Hindi News >>Home >>Odisha Politics

One Nation One Election: 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ହେଲେ କ'ଣ ମିଳିବ ଲାଭ?

One Nation One Election India: ଦେଶରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କ'ଣ ଲାଭ ମିଳିବ ସେ ସମ୍ପର୍କରେ ଜଣାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। 

Advertisement
One Nation One Election: 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ହେଲେ କ'ଣ ମିଳିବ ଲାଭ?
Stop
Zee Odisha Desk|Updated: Nov 21, 2023, 06:46 PM IST

Ramnath Kovind on One Nation One Election: 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସଙ୍ଗରେ ସମଗ୍ର ଭାରତ ବର୍ଷରେ ଜାରି ରହିଛି ବିତର୍କ। 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ହେଲେ କ'ଣ ଲାଭ ହେଲେ କ'ଣ ଲାଭ ମିଳିବ ସେ ସମ୍ପର୍କରେ ଜଣାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ଦ୍ୱାରା ​​ଲୋକେ ଉପକୃତ ହେବେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' କରିବାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବା ଦ୍ୱାରା ଅନେକ ସୁବିଧା ମିଳିବ। ଜାତୀୟ ସ୍ୱାର୍ଥରେ ଉଠାଯାଇଥିବା ଏକ ପଦକ୍ଷେପ। ମୁଁ ସମସ୍ତ ରାଜନୈତିକ ଦଳକୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଏବଂ ଏକ ସହମତି ପ୍ରକାଶ କରିବାକୁ ଅନୁରୋଧ କରୁଛି।

ଉତ୍ତର ପ୍ରଦେଶର ରାଏବରେଲି ଜିଲ୍ଲାର ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋବିନ୍ଦ କହିଛନ୍ତି ଯେ, ଯଦି ଦେଶରେ ଗୋଟିଏ ନିର୍ବାଚନ ହୁଏ, ତାହେଲେ ସେହି ଦଳକୁ ଲାଭ ମିଳିବ ଯିଏ କେନ୍ଦ୍ରରେ କ୍ଷମତାସୀନ ରହିଥିବ। ତାହା ବିଜେପି ହେଉ କିମ୍ବା କଂଗ୍ରେସ ଅଥବା ଅନ୍ୟ କୌଣସି ରାଜନୈତିକ ଦଳ। 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ଦେଶର ଜନସାଧାରଣଙ୍କୁ ଅଧିକ ଲାଭ ଦେବ। ଏକକାଳୀନ ନିର୍ବାଚନରୁ ଅର୍ଥ ସଞ୍ଚୟ କରି ଯେଉଁ ରାଜସ୍ୱ ଆସିବା ତାହାକୁ ଦେଶର ବିକାଶରେ ବ୍ୟବହାର କରାଯାଇ ପାରିବ।

Also Read: One Nation One Election: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ଦେଶ ପାଇଁ ଲାଭଦାୟକ ନାଁ ନୁହେଁ? ଆସିଲା ସର୍ଭେ ରିପୋର୍ଟ

ଦେଶରେ ଏକ ସମମୟରେ କାହିଁକି ଅନୁଷ୍ଠିତ ହୋଇଥିଲା ନିର୍ବାଚନ?
ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ଏକକାଳୀନ ନିର୍ବାଚନ ସମ୍ବନ୍ଧରେ ଗଠିତ ସମସ୍ତ ସଂସଦୀୟ ପ୍ୟାନେଲ, ନୀତି ଆୟୋଗ ଏବଂ ଭାରତୀୟ ନିର୍ବାଚନ ଆୟୋଗ ସମେତ ଅନେକ କମିଟି ଏକକାଳୀନ ନିର୍ବାଚନ ଆୟୋଜନ ପାଇଁ ନିଜର ରିପୋର୍ଟ ଦାଖଲ କରି ସାରିଛନ୍ତି। ସ୍ୱାଧିନତ୍ତୋର ଭାରତ ବର୍ଷରେ ୧୯୫୨ ମସିହାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ନିର୍ବାଚନ ଠାରୁ ଆରମ୍ଭ କରି ୧୯୬୭ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଥିଲା। ହେଲେ ଯେହେତୁ ଲୋକସଭା ଏବଂ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହାକୁ ବିଲୟ କରାଯାଇପାରେ, ସେହି କାରଣରୁ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେଉଥିବା ବିଧାନସଭା ତଥା ଜାତୀୟ ସ୍ତରରେ ହେଉଥିବା ଲୋକସଭା ନିର୍ବାଚନ ଅଲଗା ଅଲଗା ସମୟରେ ହେବାରେ ଲାଗିଲା।

Also Read: Indian Politics: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ପାଇଁ କମିଟି ଘୋଷିତ, ଜାଣନ୍ତୁ କିଏ କିଏ ଅଛନ୍ତି ସଦସ୍ୟ?

ସରକାର ଗଠନ କରିଥିଲେ କମିଟି 
'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏକ କମିଟି ଗଠନ କରିଥିଲେ। ଯେଉଁ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ପୂର୍ବତନ ରାଷ୍ଟ୍ରପତି କହିଛନ୍ତି କେନ୍ଦ୍ର ସରକାର ମୋତେ ଏହି କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ପରମ୍ପରାକୁ ପୁନର୍ବାର କାର୍ଯ୍ୟକାରୀ କରିବା ନେଇ କମିଟି ସଦସ୍ୟ ଜନସାଧାରଣଙ୍କ ସହ ସରକାରଙ୍କୁ ପରାମର୍ଶ ଦେବେ। ରାମନାଥ କୋବିନ୍ଦ ନେତୃତ୍ୱାଧିନ କମିଟି ଦେଶର ସମସ୍ତ ରାଜନୈତିକ ଦଳକୁ ଏକ ଚିଠି ଲେଖି ସାରା ଦେଶରେ ଏକକାଳୀନ ବିଧାନସଭା ତଥା ଜାତୀୟ ନିର୍ବାଚନ ଆୟୋଜନ କରିବା ଉପରେ ନିଜର ମତାମତ ଉପସ୍ଥାପନ କରିବାକୁ ୩ ମାସ ସମୟ ମାଗିଥିଲେ।

 

Read More
{}{}