Hindi News >>Home >>Odisha Politics

Happy Birthday Naveen: ନବୀନ @76

ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ସବୁଠୁ ଛୁଟୁଛି ଶୁଭେଚ୍ଛାର ଶୁଅ। ୭୬ ବର୍ଷରେ ପାଦ ଥାପିଛନ୍ତି ନବୀନ। ଜଣେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ସାରା ରାଜ୍ୟ ନବୀନଙ୍କ ଜନ୍ମଦିନ ପାଳନ କରୁଛି। ନିଜ ପ୍ରିୟ ସିଏମଙ୍କ ଦୀର୍ଘାୟୁ କାମନା କରୁଛନ୍ତି। ତେବେ ରାଜନୀତିରେ ପୋଖତ ହୋଇଥିବା ନବୀନଙ୍କ ଏହି ସଫଳତାର ଯାତ୍ରା ସହଜ ନଥିଲା। କିଛି ନ ଜାଣିବାରୁ ଆରମ୍ଭ କରିଥିବା ନବୀନ ଏବା ରାଜ୍ୟବାସୀଙ୍କ ପ୍ରିୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଜାଣିବା କେମିତି ଥିଲା ନବୀନଙ୍କ ପୂରା ଜର୍ଣ୍ଣି।

Advertisement
Happy Birthday Naveen: ନବୀନ @76
Stop
Priyanka Panda |Updated: Oct 15, 2022, 06:50 PM IST

ଭୁବନେଶ୍ୱର: ସରଳ ବ୍ୟକ୍ତିତ୍ୱ, ଦିନେ ରାଜନୀତି ଜାଣି ନଥିବା ଲୋକ ଏବେ ରାଜନୀତିରେ କୋପତ। ସେ ହେଉଛନ୍ତି ଭାରତର ନମ୍ବର ୱାନ, ଏବଂ ସବୁଠାରୁ ଲମ୍ବା ସମୟ ଧରି ରାଜ୍ୟର  ଲଗାତାର ମୁଖ୍ୟମନ୍ତ୍ରୀ ପଦରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ( Naveen Patnaik)। ଆଜି ହେଉଛି ତାଙ୍କ ଜନ୍ମଦିନ । ୭୬ ବର୍ଷ ବୟସରେ ପାଦ ଥାପିଛନ୍ତି  ନବୀନ।  ୧୬ ଅକ୍ଟୋବର ୧୯୪୬ରେ କଟକ ଠାରେ ମୁଖ୍ୟମନ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓ ଜୀୟାନ ଦେବୀଙ୍କ ସନ୍ତାନ ନବୀନ ବାବୁ। ଡେହରାଡୁନରେ ସ୍କୁଲିଂ ପରେ ଦିଲ୍ଲୀ ୟୁନିଭର୍ସିଟିରୁ କଳାରେ ସ୍ନାତକ ହାସଲ କରିଥିଲେ ନବୀନ। ତେବେ ବର୍ତ୍ତମାନ ରାଜନୀତିର ଗୋଟି ଚଳାଉଥିବା ନବୀନ ପ୍ରଥମେ ଲେଖକ ଥିଲେ। ପଢ଼ା ପରେ ବିଦେଶରେ ରହୁଥିଲେ ନବୀନ। ତେବେ ଲେଖାଲେଖିରେ ରୁଚି ରଖିବା ସହିତ ନବୀନ ହଲିଉଡରେ ଏକ ମୁଭି ମଧ୍ୟ କରିଛନ୍ତି। ଓଡ଼ିଶାରୁ ଦୂରେଇ ରହିବା କାରଣରୁ ନବୀନଙ୍କୁ ଓଡ଼ିଆ ଭାଷା ମଧ୍ୟ ଜଣା ନଥିଲା। 

୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ନବୀନଙ୍କ ଜୀବନରେ ଆଣିଥିଲା ଟର୍ଣ୍ଣିଂ। ରାଜନୀତି କଣ  ଜାଣିଥିବା ନବୀନ ରାଜନୀତିରେ ପ୍ରବେଶ କରିଥିଲେ....ନବୀନଙ୍କର ରାଜନୀତିରେ ଦମଦାର ଏଣ୍ଟ୍ରି ହୋଇଥିଲା, ବିଜୁବାବୁଙ୍କ ବିୟୋଗ ପରେ ଖାଲିଥିବା ଆସନ ପାଇଁ ହୋଇଥିବା ଉପନିର୍ବାଚନରୁ ବିଜୟ ଯାତ୍ରା ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ। ଏହାପରେ ବିଜୁବାବୁ ପ୍ରତିଷ୍ଠା କରିଥିବା ଜନତା ଦଳକୁ ଏନଡିଏ ସହ ମେଣ୍ଟ କରାଇ ନବୀନ ପ୍ରତିଷ୍ଠା କଲେ ବିଜୁ ଜନତା ଦଳ...

ତେବେ ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ମେଣ୍ଟ ଦଳକୁ ବହୁଳ ସମର୍ଥନ ମିଳିଥିଲା। ବହୁ ଦିନ ଧରି ରାଜ୍ୟରେ ଶାସନ କରୁଥିବା କଂଗ୍ରେସ କ୍ଷମତା ହରାଇଥିଲା। ମେଣ୍ଟ ଦଳ ସରକାର ଗଠନ କରିବା ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ। । ତାଙ୍କର ପ୍ରଥମ କାର୍ଯ୍ୟକାଳରେ ସେ ଏକ ସ୍ୱଚ୍ଛ ତଥା ଦୁର୍ନୀତିମୁକ୍ତ ପ୍ରଶାସନ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥିଲେ। ଆଉ ଏହି ପ୍ରକ୍ରିୟାରେ ସେ ଦୁର୍ନୀତିଗ୍ରସ୍ତ ବିଜେଡିର କିଛି ବରିଷ୍ଠ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲେ। ନବୀନଙ୍କ ପ୍ରଶାସନ ମଧ୍ୟ ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଯାହାର ଫଳସ୍ୱରୁପ ୨୦୦୪ରେ ନବୀନ ପଟ୍ଟନାୟକଙ୍କ ମେଣ୍ଟ ସରକାର ୨୦୦୦ ତୁଳନାରେ ଅଧିକ ସଫଳତା ପାଇଥିଲା। ପ୍ରତୁଦ୍ୱନ୍ଦି କଂଗ୍ରେସ ଆହୁରି ଅଧିକ ବ୍ୟବଧାନରେ ହାରିଥିଲା। ଆଉ ଦ୍ୱିତୀୟ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୨୦୦୯ ବିଧାନସଭା ନିର୍ବାଚନ ଆଗରୁ ବିଜେପି ମେଣ୍ଟ ସରକାରରୁ ଅଲଗା ହୋଇଥିଲା ବିଜୁ ଜନତା ଦଳ।  ଆଉ ଏକୁଟିଆ ନିର୍ବାଚନ ଲଢି ବୃହତ ବିଜୟ ହାସଲ କରିଥିଲା। ଏହିକ୍ରମରେ ୨୦୧୪ରେ ଦଳର ଭୋଟ ହାର ସାମାନ୍ୟ କମିଥିଲା। ଏବଂ ଏହାପରେ ଆସିଥିଲା ୨୯ ମେ’ ୨୦୧୯ । ଓଡ଼ିଶା ରାଜନୀତିରେ ଇତିହାସ ରଚିଥିଲା ବିଜୁ ଜନତା ଦଳ । ରେକର୍ଡ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ସାରା ଦେଶରେ ମୋଦି ଲହର ପରେ ବି ଓଡ଼ିଶାରେ କିନ୍ତୁ ଚାଲିଥିଲା ନବୀନ ଯାଦୁ । ଜନମତ କେବଳ ଆଉ କେବଳ ବିଜେଡି ସହ ଥିଲା । ଭୟଙ୍କର ଫେଲ୍ ମାରିଥିଲା ବିଜେପିର ମିଶନ ୱାନ ଟ୍ୱେଣ୍ଟି । ଆଉ ସେପଟେ ଦୁଇ ଅଙ୍କ ବି ଛୁଇଁପାରିଲା ନାହିଁ କଂଗ୍ରେସ । କେହି ପାଖାପାଖି ତ ଦୂରର କଥା, ଦୂର ଦୂର ଯାଏଁ ନ ଥିଲେ । ସେପଟେ ଯଦି ସବୁ ଉପ ନିର୍ବାଚନ, ପଞ୍ଚାୟତ, ପୌର ନିର୍ବାଚନକୁ ଦେଖିବା, ଏଥିରେ ବି ନବୀନ ମ୍ୟାଜିକ ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଛି।  ବିରୋଧୀଙ୍କୁ ଶକ୍ତିହୀନ କରି ଅପ୍ରତିଦ୍ୱନ୍ଦୀ ଶକ୍ତିଶାଳୀ ହୋଇଛନ୍ତି ନବୀନ । 

ଯଦିଓ ରାଜନୀତି ଆରମ୍ଭରୁ ବିଜୁ ବାବୁଙ୍କ ନାଁ ନେଇ ବିଜେଡି ଆସିଥିଲା, ବର୍ତ୍ତମାନ କିନ୍ତୁ ନବୀନ ଜଣେ ଦକ୍ଷ ଲୋକପ୍ରିୟ ନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ନବୀନଙ୍କ ଏକ ଝଲକ ହିଁ କାଫି ନିର୍ବାଚନ ଜିତିବା ପାଇଁ। ତେବେ କୁହାଯାଏ ନବୀନ ରାଜନୀତି ଶିଖିନଥିବା ନବୀନ ପଲିଟିକ୍ସରେ ଏତେ ପୋଖତ ହୋଇଛନ୍ତି ଯେ, ତାଙ୍କୁ ଦଳକୁ ଆଣିଥିବା ନେତାମନ୍ତ୍ରୀଙ୍କୁ ଆଗ ନିଜ ପାଖରୁ ଦୂରେଇଦେଇଛନ୍ତି। ତାଙ୍କ ପଦକୁ ନେଇ ଦେଖାଦେଇଛି ଅନେକ ସଙ୍କଟ। ବିଭିନ୍ନ ସମୟରେ ଦଳରେ ରହି ନବୀନଙ୍କ ବିଶ୍ୱାସ ଜିତି ତାଙ୍କୁ ଚୌକିରୁ ହଟାଇବାକୁ ହୋଇଛି ଅନେକ ଚକ୍ରାନ୍ତ। ଏସବୁକୁ ମାତ ଦେଇ ଆଗକୁ ବିଜୟର ଲମ୍ବା ଯାତ୍ରା ଜାରି ରଖିଛନ୍ତି ନବୀନ। ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଲମ୍ବା ଆୟୁ କାମନା କରୁଛି ଜୀ ଓଡ଼ିଶା ଟିମ୍।  

Read More
{}{}