Hindi News >>Home >>Odisha Politics

Gujarat Politics: କାହିଁକି ଛାଡିଲେ କଂଗ୍ରେସ ହାତ? ନିର୍ବାଚନ ବେଳେ କାରଣ କହିଲେ ହାର୍ଦ୍ଦିକ ପଟେଲ

BJP Leader Hardik Patel: କ'ଣ ପାଇଁ କଂଗ୍ରେସ ହାତ ଛାଡ଼ି ବିଜେପି ହାତ ଧରିଲେ ନିର୍ବାଚନ ବେଳେ ତାହାର କାରଣ କହିଛନ୍ତି ଯୁବ ନେତା ହାର୍ଦ୍ଦିକ ପଟେଲ। 

Advertisement
Gujarat Politics: କାହିଁକି ଛାଡିଲେ କଂଗ୍ରେସ ହାତ? ନିର୍ବାଚନ ବେଳେ କାରଣ କହିଲେ ହାର୍ଦ୍ଦିକ ପଟେଲ
Stop
Subhramjit Ray|Updated: Nov 07, 2022, 05:44 PM IST

Hardik Patel: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଉଠିଛି ରାଜନୀତି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ସମସ୍ତ ରାଜନୈତିକ ଦଳ। ଏହି ସମୟରେ  ପଟିଦାର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ହୋଇଥିବା ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ଯୁବ ନେତା ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡି ବିଜେପି ହାତ ଧରି ସାରିଛନ୍ତି। ହେଲେ କ'ଣ ପାଇଁ କଂଗ୍ରେସ ହାତ ଛାଡ଼ି ବିଜେପି ହାତ ଧରିଲେ ନିର୍ବାଚନ ବେଳେ ତାହାର କାରଣ କହିଛନ୍ତି ସେ। ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ​​ବିଜେପି ପ୍ରଦର୍ଶନ ଉପରେ ମତ ରଖିଛନ୍ତି।

Zee News ସହ କଥାବାର୍ତ୍ତା ବେଳେ ହାର୍ଦ୍ଦିକ ପଟେଲ (Hardik Patel) କହିଛନ୍ତି ଯେ କଂଗ୍ରେସ (Congress) ଦଳରେ କୌଣସି କାର୍ଯ୍ୟ କରିବା ଭଳି ପରିବେଶ ନାହିଁ। କଂଗ୍ରେସରେ ୨ ବର୍ଷ ରହିବା ମଧ୍ୟରେ ମୁଁ ସେହି ଦଳକୁ ବୁଝି ଯାଇଥିଲା। ଏହି କାରଣରୁ ମୁଁ କଂଗ୍ରେସ ଛାଡିଦେଲି। କେବଳ ମୁଁ ନୁହେଁ ଅନେକ କଂଗ୍ରେସ ନେତା ଦଳ ଛାଡି ସାରିଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Election 2022) ଦଳର ପ୍ରଦର୍ଶନ ଉପରେ ମତ ରଖିଛନ୍ତି ବିଜେପି (BJP) ନେତା ହାର୍ଦ୍ଦିକ ପଟେଲ। ଏହି ନିର୍ବାଚନରେ ଦଳ ବୃହତ୍ତ ବିଜୟ ହାସଲ କରିବ। ବିଜେପି ଏହି ନିର୍ବାଚନରେ ୧୫୦ କିମ୍ବା ଏହା ଠାରୁ ଅଧିକ ଆସନ ଜିତିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ହେଉଛନ୍ତି ଗୁଜୁରାଟର ଗର୍ବ (Pride of Gujarat)। ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ପଟିଦାର ସମ୍ପ୍ରଦାୟକୁ (Patidar Community) ସମ୍ମାନ ଦେଇଛନ୍ତି।

ଆମ୍ ଆଦମୀ ପାର୍ଟି (Aam Aadmi Party) ଗୁଜୁରାଟ ବିଧାନସଭା ନିର୍ବାଚନ ଲଢିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ହାର୍ଦ୍ଦିକ ପଟେଲ। ଏନେଇ ସେ କହିଛନ୍ତି ଯେ ଏଥର ନିର୍ବାଚନରେ ଆପ୍ (AAP) ​​କିଛି କରିପାରିବେ ନାହିଁ। ଆମ ଆଦମୀ ପାର୍ଟି ପକ୍ଷରୁ ବିଜେପିକୁ ଆହ୍ୱାନ ଦିଆଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ହାର୍ଦ୍ଦିକ ପଟେଲ କହିଛନ୍ତି ଯେ ମୁକାବିଲା ଆପ୍ ବିଜେପି ସାମ୍ନାରେ ନାହିଁ। ହେଲେ ଏହି ନିର୍ବାଚନରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ନିଶ୍ଚିତ ଭାବେ ପରସ୍ପରକୁ ଟକ୍କର ଦେଇପାରିବେ। 

ରାଜନୈତିକ ତଥା ସାମାଜିକ ପଛୁଆ ପଟିଦାର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ଗତ ୨୦୧୫ ବର୍ଷରେ ହୋଇଥିବା ଆନ୍ଦୋଳନରୁ (Patidar Reservation Agitation in Gujarat) ହାର୍ଦ୍ଦିକ ପଟେଲ ଜଣେ ଯୁବ ନେତା ଭାବରେ ଉଭା ହୋଇଥିଲେ। ସେତେବେଳେ ସେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ହାର୍ଦ୍ଦିକ ପଟେଲ କହିଥିଲେ। ହେଲେ ଏହା ସତ୍ତ୍ୱେ ଏହି ଯୁବ ପଟିଦାର ନେତା ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସକୁ ସାହାଯ୍ୟ କରିଥିଲେ। ଏହା ପରେ ୨୦୧୯ ଅପ୍ରେଲ ୧୯ ତାରିଖରେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ ହାର୍ଦିକ ପଟେଲ। ହେଲେ ଚଳିତ ବର୍ଷ ଜୁନ୍ 2 ତାରିଖରେ କଂଗ୍ରେସ ଛାଡି ବିଜେପି ହାତ ଧରିଥିଲେ ହାର୍ଦ୍ଦିକ ପଟେଲ।

Read More
{}{}