Hindi News >>Home >>Odisha Politics

Gujarat Politics: ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ଭୂପେନ୍ଦ୍ର ପଟେଲ, ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀମଣ୍ଡଳ ତାଲିକା

Gujarat News: ଶନିବାର ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇଛନ୍ତି ରାଜ୍ୟର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ପୂର୍ବରୁ ଗୁଜୁରାଟ ବିଜେପି ମୁଖ୍ୟାଳୟ କମଳମ ଠାରେ ଅନୁଷ୍ଠିତ ହୋଇଥିଲା ବିଧାୟକ ଦଳ ବୈଠକ। ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା।

Advertisement
Gujarat Politics: ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ଭୂପେନ୍ଦ୍ର ପଟେଲ, ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀମଣ୍ଡଳ ତାଲିକା
Stop
Zee Odisha Desk|Updated: Dec 10, 2022, 07:36 PM IST

Gujarat Govt Formation: ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ହାସଲ କରିବା ସହ ରାଜ୍ୟରେ ସପ୍ତମ ଥର ସରକାର ଗଠନ କରିବାକୁ ବିଜେପି। ଏହି କ୍ରମରେ ଶନିବାର ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇଛନ୍ତି ରାଜ୍ୟର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ରାଜ୍ୟପାଳଙ୍କୁ ଭେଟିବା ପରେ ଭୂପେନ୍ଦ୍ର ପଟେଲ ଏବଂ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ଶନିବାର ଦିଲ୍ଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ଭୂପେନ୍ଦ୍ର ପଟେଲ ଏବଂ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ। ଏହି ଭେଟଘାଟ ସମୟରେ ନୂତନ ମନ୍ତ୍ରୀମଣ୍ଡଳ ଏବଂ କ୍ୟାବିନେଟ ଗଠନ ସମ୍ପର୍କରେ ଆଲୋଚନା ହୋଇପାରେ। ଦିଲ୍ଲୀ ଯାତ୍ରା ପୂର୍ବରୁ ଗୁଜୁରାଟ ବିଜେପି ମୁଖ୍ୟାଳୟ କମଳମ ଠାରେ ଅନୁଷ୍ଠିତ ହୋଇଥିଲା ବିଧାୟକ ଦଳ ବୈଠକ। ଏହି ବୈଠକରେ ଦଳୀୟ ପର୍ଯ୍ୟବେକ୍ଷକ ରୂପେ ବିଜେପି ସଂସଦୀୟ ବୋର୍ଡ ସଦସ୍ୟ ବିଏସ ୟେଦିୟୁରାପ୍ପା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ।

ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଦ୍ୱିତୀୟ ଥର ଲାଗି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ। ରାଜ୍ୟର ନବନିର୍ବାଚିତ ବିଜେପି ବିଧାୟକ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି।

ଡିସେମ୍ବର ୯ ତାରିଖ ଶନିବାର ରାଜ୍ୟ କ୍ୟାବିନେଟ ସହ ନିଜର ଇସ୍ତଫାପତ୍ର ରାଜଭବନକୁ ପଠାଇଥିଲେ ଭୂପେନ୍ଦ୍ର ପଟେଲ। ଏହି ଅବସରରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ରାଜ୍ୟରେ ନୂତନ ସରକାର ଗଠନ କରିବା ଲାଗି ଦାବି ଜଣାଇଛନ୍ତି ଭୂପେନ୍ଦ୍ର ପଟେଲ।  ଆସନ୍ତା ୧୨ ତାରିଖ ସୋମବାର ଦ୍ୱିତୀୟ ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଜେପି ବିଧାୟକ ଦଳ ନେତା ଭୂପେନ୍ଦ୍ର ପଟେଲ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ। 

ଭୂପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ୨୦-୨୨ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ। ସେମାନଙ୍କ ମଧ୍ୟରୁ ୧୦-୧୧ ଜଣଙ୍କୁ କ୍ୟାବିନେଟ ଏବଂ ୧୨-୧୪ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଭାର ମିଳିପାରେ। ଏନେଇ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସମ୍ଭାବିତ ବିଧାୟକଙ୍କ ନାମ ଉପରେ ମୋହର ମରାଯାଇ ସାରିଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ୧୪ ଜଣ ବିଧାୟକ ଭୂପେନ୍ଦ୍ର ପଟେଲଙ୍କ ସହ ଶପଥ ନେଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ତ୍ରୀମଣ୍ଡଳରେ ହାର୍ଦ୍ଦିକ ପଟେଲଙ୍କୁ ମଧ୍ୟ ସ୍ଥାନ ମିଳିପାରେ। କେବଳ ସେତିକି ନୁହେଁ ମନ୍ତ୍ରୀ ପରିଷଦରେ ସମସ୍ତ ଜାତିଙ୍କୁ ସ୍ଥାନ ଦେବା ପାଇଁ ପ୍ରୟାସ କରାଯିବ। ଏହା ସହିତ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ ଅଭିଜ୍ଞ ଏବଂ ଯୁବ ନେତାଙ୍କୁ ନେଇ ଗଠନ କରିବାକୁ ଉଦ୍ୟମ ଚାଲିଛି।

ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଯାଉଥିବା ବିଧାୟକ 

  •  ଋଷିକେଶ ପଟେଲ, ବିସନଗର
  •  ଶଙ୍କର ଚୌଧୁରୀ, ଥରାଦ
  •  ବର୍ଷ ସାଂଘଭୀ, ମଜୁରା 
  •  ଜଗଦୀଶ ପଞ୍ଚାଲ୍
  •  ଜୟେଶ ରାଦାଡିଆ, ଜେତପୁର
  •  ଅନିରୁଦ୍ଧ ଦବେ, ମାଣ୍ଡଭୀ
  •  ଆଳ୍ପେଶ ଠାକୋର, ଗାନ୍ଧିନଗର ଦକ୍ଷିଣ
  •  କିରୀଟ ସିଂହ ରାଣା, ଲିମ୍ବଡୀ
  •  ମନୀଷା ବକିଲ୍
  •  କୁୱଁରଜୀ ବାୱାଲିଆ, ଜସଦାନ
  •  ରାଘବଜୀ ପଟେଲ, ଜାମନଗର ଗ୍ରାମୀଣ
  •  କନୁଭାଇ ପଟେଲ, ସାନନ୍ଦ
  • କିର୍ତ୍ତୀ ପଟେଲ 
  •  ରିବାବା ଜାଡେଜା

 

Read More
{}{}