Hindi News >>Home >>Odisha Politics

Bihar Politics: ଦୁଷ୍କର୍ମ ଘଟଣାରେ ବିବାଦୀୟ ବୟାନ ରଖି ବିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି

Gang Rape Case: ଏହା ପ୍ରଥମ ଥର ଲାଗି ହୋଇନାହିଁ ଯେତେବେଳେ ଜିତନ ରାମ ମାଞ୍ଝୀ ଏଭଳି ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଅତୀତରେ ମଧ୍ୟ ସେ ବିବାଦୀୟ ବୟାନ ଲାଗି ଗଣ ମାଧ୍ୟମରେ ଶିରୋନାମା ପାଲଟିଛନ୍ତି।

Advertisement
Bihar Politics: ଦୁଷ୍କର୍ମ ଘଟଣାରେ ବିବାଦୀୟ ବୟାନ ରଖି ବିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି
Stop
Subhramjit Ray|Updated: Sep 14, 2022, 10:45 PM IST

Jitan Ram Manjhi: ଦୁଷ୍କର୍ମ ଘଟଣାରେ ରଖିଥିବା ବୟାନ ପାଇ ବିବାଦ ଘେରକୁ ଟଣା ହୋଇଛନ୍ତି ପୂ୍ର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ଜିତନ ରାମ ମାଞ୍ଝି। ରାଜ୍ୟର ବୈଶାଳୀ ଜିଲ୍ଲାରେ ଘଟିଥିବା ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜିତନ ରାମ ମାଞ୍ଝି। ଏନେଇ ପ୍ରତିକ୍ରିୟାା ରଖି ପୂ୍ର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିହାର ହେଉଛି ଏକ ବଡ ରାଜ୍ୟ। ଯେଉଁଠି ଦୁ୍ଷ୍କର୍ମ ଭଳି ଘଟଣା ଘଟିଥାଏ। ଏବେ ପ୍ରଶ୍ନ ଉଠିଛି ଯେ ପୋଲିସ-ପ୍ରଶାସନ ଏଭଳି ଘଟଣାରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।   

ଦୁଇ ଦିନ ପୂର୍ବେ ବିହାର (Bihar) ବୈଶାଳୀ ଜିଲ୍ଲାର (Vaishali District) ଜନ୍ଦାହ ଠାରେ ଏକ ଗଣ ଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ କରି ଦେଇଥିଲେ। ଦୁଷ୍କର୍ମ ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। 

ବର୍ତ୍ତମାନ ଏହି ଘଟଣାରେ ପୂ୍ର୍ବତନ ବିହାର ମୁଖ୍ୟମନ୍ତ୍ରୀ (Former Bihar Chief Minister) ତଥା ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (Hindustani Awam Morcha) ହାମ ଅଧ୍ୟକ୍ଷ (HAM President) ଜିତନ ରାମ ମାଞ୍ଝି (Hindustani Awam Morcha) ରଖିଥିବା ବୟାନ ନିଆଁରେ ଘିଅ ଢାଳିବା ଭଳି ହୋଇଛି। ଏନେଇ ପ୍ରତିକ୍ରିୟାା ରଖି ପୂ୍ର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିହାର ହେଉଛି ଏକ ବଡ ରାଜ୍ୟ। ଯେଉଁଠି ଦୁ୍ଷ୍କର୍ମ ଭଳି ଘଟଣା ଘଟିଥାଏ। ଏବେ ପ୍ରଶ୍ନ ଉଠିଛି ଯେ ପୋଲିସ-ପ୍ରଶାସନ ଏଭଳି ଘଟଣାରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।  

ଯଦି ଏହି ଘଟଣାରେ ପୋଲିସ କଥା କୁହାଯାଏ ତାହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖୁବ୍ ଶୀଘ୍ର ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଧରାଯିବ। ଏହା ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କ ଷଡଯନ୍ତ୍ର ହୋଇପାରେ। ଯେତେବେଳେ ବିରୋଧୀ ଦଳ ଅଭିଯୋଗ ସମ୍ପର୍କରେ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା, ସେତେବେଳେ ଏହାର ଜବାବ ରଖି ସେ କହିଥିଲେ ଯେ କେହି କିଛି କହିପାରିବ। ବିହାରରେ କୋଟିଏ କିମ୍ବା ଦୁଇ କୋଟି ଲୋକ ବସବାସ କରନ୍ତି ନାହିଁ। ବିହାରର ଜନସଂଖ୍ୟା ହେଉଛି ୧୨ କୋଟି। ବଳାତ୍କାର ଭଳି ଘଟଣା ଏଠାରେ ଘଟିଥାଏ। ଏଭଳି ପରିସ୍ଥିତିରେ ବିହାର ସରକାର ଏହି ଘଟଣାରେ କ'ଣ ପଦକ୍ଷେପ ନେଇଛନ୍ତି ତାହା ଦେଖିବା ଆବଶ୍ୟକ। ଆପଣ ନିଶ୍ଚୟ ଦେଖିଥିବେ ଯେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚଢାଉ କରିଥିଲେ। ସରକାରଙ୍କୁ ବଦନାମ କରିବାକୁ ଏହା ବିରୋଧୀଙ୍କ ଏକ ଷଡଯନ୍ତ୍ର ହୋଇପାରେ।

ଏହା ପ୍ରଥମ ଥର ଲାଗି ହୋଇନାହିଁ ଯେତେବେଳେ ଜିତନ ରାମ ମାଞ୍ଝୀ ଏଭଳି ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଅତୀତରେ ମଧ୍ୟ ସେ ବିବାଦୀୟ ବୟାନ ଲାଗି ଗଣ ମାଧ୍ୟମରେ ଶିରୋନାମା ପାଲଟିଛନ୍ତି। ପୂର୍ବରୁ ହାମ ଅଧ୍ୟକ୍ଷ କହିଥିଲେ ଯେ ସେ ଭଗବାନ ରାମଙ୍କୁ ବିଶ୍ୱାସ କରନ୍ତି ନାହିଁ। ନିଜକୁ ମାତା ଶବରୀଙ୍କ ବଂଶଧର ଭାବରେ ବର୍ଣ୍ଣନା କରି ସେ ଭଗବାନ ରାମଙ୍କୁ ଏକ କାଳ୍ପନିକ ଚରିତ୍ର ଭାବେ ଦର୍ଶାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବାଲ୍ମୀକିଙ୍କ ଉପରେ ବିଶ୍ୱାସ କରନ୍ତି ହେଲେ ତୁଳସୀ ଦାସଙ୍କୁ ନୁହେଁ।

Also Read: ଭଗବାନ ରାମଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇ ବିବାଦରେ ଜିତିନ ରାମ ମାଞ୍ଝି

ବିହାର ବୈଶାଳୀ ଜିଲ୍ଲାରେ ଘଟିଥିବା ଗଣ ଦୁଷ୍କର୍ମ ଘଟଣାରେ (Vaishali Gang Rape Case) ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ମହାମେଣ୍ଟ ସରକାରକୁ ଟାର୍ଗେଟ କରିବାରେ ଲାଗିଛି। ବିଜେପି ଏହାକୁ ଜଙ୍ଗଲ ରାଜ ଏବଂ ଗୁଣ୍ଡରାଜ ବୋଲି କହିଛି। ଜଣେ ୧୩ ବର୍ଷୀୟ ନାବାଳିକାକୁ ୫ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ। ଏହି  ଘଟଣାକୁ ୪ ଦି ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। 

 

Read More
{}{}