Hindi News >>Home >>Odisha Politics

Ghulam Nabi Azad: ରାଲି କରି କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ; ଦେଲେ ଏହି ବଡ ବୟାନ

Ghulam Nabi Azad On Congress : ଗୁଲାମ ନବୀ ଆଜାଦ ଆଜି ସାଇନିକ୍ କଲୋନୀରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Sep 04, 2022, 02:32 PM IST

Ghulam Nabi Azad On Congress: କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ (Ghulam Nabi Azad) ରବିବାର ଦିନ ଜମ୍ମୁର ସାଇନିକ୍ କଲୋନୀରେ (Jammu's Sainik Colony) ନିଜର ପ୍ରଥମ ରାଲି କରିଛନ୍ତି । ଏହି ସମୟରେ ସେ କଂଗ୍ରେସକୁ (Congress) ଜୋରଦାର ଟାର୍ଗେଟ କରିଥିଲେ ଓ ତାଙ୍କୁ ସମର୍ଥନ କରୁଥିବା ନେତାମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ସହ ସେ ଆଜିଠାରୁ ନିଜର ନୂତନ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି ।

ଜନ ସଭାରେ କଂଗ୍ରେସର 'ହାଲ୍ଲା ବୋଲ' କାର୍ଯ୍ୟକ୍ରମକୁ ଗୁଲାମ ନବୀ ଆଜାଦ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଲୋକମାନେ ବସ୍‌ରେ ଜେଲ୍‌କୁ ଯାଆନ୍ତି, ସେମାନେ ଡିଜିପି, କମିଶନରଙ୍କୁ ଡାକନ୍ତି ଓ ନିଜ ନାମ ଲେଖନ୍ତି ଓ ଏକ ଘଣ୍ଟା ମଧ୍ୟରେ ଚାଲିଯାଆନ୍ତି । ଏହି କାରଣରୁ କଂଗ୍ରେସ ବିକାଶ ହୋଇନାହିଁ ।"

ଗୁଲାମ ନବୀ କହିଛନ୍ତି ଯେ ସେ ଦଳ ପାଇଁ ୫୦ ବର୍ଷ କାମ କରିଛନ୍ତି । ସେ କହିଛନ୍ତି, "ଆଜି ମୁଁ କିଛି ନୁହେଁ, ତଥାପି ମୁଁ ରାଜ୍ୟବାସୀଙ୍କଠାରୁ ଏତେ ଭଲ ପାଇବା ମିଳୁଛି । ମୋ ଯୋଗୁଁ ଅନେକ ଲୋକ ଦଳରୁ ଇସ୍ତଫା ଦେଇଛନ୍ତି, ମୋତେ ବହୁତ ଭଲପାଇବା ଓ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।"

କଂଗ୍ରେସ ପାର୍ଟିକୁ କଟାକ୍ଷ କରି ସେ କହିଛନ୍ତି, "କଂଗ୍ରେସ ଆମେ ଗଠନ କରିଛୁ ... ଆମର ରକ୍ତ ଓ ଝାଳ ନିଗାଡ଼ି ବନାଇଛୁ । ଏହା କମ୍ପ୍ୟୁଟରରେ ତିଆରି ହୋଇନାହିଁ, ଟ୍ୱିଟରରେ ତିଆରି ହୋଇନାହିଁ, ମେସେଜରେ ତିଆରି ହୋଇନାହିଁ । ଯେଉଁମାନେ ମୋତେ ବଦନାମ କରୁଛନ୍ତି, ସେମାନଙ୍କ ପହଞ୍ଚ କେବଳ ଟ୍ୱିଟରରେ, କମ୍ପ୍ୟୁଟରରେ ଓ ମେସେଜରେ ସୀମିତ । ଆଲ୍ଲାହାଙ୍କୁ ପ୍ରାର୍ଥନା କରୁଛି, ଆମକୁ ଜମି ମିଳୁ ଓ ସେମାନଙ୍କୁ ଅର୍ଥାତ୍ କଂଗ୍ରେସକୁ ଏହି ଟ୍ୱିଟ୍ ମିଳୁ ।"

୭୩ ବର୍ଷୀୟ ଗୁଲାମ ନବୀ ଆଜାଦ ୨୬ ଅଗଷ୍ଟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସେ କହିଥିଲେ ଯେ ସେ ନିଜ ଘର (କଂଗ୍ରେସ) ଛାଡିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କ ଇସ୍ତଫା ପରେ କଂଗ୍ରେସର ଅନେକ ନେତାଙ୍କ ଇସ୍ତଫା ଗୋଟିଏ ପରେ ଗୋଟିଏ ଆସିବା ଆରମ୍ଭ କରିଥିଲା । ଜମ୍ମୁ ଓ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ୮ ପୂର୍ବତନ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦ, ୯ ଜଣ ବିଧାୟକ, ଏହା ବ୍ୟତୀତ ପଞ୍ଚାୟତ ରାଜ ସ୍ତରର ବହୁ ସଂଖ୍ୟକ ସଦସ୍ୟ କଂଗ୍ରେସ ଦଳ ଛାଡିଛନ୍ତି ।

କଂଗ୍ରେସରୁ କିଛି ଦିନ ତଳେ ବିଦାୟ ନେଇଥିବା ଗୁଲାମ ନବୀ ଆଜାଦକୁ ନେଇ ଗଣମାଧ୍ୟମରେ ଅନେକ ରୋଚକ ଖବର ଆସୁଛି । ଏକ ନୂଆ ରାଜନୈତିକ ଦଳ ଘୋଷଣା କରିବେ କହି ଆଜାଦ ଭାରତ ରାଜନୀତିରେ ଏକ ହଇଚଇ ସୃଷ୍ଟି କରିଛନ୍ତି । କଂଗ୍ରେସର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ନିଜର ଏକ ନୂତନ ଦଳ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି। 

ଏହା ବି ପଢ଼ନ୍ତୁ: Lok Sabha Election 2024: ନୀତିଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନରେ ପାଣି ପକାଇବେ ମମତା! ନେଲେ ଏହି ବଡ ନିଷ୍ପତ୍ତି

Read More
{}{}