Hindi News >>Home >>Odisha Politics

Uttar Pradesh: 'ସର ତନ ସେ ଜୁଦା ରୋକିବା ପାଇଁ ଉଠାଇବାକୁ ହେବ ହତିଆର'

Controversial Statement of Sangeet Som: ଉତ୍ତର ପ୍ରଦେଶ ମେରଠ ଜିଲ୍ଲାର ସରଧନା ନିର୍ବାଚନମଣ୍ଡଳୀରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା ସଙ୍ଗୀତ ସୋମ ଜଣେ ହିନ୍ଦୁ କଟ୍ଟର ହିନ୍ଦୁ ପନ୍ଥୀ ଭାବେ ଜଣାଶୁଣା।

Advertisement
Uttar Pradesh: 'ସର ତନ ସେ ଜୁଦା ରୋକିବା ପାଇଁ ଉଠାଇବାକୁ ହେବ ହତିଆର'
Stop
Subhramjit Ray|Updated: Oct 07, 2022, 03:58 PM IST

Sangeet Soms Controversial Statement: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ପୂର୍ବତନ ବିଜେପି ବିଧାୟକ ସଙ୍ଗୀତ ସୋମ। ସଦ୍ୟ ପୁଣି ଥରେ ନିଜର ବୟାନ ପାଇଁ  ବିବାଦ ଘେରକୁ ଟଣା ହୋଇଛନ୍ତି ସେ। ରାଜପୁତ ଉତ୍ଥାନ ସଭା ଦ୍ୱାରା ଆୟୋଜିତ ହୋଇଥିବା ଦଶହରା ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପୂ୍ର୍ବତନ ବିଜେପି ବିଧାୟକ କହିଛନ୍ତି ଯେ, "କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଉଛି ଏବଂ ଏହାକୁ ରୋକିବା ପାଇଁ ରାଜପୁତ ସମ୍ପ୍ରଦାୟକୁ ଭବିଷ୍ୟତରେ ଅସ୍ତ୍ର ଉଠାଇବାକୁ ହେବ। ଆମକୁ ଚିନ୍ତା କରିବାକୁ ହେବ ଯେ କାହାର ଜନସଂଖ୍ୟା ବଢୁଛି। ଆମର ଜନସଂଖ୍ୟା ହ୍ରାସ ପାଉଛି, ହେଲେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଉଛି।  

ପୂର୍ବରୁ ଜାଗରଣରେ ଗୀତ ଗାଉଥିବା ଗାୟକ ଧର୍ମେନ୍ଦ୍ର ପାଣ୍ଡେ ମଧ୍ୟ ହିନ୍ଦୁ ସମ୍ପ୍ରଦାୟକୁ ଅସ୍ତ୍ରଶସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇଥିଲେ। ବର୍ତ୍ତମାନ ପୂର୍ବତନ ବିଜେପି ବିଧାୟକ ସଙ୍ଗୀତ ସୋମ (Former BJP MLA Sangeet Som) ମଧ୍ୟ ଏଭଳି ଆହ୍ୱାନ ଦେଇଛନ୍ତି।

ପୂ୍ର୍ବତନ ବିଧାୟକ କହିଛନ୍ତି, "ଏହା ସମ୍ଭବ ଯେ ଭବିଷ୍ୟତରେ ଆମକୁ ଅସ୍ତ୍ରଶସ୍ତ୍ର ଉଠାଇବାକୁ ହେବ ଯେତେବେଳେ ଚାରିଆଡେ କେବଳ ଆତଙ୍କବାଦ ବ୍ୟାପିଥିବା। ସର ତନ ସେ ଜୁଦା ଅର୍ଥାତ ମୁଣ୍ଡ କାଟିବା ଏବଂ ଆତଙ୍କବାଦ ଧମକକୁ ରୋକିବା ପାଇଁ ଆମକୁ ହତିଆର ଉଠାଇବାକୁ ପଡିବ। ଯେତେବେଳେ ରାଜପୁତ ସମ୍ପ୍ରଦାୟ ଅସ୍ତ୍ରଶସ୍ତ୍ର ଉଠାଇବ ସେତେବେଳେ ସେତେବେଳେ 'ସର ତନ ସେ ଜୁଦା' ଧମକ ଦେବା କିମ୍ବା ଆତଙ୍କବାଦ ସୃଷ୍ଟି କରିବାକୁ କେହି ସାହସ କରିବେ ନାହିଁ। "

Also Read: 'ଜୀହାଦ କବଳରୁ ରକ୍ଷା କରିବା ପାଇଁ ଆସିବ ନାହିଁ ପୋଲିସ; ଘରେ ରଖିବାକୁ ହେବ ଅସ୍ତ୍ରଶସ୍ତ୍ର'

 

କଂଗ୍ରେସ (Congress) ପକ୍ଷରୁ କରା ଯାଉଥିବା ଭାରତ ଯୋଡ ଯାତ୍ରା (Bharat Jodo Yatra) କୁ ଟାର୍ଗେଟ କରି ପୂ୍ର୍ବତନ ବିଜେପି ବିଧାୟକ କହିଛନ୍ତି ଏହି ରାଲିରେ କେବଳ ସବୁଜ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଜାତୀୟ ପତାକାର ବ୍ୟବହାର କରାଯାଇ ନଥିଲା।

ଉତ୍ତର ପ୍ରଦେଶ (Uttar Pradesh) ମେରଠ ଜିଲ୍ଲାର (Meerut District) ସରଧନା ନିର୍ବାଚନମଣ୍ଡଳୀରୁ (Sardhana Assembly Constituency) ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା ସଙ୍ଗୀତ ସୋମ ଜଣେ ହିନ୍ଦୁ କଟ୍ଟର ହିନ୍ଦୁ ପନ୍ଥୀ ଭାବେ ଜଣାଶୁଣା। ଗତ ୨୦୧୩ ବର୍ଷରେ ରାଜ୍ୟ ମୁଜାଫରନଗର ଜିଲ୍ଲାରେ ହୋଇଥିବା ଦଙ୍ଗା ଘଟଣାରେ ତାଙ୍କର ନାଁ ଚର୍ଚ୍ଚାକୁ ଆସିଥିଲା। ଦଙ୍ଗା ପରେ ଗଠିତ ହୋଇଥିବା ଜଷ୍ଟିସ ବିଷ୍ଣୁ ସହାୟ ଆୟୋଗ ତାଙ୍କୁ ଦଙ୍ଗା ଉସକାଇବା ଲୋକଙ୍କ ତାଲିକାରେ ସାମିଲ କରାଇଥିଲେ। 

ଗତ ୨୦୧୫ ଦାଦ୍ରି ଭୀଡ ହତ୍ୟା ମାମାଲାରେ ସେତେବେଳେ ବିଜେପି ନେତା ସଙ୍ଗୀତ ସୋମ ବିବାଦୀୟ ହୋଇ ପଡ଼ିଥିଲେ ଯେତେବେଳେ ଏହି ଘଟଣାରେ ନିହତ ହୋଇଥିବା ମହମ୍ମଦ ଅଖଲାକଙ୍କ ପରିବାରକୁ ଗିରଫ କରିବାକୁ ଆହ୍ୱାନ ଦେଇଥିଲେ। ଏହା ସହିତ ଏହି ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ପ୍ରତିଶୃତି ଦେଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ୨୦୨୨ ବିଧାନସଭା ନିର୍ବାଚନରେ ସରଧନା ଆସନରେ  ତାଙ୍କୁ ​​ସମାଜବାଦୀ ପାର୍ଟି ପ୍ରାର୍ଥୀ ଅତୁଲ ପ୍ରଧାନ ୧୮ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

 

Read More
{}{}