Hindi News >>Home >>Odisha Politics

Congress President Election Results: ଦଳିତ ହାତରେ ଦଳ, ଗାନ୍ଧି ପରିବାର ବିପଦମୁକ୍ତ

Congress President Election Results: ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଛି। କିନ୍ତୁ ଏଥିରେ ମଧ୍ୟ ଜାଲିଆତି ହୋଇଛି। ତେବେ ଏହି ଅଭିଯୋଗ ଖୋଦ ପ୍ରାର୍ଥୀ ଆଣିଛନ୍ତି। ଉତ୍ତର ପ୍ରଦେଶରେ ଆୟୋଜିତ ମତଦାନରେ ବ୍ୟାପକ ଅନିମିତତା ହୋଇଥିବା ଶଶି ଥରୁରଙ୍କ ଟିମ ଅଭିଯୋଗ କରିଛି। 

Advertisement
Congress President Election Results: ଦଳିତ ହାତରେ ଦଳ, ଗାନ୍ଧି ପରିବାର ବିପଦମୁକ୍ତ
Stop
Shankarshan Bagh|Updated: Oct 19, 2022, 02:43 PM IST

Congress President Election Results, ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସରେ ଗାନ୍ଧି ପରିବାରର ରାଜୁତିରେ ପୂର୍ଣ୍ଣଚ୍ଛେଦ ପଡିଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ଏକତରଫା ବିଜୟ ହୋଇଛନ୍ତି। ମୋଟ ୯୩୮୫ଟି ଭୋଟରୁ ଖଡଗେଙ୍କୁ ୭୮୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ଶଶି ଥରୁରଙ୍କୁ ମାତ୍ର ୧୦୭୨ଟି ଭୋଟ ମିଳିଛି। ତେବେ ଖଡଗେଙ୍କ ବିଜୟ ଗାନ୍ଧି ପରିବାରକୁ ଆଶ୍ୱସ୍ତି ବୋଲି କୁହାଯାଉଛି। ତେବେ କାହିକିଁ ମଲ୍ଲିକାର୍ଜୁନ ଖଡଗେଙ୍କ କଂଗ୍ରେସ ପାଇଁ ବିପଦ ନୁହଁ ବୋଲି କୁହାଯାଉଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ, ଜାତୀୟ କଂଗ୍ରେସ ଦଳର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି। କେବଳ ସେତିକି ନୁହଁ, ଏସ ନିଜାଲିଙ୍ଗାପ୍ପାଙ୍କ ପରେ ଖଡଗେ କର୍ଣ୍ଣାଟରର ଦ୍ୱିତୀୟ ବ୍ୟକ୍ତି ଯିଏ କଂଗ୍ରେସର ମଙ୍ଗ ସମ୍ଭାଳିଛନ୍ତି। ନିଜାଲିଙ୍ଗାପ୍ପା ୧୯୬୮ରୁ ୧୯୬୯ ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଥିଲେ। ଗାନ୍ଧି ପରିବାର ଓ ଦକ୍ଷିଣ ଭାରତ ମଧ୍ୟରେ ନୀବିଡ ସମ୍ପର୍କ ରହିଛି। ମଲ୍ଲିକାର୍ଜୁନ ଖଡଗେଙ୍କୁ ଗାନ୍ଧି ପରିବାରର ବିଶ୍ୱସ୍ତ ବ୍ୟକ୍ତି ବୋଲି କୁହାଯାଏ। ୮୦ ବର୍ଷିୟ ଖଡଗେ ଜଣେ ବରିଷ୍ଠ କଂଗ୍ରେସ ନେତା। ସେ ରାଜ୍ୟସଭାରେ ବିରୋଧି ଦଳ ନେତା ରହିଛନ୍ତି। ସେ ରାଜନୀତିର ଧୁରନ୍ଦର ହେବା ସହ ପରିପକ୍ୱ, ଅଭିଜ୍ଞ ଓ ଜାତୀୟ ବ୍ୟପାର ବିଷୟରେ ମାଷ୍ଟର।

Also Read: Mallikarjun Kharge: ଦୁଇ ଦଶନ୍ଧି ପରେ କଂଗ୍ରେସର ନୂଆ ମୁଖିଆ, ଖଡ଼ଗେଙ୍କ ଏକତରଫା ବିଜୟ

ବିଗତ ଦିନରେ ଖଡଗେଙ୍କୁ ଗାନ୍ଧି ପରିବାର ଅନେକ ଦାୟିତ୍ୱ ଦେଇଛି। ସେ ୧୧ ଥର କର୍ଣ୍ଣାଟରର ବିଧାୟକ ଥିଲେ। ଏହି ସମୟରେ ସେ ରାଜ୍ୟ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହାପରେ ଜାତୀୟ ରାଜନୀତିକୁ ଆସିଲେ ଆଉ କେନ୍ଦ୍ର ମନ୍ତ୍ରୀ ହେବା ସହ ଲୋକସଭାରେ ବିରୋଧି ଦଳ ନେତା ମଧ୍ୟ ହେଲେ। ତାଙ୍କର ଏହି ସବୁ ଉପଲବ୍ଧି ପଛରେ କଂଗ୍ରେସର ହାତ ଅଛି। ମଲ୍ଲିକାର୍ଜୁନ ଖଡଗେ ଆଜି ପର୍ଯ୍ୟନ୍ତ କଂଗ୍ରେସ କିମ୍ବା ଗାନ୍ଧି ପରିବାର ବିଷୟରେ କୌଣସି ଅପଶବ୍ଦ ବ୍ୟବହାର କରିନାହାନ୍ତି। ତେଣୁ ସେ ସବୁବେଳେ ଗାନ୍ଧି ପରିବାରର ନିକଟତର ହୋଇ ରହିଛନ୍ତି। ଯାହାର ଫଳ ସ୍ୱରୂପ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ସୋନିଆ ଗାନ୍ଧି, ଖଡଗେଙ୍କୁ ସମର୍ଥନ ଜଣାଥିଲେ।

ମଲ୍ଲିକାର୍ଜୁନ ଖଡଗେ ଜାତିରେ ଜଣେ ଦଳିତ କିନ୍ତୁ ଓକିଲାତି ତାଙ୍କର ପେଶା। ଖଡେଙ୍କ ପ୍ରତି ଗାନ୍ଧି ପରିବାରର ଅହେତୁକ ଅନୁକମ୍ପା ରହିଛି। ତେଣୁ ସେ ତାଙ୍କ ପ୍ରତି ବିପଦ ନୁହଁ। କୁହାଯାଉଛି ଯେ, ଖଡଗେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ଗାନ୍ଧି ପରିବାର ହିଁ ବ୍ୟାକଗ୍ରାଉଣ୍ଡରୁ ଦଳକୁ ନିୟନ୍ତ୍ରଣ କରିବ। ଖଡଗେଙ୍କ ବଦଳରେ ଯଦି ଶଶି ଥରୁର ଅଧ୍ୟକ୍ଷ ହୋଇଥାନ୍ତେ ତେହେ ଦଳରେ କିଛି ପରିବର୍ତ୍ତନ ହୋଇଥାନ୍ତା। ଥରୁରୁ ଓ ଖଡଗେ ଉଭୟ ଦକ୍ଷିଣ ଭାରତରୁ ଆସନ୍ତି କିନ୍ତୁ ଉଭୟଙ୍କ କାର୍ଯ୍ୟ କରିବାର ଶୈଳୀ ଭିନ୍ନ। ଶଶି ଥରୁରୁ ବାହ୍ୟ ଚାପରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତି ଓ ନିଜ କଥାକୁ ସେ ନିଦ୍ୱନ୍ଦରେ ରଖନ୍ତି। ସେପଟେ ଖଡଗେ ନୂଆ ଅଧ୍ୟକ୍ଷ ହେଲା ପରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଶଶି ଥରୁର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 

 

Read More
{}{}