦେଇ ଦଳର ଆଗାମୀ ରଣନୀତି ବାବଦରେ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। 

Advertisement
Mallikarjun Kharge: କିପରି ବିଜେପିକୁ ମାତ ଦେବ କଂଗ୍ରେସ? ଜବାବ ରଖିଲେ ମଲ୍ଲିକାର୍ଜୁନ ଖାର୍ଗେ
Stop
Subhramjit Ray|Updated: Nov 02, 2022, 04:54 PM IST

Bharat Jodo Yatra: କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ସକ୍ରିୟ ହୋଇଉଠିଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ସଭାପତି ହେବା ପରେ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କର ଆଗାମୀ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ଏନେଇ ଖାର୍ଗେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏକ ଅଣ-ବିଜେପି ସରକାର ଦେବ। କଂଗ୍ରେସ ସଭାପତି ହେବା ପରେ ମଲ୍ଲିକାର୍ଜୁନ ଖାର୍ଗେ ହାଇଦ୍ରାବାଦ ଠାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡା ଯାତ୍ରାରେ ଯୋଗ ଦେଇ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। 

ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ (Congress President Mallikarjun Kharge) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ବିରୋଧରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିଦିନ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି। ଯାହା ଲମ୍ବା ସମୟ ଧରି ଦେଶକୁ ଧ୍ୱଂସ କରିପାରେ। ଗତ ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ​​ମୋଦୀ ୨ କୋଟି ଚାକିରି ଦେବାର ପ୍ରତିଶୃତି ଦେଇଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ହେବା ପରେ ସେ ନିଜେ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ଭାରତ ଯୋଡା ଯାତ୍ରା (Bharat Jodo Yatra) ବହୁ ସଂଖ୍ୟାରେ ଯୁବପିଢିଙ୍କ ସମର୍ଥନ ହାସଲ କରୁଛି।

ଯଦି କେହି ଅଣ-ବିଜେପି ସରକାର (Non BJP Govt) ଆଣନ୍ତି, ତାହେଲେ ରାହୁଲ ଗାନ୍ଧୀ (Rahul Gandhi) କିମ୍ବା କଂଗ୍ରେସ (Congress) ନେତୃତ୍ୱରେ ଆମେ ତାହା କରିବୁ। ଖାର୍ଗେ କହିଛନ୍ତି ଯେ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat Assembly Election 2022) ତାରିଖ ଘୋଷଣା କରିବା ବିଳମ୍ବ ହେବାରେ ଲାଗିଛି। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋରବୀ ଠାରେ ଭାଙ୍ଗି ଯାଇଥିବା ପୋଲ ଭଳି ଆହୁର ଅଧିକ ପୋଲ ଉଦଘାଟନ କରିବାର ଅଛି। 

ଜନସଭାକୁ ସମ୍ବୋଧିତ କରିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ (Telangana CM KCR) ଟାର୍ଗେଟ କକିବାକୁ ପଛେଇ ନାହାଁନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିଜର ଜାତୀୟ ଭୂମିକା ବଜାୟ ରଖି ରାଜ୍ୟବାସୀଙ୍କ କଲ୍ୟାଣକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି। ମୁଖ୍ୟମନ୍ତ୍ରୀ କେସିଆର ଅନ୍ୟ ରାଜ୍ୟ ଗସ୍ତ କରିବା ବିଭିନ୍ନ ଦଳର ନେତାଙ୍କୁ ଭେଟୁଛନ୍ତି। ସେ କୋଲକାତା, ପରେ ପଞ୍ଜାବ, ତାମିଲନାଡୁ ଏବଂ ବିହାର ଗସ୍ତରେ ଯାଇଥିଲେ। ହେଲେ ପ୍ରଥମେ ସେ ତାଙ୍କ ଘରକୁ ଦେଖିବା ଆବଶ୍ୟକ। 

Also Read: Gujarat Election 2022: ନୀରବ ମୁଦ୍ରାରେ ରହିଛି କଂଗ୍ରେସ, ଜାଣନ୍ତୁ କାରଣ...

ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଆପଣ ନିଜ କାମ ଦ୍ୱାରା ସେହି ଦଳକୁ କମଜୋର କରୁଛନ୍ତି, ଯିଏ କାଶ୍ମୀର ଠାରୁ କନ୍ୟାକୁମାରୀ (Kashmir to Kanyakumari) ପର୍ଯ୍ୟନ୍ତ ବଞ୍ଚିଛି ଏବଂ ବିଜେପି (BJP) ସହିତ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ତେଲେଙ୍ଗାନା ଲୋକଙ୍କ ସମର୍ଥନ ହେତୁ କେସିଆର ସରକାର ଗଠନ କରିଛନ୍ତି। ହେଲେ ସେମାନେ ସବୁକିଛି ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ କେସିଆରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଏବଂ ଉଭୟ ଏକାଠି ଅଛନ୍ତି। ଯଦି ଆପଣ ବିଜେପି ବିରୋଧ ଅଛନ୍ତି, ତାହେଲେ ଆପଣ ସେମାନଙ୍କୁ କୃଷି ଆଇନ ଉପରେ କାହିଁକି ସମର୍ଥନ କଲେ? ଏକ ଅଣ-ବିଜେପି ସରକାର ସପକ୍ଷରେ ଅଛନ୍ତି ବୋଲି ଦାବି କରୁଛନ୍ତି ମୁଖ୍ୟମନ୍ତ୍ରୀ କେସିଆର, ହେଲେ ସେ ସେମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।

ଏହା ପୂର୍ବରୁ ମଲ୍ଲିକାର୍ଜୁନ ଖାର୍ଗେ ୧୬ ଅକ୍ଟୋବର କର୍ଣ୍ଣାଟକର ବେଲାରୀ ଠାରେ ଆୟୋଜିତ ହୋଇଥିବା ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ। ସେ ବେଲାରୀରେ ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ ଯୋଗ ଦେଇଥିଲେ ଏବଂ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହା ପରେ ୧୭ ଅକ୍ଟୋବରରେ କଂଗ୍ରେସ ସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଖାର୍ଗେ ଶଶୀ ଥରୁରଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।

{}{}