Hindi News >>Home >>Odisha Politics

General Election 2024: ବିଜେପିର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ କିଏ ହେବ, ସୂଚନା ଦେଲେ ବିଜେଡି ନେତା !

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ତେବେ ଏହି ନିର୍ବାଚନ ସମୟରେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିଜେଡି କ୍ୟାମ୍ପରେ କମ୍ପନ ଦେଖିବାକୁ ମିଳିଛି। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ

Advertisement
General Election 2024: ବିଜେପିର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ କିଏ ହେବ, ସୂଚନା ଦେଲେ ବିଜେଡି ନେତା !
Stop
Prabhudatta Moharana|Updated: May 13, 2024, 09:19 AM IST

General Election 2024: ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ତେବେ ଏହି ନିର୍ବାଚନ ସମୟରେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିଜେଡି କ୍ୟାମ୍ପରେ କମ୍ପନ ଦେଖିବାକୁ ମିଳିଛି। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିଜେଡିର ଦୁଇ ତୁଙ୍ଗ ନେତା ଏକ୍ସରେ ଟ୍ୱିଟ କରିଛନ୍ତି। ସେପଟେ କିନ୍ତୁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରି ନାହିଁ। 

 

ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିଜେଡିର ଦୁଇ ତୁଙ୍ଗ ନେତା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ସସ୍ମିତ ପାତ୍ର ଆଜି ଟ୍ୱିଟ କରିଛନ୍ତି। ପ୍ରଣବ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ବିଜେପି, ବିଜୁ ଜନତା ଦଳର ଦାବି ମାନି ନେଇଥିବା ଜାଣି ମତେ ଖୁସି ଲାଗିଲା। ଆଜି ଦିନ ୯ଟା ବେଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ସସ୍ମିତ ଲେଖିଛନ୍ତି କି ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଲି, ଆଜି ସକାଳ ୯ଟାରେ ଓଡିଶା ବିଜେପି ନେତାମାନେ କରୁଥିବା ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଯାଉଛନ୍ତି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଉଥିବା ଉକ୍ତ ସୂତ୍ରରୁ ଜାଣିବାକୁ ମିଳୁଛି। ଏହା ଭଲ କଥା ଯେ, ସେମାନେ ଜଣେ ମହିଳାଙ୍କ ନାଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁଛନ୍ତି ବୋଲି ସୂଚନା ରହିଛି। 

 

ତେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟି ସୂଚନା ସାମ୍ନାକୁ ଆସିନାହିଁ। ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବେ ଦୁଇ ଦୁଇ ଥର ଆସି ରାଜ୍ୟରେ ନିର୍ବାଚନୀ ପ୍ରଚାର କରିସାରିଛନ୍ତି। ପୁନର୍ବାର ଆସିବାର କାର୍ଯ୍ୟକ୍ରମ ରହିଥିବା ନେଇ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନିର୍ବାଚନୀ ପ୍ରଚାର ପରେ ରାଜ୍ୟ ବିଜେପି ସକରାତ୍ମକ ରହିଥିବା ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଛି। 

Read More
{}{}