Hindi News >>Home >>Odisha Politics

Odisha BJP: ବିଜେଡି଼ ଛାଡି ବିଜେପି ହାତ ଧରିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

Odisha BJP Unit: ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ବିଜେପି ହାତ ଧରିଛନ୍ତି ଶତାଧିକ ବିଜେଡି଼ ନେତା।

Advertisement
Odisha BJP:  ବିଜେଡି଼ ଛାଡି ବିଜେପି ହାତ ଧରିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା
Stop
Zee Odisha Desk|Updated: Apr 20, 2024, 01:10 AM IST

Odisha BJP Mishrana Parba: ଭ୍ରଷ୍ଟାଚାର ଶାସନ ବିରୋଧରେ ଲଢ଼େଇ କରିବା ପାଇଁ ଶାସକ ବିଜେଡି ତଥା ବିରୋଧି କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତା କର୍ମୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଜେପି ଦଳରେ ଯୋଗ ଦେଉଛନ୍ତି। ରାଜ୍ୟ, ଜିଲ୍ଲା, ପଞ୍ଚୟତ ସ୍ତରରୁ ପ୍ରତ୍ୟେକ ଦିନ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଜ୍ୟରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର, କୁଶାସନ ଅବସାନ ଘଟିବ। ବିଜୁ ଜନତା ଦଳରେ ଦୀପ ଖୁବଶୀଘ୍ର ଲିଭିଯିବ ଏବଂ ନୂତନ ସୂର୍ଯ୍ୟଦ୍ୟୋୟ ହେବ। କେନ୍ଦ୍ର ସହ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବ ଅବସର ମତ ରଖି ଏକଥା କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସମେତ ଗଞ୍ଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ, ସ୍ୱାଧିନ କାଉନସିଲର ଅରୁଣ କୁମାର ପଣ୍ଡା, ବିଜେଡି କାଉନସିଲର ରୀତା ଦେବୀ ମହାରଣା, ରାଇବରୀ ଜେନା, ସ୍ୱାଗତ ଆଶିଷ ନାୟକ, ଇ.ମୋହନ ରେଡ୍ଡି, ବିଜୁ ଛାତ୍ର ଜନତା ଦଳର ନେତା ପ୍ରକାଶ ରାଉଳ, ଗଞ୍ଜାମ ଏନଏସି ପୂର୍ବତନ ଅଧ୍ୟକ୍ଷ ରାନୁ ବଇଠାରୁ, ଅବସରପ୍ରାପ୍ତ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀ, ପୂର୍ବତନ ସରପଞ୍ଚ ପ୍ରଭାକର ବେହେରା, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ପୂର୍ବତନ ବିଜେଡି କାଉନସିଲର ପ୍ରକାଶ ଚନ୍ଦ୍ର ବେହେରା, ପୁରୁଣା ବନ୍ଦ ଗ୍ରାମର ସଭାପତି କୃଷ୍ଣଚନ୍ଦ୍ର ବେହେରା, ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହି, ପୂର୍ବତନ ସରପଞ୍ଚ ଶତ୍ରୁଘ୍ନ ମହାକୁଡ, ବିଜେଡି ଯୁବ ନେତା ତ୍ରିଲୋଚନ ବାରିକ, ହରପ୍ରସାଦ ବାରିକ, ସଞ୍ଜୀବ ସ୍ୱାଇଁ, ତୋଫାନ ପଣ୍ଡା, ସନ୍ତୋଷ ଦାସ, ରଞ୍ଜିତ ଦାସ, ବିଦେଶୀ ଦାସ, ଲିଙ୍ଗରାଜ ପଟ୍ଟନାୟକ, କ୍ଷୀରୋଦ ଚନ୍ଦ୍ର ସାହୁ, ଜିତୁ ଦାସ, ନାରାୟଣ ଦାସ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପି ହାତ ଧରିଛନ୍ତି।

ଶୁକ୍ରାବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବର ଡାୟଲ କରି ରାଜ୍ୟ ସଭାପତି ସେମାନଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଥିଲେ। ଏହି ମିଶ୍ରଣ ପର୍ବରେ ଦଳର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ମହେଶ ମହାନ୍ତି, ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ସାହୁ, ଛତ୍ରପୁର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। 

 

Read More
{}{}