Hindi News >>Home >>Odisha Politics

ନୂଆ ମୁଖ୍ୟମନ୍ତ୍ରୀ ଏବଂ ଟିମକୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବାଚସ୍ପତି ପ୍ରମିଳା ମଲିକ

ସୋସିଆଲ ମିଡିଆ ମାଧ୍ୟମରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ବାଚସ୍ପତି ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲିକ 

Advertisement
ନୂଆ ମୁଖ୍ୟମନ୍ତ୍ରୀ ଏବଂ ଟିମକୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବାଚସ୍ପତି ପ୍ରମିଳା ମଲିକ
Stop
Soubhagya Ranjan Mishra|Updated: Jun 12, 2024, 06:51 PM IST

ଭୁବନେଶ୍ୱର: ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ଏହି ଅବସରରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପୂର୍ବତନ ବାଚସ୍ପତି ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ପ୍ରମିଳା ଲେଖିଛନ୍ତି ଯେ, ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏଥିସହ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବା ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ଏବଂ ଶ୍ରୀଯୁକ୍ତ କେ ଭି ସିଂଦେଓ ମହୋଦୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ପ୍ରମିଳା।

ସୂଚନାଯୋଗ୍ୟ, ଜନତା ମୈଦାନରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଶପଥପାଠ କରିଛନ୍ତି ୨ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ । ଏହି ଉତ୍ସବର ମୁକସାଖୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଶପଥପାଠ କରିଛନ୍ତି । କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ସୁରେଶ ପୂଜାରୀ, ରବିନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ) ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବାଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ସମ୍ପଦ ଚନ୍ଦ୍ର ସ୍ବାଇଁ ଶପଥ ପାଠ କରିଛନ୍ତି । ରାଜ୍ୟରେ ବିଜେପି ଶାସନର ପ୍ରଥମ ବାଚସ୍ପତି ହୋଇପାରନ୍ତି ରଣପୁର ବିଧାୟିକା ସୁରମା ପାଢୀ । ଏନେଇ ସୁରମାଙ୍କୁ କଲ୍ ଯାଇଥିବା ଚର୍ଚ୍ଚା ହେଉଛି ।

Also Read- Onion Price: ୨ ସପ୍ତାହରେ ପିଆଜ ଦର ହେଲା ଡବଲ୍, ଜାଣନ୍ତୁ କାରଣ

{}{}