Hindi News >>Home >>Odisha Politics

Gujarat Election 2022: ନିର୍ବାଚନ ବେଳେ କାହିଁକି ବାଲା ସାହେଙ୍କ ଭିଡ଼ିଓ ସେୟାର କଲେ କ୍ରିକେଟର ରବୀନ୍ଦ୍ର ଜାଡେଜା

Shiv Sena Founder Bala Saheb Thackeray:  ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳ ଚର୍ଚ୍ଚାକୁ ଆସିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା। ସଦ୍ୟ ସେ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। 

Advertisement
Gujarat Election 2022: ନିର୍ବାଚନ ବେଳେ କାହିଁକି ବାଲା ସାହେଙ୍କ ଭିଡ଼ିଓ ସେୟାର କଲେ  କ୍ରିକେଟର ରବୀନ୍ଦ୍ର ଜାଡେଜା
Stop
Zee Odisha Desk|Updated: Dec 01, 2022, 09:22 PM IST

Cricketer Ravindra Jadeja: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୮୯ ଆସନ ଲାଗି ହୋଇଥିଲା ଭୋଟ ଗ୍ରହଣ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ୧୪ ହଜାରରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୨ କୋଟି ୩୯ ଲକ୍ଷ ୭୬ ରାଜ୍ୟ ୬୭୦ ମତଦାତା।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳ ଚର୍ଚ୍ଚାକୁ ଆସିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା। ସଦ୍ୟ ସେ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଶିବସେନା ପ୍ରତିଷ୍ଠାତାଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, 'ଯଦି ନରେନ୍ଦ୍ର ମୋଦି ଚାଲିଯାନ୍ତି, ତାହେଲେ ଗୁଜରାଟ ଚାଲିଯିବ। " କ୍ରିକେଟର ଜାଡେଜାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ପୁରୁଣା ଭିଡିଓ ବାଲା ସାହେବ ଠାକରେଙ୍କ ସହ ଜଡ଼ିତ। ଯେଉଁଥିରେ ସେ ଗୁଜୁରାଟିଙ୍କୁ ବୁଝାଉଥିବାର ନଜର ଆସୁଛନ୍ତି। କ୍ରିକେଟର ଜାଡେଜା ଟ୍ୱିଟ୍ କରି କହିଛନ୍ତି, "ଏବେ ମଧ୍ୟ ସମୟ ଅଛି, ବୁଝିଯାଅ ଗୁଜୁରାଟୀ।"

ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ରାଜ୍ୟର ଜାମନଗର ଉତ୍ତର ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ପତ୍ନୀ ରିବାବାଙ୍କ ପାଇଁ କ୍ରିକେଟର ଜାଡେଜା ଜୋରଦାର ପ୍ରଚାର କରିଥିଲେ। ଏହି ଆସନର ବର୍ତ୍ତମାନର ବିଧାୟକ ଧର୍ମେନ୍ଦ୍ର ସିଂହ ଜାଡେଜାଙ୍କ ସ୍ଥାନରେ ବିଜେପି ରିବାବା ଜାଡେଜାଙ୍କୁ ପ୍ରାର୍ଥୀ କରିଛି। 

ନିର୍ବାଚନ ଲଢିବାକୁ ନେଇ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପରିବାରରେ ଦେଖିବାକୁ ମିଳିଛି ଫାଟ। ରିବାବା ଜାଡେଜାଙ୍କ ବିରୋଧରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧସିଂହ ଜାଡେଜା  ଏବଂ ଉଉଣୀ ନୈନା ଜାଡେଜା। କ୍ରିକେଟର ଜାଡେଜାଙ୍କ ପିତା ଏବଂ ଭଉଣୀ ବିଜେପି ପରିବର୍ତ୍ତେ କଂଗ୍ରେସ ଲାଗି ପ୍ରତାର କରିଥିଲେ। 

ଭାଉଜ ରିବାବା ଜାଡେଜା ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନଣନ୍ଦ ନୈନା ଜାଡେଜା। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି "ଏହା ପ୍ରଥମ ଘଟଣା ନୁହେଁ ଯେ ଗୋଟିଏ ପରିବାରର ଲୋକ ବିଭିନ୍ନ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି। ପୂର୍ବରୁ ଜାମନଗରରେ ଏହା ସାରିଛି ଯେତେବେଳେ ଗୋଟିଏ ପରିବାରର ସଦସ୍ୟ ବିଭିନ୍ନ ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ଆମକୁ ଆମର ଆଦର୍ଶରେ ସନ୍ତୁଷ୍ଟ ହେବା ସହ ଆମକୁ ଆମର ଶତ ପ୍ରତିଶତ ଦେବାକୁ ହେବ। ଯିଏ ଭଲ ହେବ ସେ ନିର୍ବାଚନ ଜିତିବ।" 

ମୋ ଭାଇ ପ୍ରତି ମୋର ପ୍ରେମ ଏବଂ ଭଲ ପାଇବା ଏବେ ସମାନ ରହିଛି। ମୋ ଉାଉଜ ହେଉଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ। ଜଣେ ଉାଉଜ ଭାବରେ ସେ ବହୁତ ଭଲ ବୋଲି ରବୀନ୍ଦ୍ର ଜାଡେଜାଙ୍କ ଉଉଣୀ ନୈନା ଜାଡେଜା। ଅନ୍ୟପଟେ ବୋହୂ ରିବାବ ବିଜେପି ପକ୍ଷରୁ ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟର ଜାଡେଜାଙ୍କ ପିତା ଉଉଣୀ ନୈନା ଜାଡେଜା। ଏନେଇ ସେ କହିଛନ୍ତି, "ମୁଁ କଂଗ୍ରେସ ସହ ରହିଛି। ଦଳୀୟ ମାମଲା ପରିବାର ଠାରୁ ଭିନ୍ନ। ଆମେ ଦଳ ସହିତ ରହିବା ଆବଶ୍ୟକ। କାରଣ ଆମେ ବର୍ଷ ବର୍ଷ ଧରି ଏହା ସହ ଜଡିତ ରହିଛୁ। ରବିନ୍ଦ୍ର ଜାଡେଜା ଜାଣିଛନ୍ତି ଯେ ଏହା ହେଉଛି ଦଳୀୟ ବିଷୟ। ଆମ ପରିବାରରେ କୌଣସି ଅସୁବିଧା ନାହିଁ। "

 

Read More
{}{}