Hindi News >>Home >>Odisha Politics

'ଦିଲ୍ଲୀକୁ ଲଣ୍ଡନ କରିବାକୁ ପ୍ରତିଶ୍ରୁତି ଦେଇଥିବା କେଜ୍ରିୱାଲ ବର୍ତ୍ତମାନ ଏହାକୁ ଆସାମ ସହିତ ତୁଳନା କରୁଛନ୍ତି'

Himanta Biswa Sarma on Arvind Kejriwal: ସିଏମ୍ ଶର୍ମା ଟ୍ୱିଟ୍ କରି କହିଛନ୍ତି, 'ଆପଣ ଲଣ୍ଡନ ଓ ପ୍ୟାରିସ୍ ଭଳି ଦିଲ୍ଲୀକୁ ତିଆରି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି, ମନେ ରଖିଛନ୍ତି ତ କେଜ୍ରିୱାଲ ଜୀ? କିଛି କରିପାରଲନି ବୋଲି ଦିଲ୍ଲୀର ତୁଳନା ଆସାମ ଓ ଉତ୍ତର ପୂର୍ବର ଛୋଟ ସହର ସହିତ କରିବା ଆରମ୍ଭ କଲ!'

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Aug 28, 2022, 06:07 PM IST

Himanta Biswa Sarma to Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଓ ଆସାମର ସିଏମ ହିମନ୍ତ ବିଶ୍ୱ ଶର୍ମାଙ୍କ (Himanta Biswa Sarma) ମଧ୍ୟରେ ଆରମ୍ଭ ହୋଇଥିବା ଟ୍ୱିଟର ୱାର ରବିବାର ଦିନ ମଧ୍ୟ ଜାରି ରହିଛି । ଆଜି କେଜ୍ରିୱାଲଙ୍କ ଆସାମ ଗସ୍ତ ଉପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ଆଜି ଆପଣ ଆସାମ ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଅରବିନ୍ଦ କେଜ୍ରିୱାଲ ଜୀ । ମୋତେ ଦୁଃଖ ଲାଗୁଛି ଯେ ଆପଣଙ୍କ ଇଚ୍ଛା ସେତବେଳେ ଜାଗ୍ରତ ହେଲା ନାହିଁ ଯେତେବେଳେ ଆମର ଆସାମର ଲୋକମାନେ ବନ୍ୟା ପରି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିଲେ! ଏବଂ ହଁ, ଆପଣଙ୍କ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) ଜୀଙ୍କୁ ତ ଅସାମ ତରଫରୁ ନିମନ୍ତ୍ରଣ ପଠାଯାଇ ସାରିଛି ।'

ହିମନ୍ତ ବିଶ୍ୱ ଶର୍ମା ଅନ୍ୟ ଏକ ଟ୍ୱିଟରେ କହିଛନ୍ତି, 'ଆପଣ ଦିଲ୍ଲୀକୁ ଲଣ୍ଡନ ଓ ପ୍ୟାରିସ ଭଳି ତିଆରି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି, ମନେ ରଖିଛନ୍ତି ତ କେଜ୍ରିୱାଲ ଜୀ? କିଛି କରିପାରଲନି ବୋଲି ଦିଲ୍ଲୀର ତୁଳନା ଆସାମ ଓ ଉତ୍ତର ପୂର୍ବର ଛୋଟ ସହର ସହିତ କରିବା ଆରମ୍ଭ କଲ! ବିଶ୍ୱାସ କର, ଯଦି ବିଜେପି ଦିଲ୍ଲୀ ଭଳି ସହର ଓ ସମ୍ବଳ ବିଜେପିକୁ ମିଳେ, ତେବେ ଦଳ ଏହାକୁ ବିଶ୍ୱର ସବୁଠାରୁ ସମୃଦ୍ଧ ସହର ଭାବେ ପରିଣତ କରିବ ।'

ଡିଜିଟାଲ ପ୍ଲାଟଫର୍ମରେ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ବୁଧବାର ଦିନ ସେତବେଳେ ଆରମ୍ଭ ହୋଇଛି ଯେତବେଳେ କେଜ୍ରିୱାଲ ଟ୍ୱିଟ କରିଥିଲେ ଯେ ସ୍କୁଲ ବନ୍ଦ କରିବା କୌଣସି ସମାଧାନ ନୁହେଁ ଓ ଦେଶରେ ଅଧିକ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି । ସେ ଆସାମର କିଛି ସ୍କୁଲ ବନ୍ଦ ରହିଛି ବୋଲି ସେ ଏକ ନ୍ୟୁଜ ସେୟାର କରିଥିଲେ । AAP ମୁଖ୍ୟ କେଜ୍ରିୱାଲ ଶନିବାର ଟ୍ୱିଟ୍ କରି କହିଥିଲେ, 'ଆମର ଏକ ଲୋକକଥା ଅଛି । କେହି ଜଣେ ପଚାରନ୍ତି 'ମୁଁ କେବେ ଆସିବି' ଓ ଆପଣ କୁହ ଯେ 'ଯେକୌଣସି ସମୟରେ ଆସ' ଏହାର ଅର୍ଥ ହେଉଛି 'କେବେ ଆସ ନାହିଁ' । ମୁଁ ଆପଣଙ୍କୁ ପଚାରିଥିଲି 'ମୁଁ ଆପଣଙ୍କ ସରକାରୀ ବିଦ୍ୟାଳୟକୁ ଦେଖିବାକୁ କେବେ ଆସିବି' ଆପଣ ମୋତେ କହିଲେ ନାହଁ । କୁହନ୍ତୁ ମୁଁ କେବେ ଆସିବି, ସେବେ ଆସିଯିବି ।'

ଶୁକ୍ରବାର ଦିନ ଶର୍ମାଙ୍କ ଟ୍ୱିଟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଟ୍ୱିଟ୍ କରିଛନ୍ତି । ଶର୍ମା ଏକ ଟ୍ୱିଟ୍‌ରେ ଦିଲ୍ଲୀ ଓ ଆସାମ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କେଜ୍ରିୱାଲଙ୍କୁ ପରିହାସ କରିଥିଲେ । ଶର୍ମାଙ୍କ ଟ୍ୱିଟ୍ ଥିଲା, 'ପ୍ରିୟ କେଜ୍ରିୱାଲ ଜୀ, ଆପଣଙ୍କ ଅଜ୍ଞତା ଦୁଃଖଦାୟକ । ମୁଁ ଆପଣଙ୍କୁ ସାହାଯ୍ୟ କରୁଛି । ଆସାମ ଦିଲ୍ଲୀ ଠାରୁ ୫୦ ଗୁଣ ବଡ । ଆମର ୪୪,୫୨୧ ବିଦ୍ୟାଳୟରେ ୬୫ ଲକ୍ଷ ଛାତ୍ର ଅଧ୍ୟୟନ କରୁଛନ୍ତି ଓ ଆପଣଙ୍କର ଏକ ହଜାରରୁ ଅଧିକ ବିଦ୍ୟାଳୟ ଅଛି । ଆମର ଦୁଇ ଲକ୍ଷରୁ ଅଧିକ ଶିକ୍ଷକଙ୍କ ବାହିନୀ ଓ ୧.୧୮ ଲକ୍ଷ ମଧ୍ୟାହ୍ନ ଭୋଜନ କର୍ମଚାରୀ ଅଛନ୍ତି ।"

ଏହା ବି ପଢ଼ନ୍ତୁ: ଭଲ ଦିନ ହେଉ ବା ଖରାପ, କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ; ଜାଣନ୍ତୁ ଏପରି କାହିଁକି

Read More
{}{}