Hindi News >>Home >>Odisha Politics

Sipra Mallick: କଂଗ୍ରେସରେ ଯୋଗ ଦେଲେ ବିଜେଡିର ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ

 ସିପ୍ରା ତାଙ୍କ ବାପାଙ୍କ ଅନୁଗାମୀଙ୍କୁ ନେଇ ନିଜ ରାଜନୀତିକ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି।

Advertisement
Sipra Mallick: କଂଗ୍ରେସରେ ଯୋଗ ଦେଲେ ବିଜେଡିର ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ
Stop
Zee Odisha Desk|Updated: Apr 18, 2024, 01:24 PM IST

Sipra Mallick: ଭୁବନେଶ୍ୱର:  ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତ୍ରୀ  ସିପ୍ରା ମଲ୍ଲିକ କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ସେ କଂଗ୍ରେସ ସଭ୍ୟପଦ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ାର ଟାଣୁଆ କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ଯୋଗ ଦେବା ପରେ ଏବେ ବିଜେଡିରୁ ସିପ୍ରାଙ୍କ ଇସ୍ତଫା ଓ କଂଗ୍ରେସରେ ଯୋଗଦାନ ଏଠାରେ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଚର୍ଚ୍ଚା ହେଉଛି। 

ସିପ୍ରା ମଲ୍ଲିକ ୨୦୧୪ ମସିହାରେ ବିଜେଡି ଟିକଟରେ ବିଧାୟକ ହୋଇଥିଲେ। ୨୦୧୯ ମସିହାରେ କିନ୍ତୁ ତାଙ୍କ ଟିକଟ କାଟି ଦିଆଯାଇଥିଲା। ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀରୁ ଶଶୀଭୂଷଣ ବେହେରାଙ୍କୁ ଦଳ କେନ୍ଦ୍ରାପଡ଼ା ଆସନରୁ ଟିକଟ ଦେଇଥିଲେ। ଏହାଦ୍ୱାରା ଅସନ୍ତୁଷ୍ଟ ହୋଇ ସିପ୍ରା ମଲ୍ଲିକ ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ଦେଖଲ କରିଥିଲେ। କିନ୍ତୁ ଦଳ ଭିତରୁ ଅନେକ ଆଶ୍ୱାସନା ପାଇବା ପରେ ସିପ୍ରା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ। ପରବର୍ତ୍ତୀ ସମୟରେ ଦଳ ତାଙ୍କୁ ଖଦ୍ୟ ସୁରକ୍ଷା କମିଶନର ସଦସ୍ୟ ଭାବେ ଦାୟିତ୍ୱ ଦେଇଥିଲେ। ହେଲେ ୨୦୨୪ ମସିହାରେ ତାଙ୍କୁ ଟିକଟ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି। କିନ୍ତୁ ଦଳ ଏହି ଆଶ୍ୱାସନା ପୂରଣ କରି ନଥିବାରୁ ସିପ୍ରା ଇସ୍ତଫା ଦେିଥିବା କୁହାଯାଉଛି। 

ଏବେ କେନ୍ଦ୍ରାପଡ଼ା ଆସନରୁ କିଏ ପ୍ରାର୍ଥୀ ହେବେ ତାହା ଘୋଷଣା କରିପାରି ନାହିଁ ବିଜେଡି। କିନ୍ତୁ  ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ଯୋଗଦାନକୁ ଆଖିରେ ରଖି ସେ ଏଥର ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଅପରପକ୍ଷେ କଂଗ୍ରେସ ନେତା ଗଣେଶ୍ୱରଙ୍କୁ ଦଳରୁ ବିଦାୟ ପରେ ଦଳ ସିପ୍ରାଙ୍କୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି। 

ସିପ୍ରା ଜଣେ କଂଗ୍ରେସ ପରିବାରରୁ ଆସିଛନ୍ତି। ତାଙ୍କ ବାପା ପ୍ରହଲ୍ଲାଦ ମଲ୍ଲିକ କଂଗ୍ରେସରୁ ୫ ଥର ବିଧାୟକ ହୋଇଛନ୍ତି। କଂଗ୍ରେସ ମନ୍ତ୍ରିମଣ୍ଡଳରେ ମଧ୍ୟ ଦୁଇଥର ସାମଲ ହୋଇଛନ୍ତି। ଏପରି ସ୍ଥଳରେ ସିପ୍ରା ତାଙ୍କ ବାପାଙ୍କ ଅନୁଗାମୀଙ୍କୁ ନେଇ ନିଜ ରାଜନୀତିକ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି।

Read More
{}{}