Hindi News >>Home >>Odisha Politics

୪୦୦+ ସ୍ୱପ୍ନ ଚୂରମାର କିନ୍ତୁ ଏନ୍‍ଡିଏ ପାଇବ ବହୁମତ !

ସର୍ବେକ୍ଷଣ ଅନୁସାରେ  ବିଜେପିର ୪୦୦ ପାର୍‍ ସ୍ୱପ୍ନ ଚୂରମାର ହୋଇଛି। କୌଣସି ଏଜେନ୍ସୀ ବିଜେପି ମେଣ୍ଟକୁ ୪୦୦ ଆସନ ଦେଇ ନାହାନ୍ତି। କିନଦ୍ତୁ ବହୁମତରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି। 

Advertisement
୪୦୦+ ସ୍ୱପ୍ନ ଚୂରମାର କିନ୍ତୁ ଏନ୍‍ଡିଏ ପାଇବ ବହୁମତ !
Stop
Soubhagya Ranjan Mishra|Updated: Jun 01, 2024, 07:30 PM IST

ଭୁବନେଶ୍ୱର: ଶେଷ ହୋଇଛି ନିର୍ବାଚନ। ଆଉ ତିନିଦିନ ପରେ ଫଳାଫଳ ପ୍ରକାଶ ପାଇବ। ୮୦- ଦିନର ଏହି ନିର୍ବାଚନ ମହାପର୍ବରେ ଲୋକଙ୍କ ମତ କେଉଁଠି ଅଛି ତାହାକୁ ଆକଳନ କରରିଛନ୍ତି ଅନେକ ଦେଶର ନାମି ଦାମୀ ଟିଭି ଚ୍ୟାନେଲ୍‍ ଓ ସର୍ବେକ୍ଷଣ ଏଜେନ୍ସୀ। ଏହି ସର୍ବେକ୍ଷଣ ଅନୁସାରେ  ବିଜେପିର ୪୦୦ ପାର୍‍ ସ୍ୱପ୍ନ ଚୂରମାର ହୋଇଛି। କୌଣସି ଏଜେନ୍ସୀ ବିଜେପି ମେଣ୍ଟକୁ ୪୦୦ ଆସନ ଦେଇ ନାହାନ୍ତି। କିନ୍ତୁ ବହୁମତରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି। 

ରିପବ୍ଲିକ୍‍ ଟିଭିର ବୁଥ ବାହୁଡ଼ା ମତ ବା ଏକ୍ଜିଟ୍‍ ପୋଲି ଅନୁସାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ ୩୫୩ରୁ ୩୬୮ ଆସନ ମିଳିବ। ସେହିପରି କଂଗ୍ରେସ ନେତୃତ୍ୱଧୀନ ମେଣ୍ଟକୁ ମିଳିବ ୧୧୮ରୁ ୧୩୩ ଆସନ। ଅର୍ଥାତ କଂଗ୍ରେସ ପୁଣିଥରେ ବିରୋଧୀ ଦଳ ଭୂମିକା ନିର୍ବାହ କରିବ। ଅନ୍ୟ ଦଳମାନଙ୍କ ଖାତାକୁ ଲୋକସଭାର ୪୩ରୁ ୪୮ ଆସନ ଯିବ। ଏହା ରିପବ୍ଲିକ୍‍ ଭାରତ ମର୍ଟିଜ୍‍ ସହ ମିଶି ନେଇଥିବା ବୁଥ ବାହୁଡ଼ା ମତକୁ ଆଧାର କରିଛି।

ଆଉ ଏକ ଏକ୍‍ଜିଟ୍‍ ପୋଲରେ ରିପବ୍ଲିକ୍‍ ଭାରତ ଏବଂ ପି-ମାର୍କ  ଏକାଠି ହୋଇ ଯେଉଁ ଫଳାଫଳ ସାମ୍ନାକୁ ଆଣିଛନ୍ତି, ସେହି ହିସାବରେ ବିଜେପି ନେତୃତ୍ୱଧୀନ ଏନ୍‍ଡିଏ ୩୫୯ ଆସନରେ ସୀମିତ ରହିବ। ଇଣ୍ଡିଆ ମେଣ୍ଟକୁ ୧୫୯ ଆସନ ଏବଂ ଅନ୍ୟମାନଙ୍କୁ ୩୦ ଆସନ ମିଳିବ। ଇଣ୍ଡିଆ ନ୍ୟୁଜ୍‍ ଡି ଡାଇନାମିକ୍ସ ସର୍ବେକ୍ଷଣ ଅନୁସାରେ ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏଥର ଏନ୍‍ଡିଏ ହାତରେ ରହିବ ୩୭୧ ଆସନ। ଇଣ୍ଡିଆ ମେଣ୍ଟ ୪୭ ଆସନ ପାଇବ ଏବଂ ଅନ୍ୟମାନେ ୪୭ ଆସନ ନେଇଯିବେ। ଅର୍ଥାତ୍‍ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ଆାଶାନୁରୂପକ ହେବ ନାହିଁ। 

ଜନକୀ ବାତ୍‍ ସର୍ବେକ୍ଷଣରେ ଏଥର ବିଜେପିକୁ ୩୬୨ରୁ ୩୯୨ ଆସନ ଦିଆଯାଇଛି। ଇଣ୍ଡିଆ ମେଣ୍ଟ ୧୪୧ରୁ ୧୬୧ ଭିତରେ ସୀମିତ ରହିବ ବୋଲି କୁହାଯାଇଛି। ଅନ୍ୟମାନଙ୍କୁ ୧୦ରୁ ୨୦ ଆସନ ଦେଇଛି ଜନକୀ ବାତ୍‍। ପୋଲ ଅଫ୍‍ ଏକଜିଟ ପୋଲ୍ସ ହିସାବ ଅନୁସାରେ ଏନ୍‍ଡିଏ ୩୬୫ ଆସନ ପାଇ ଏଥର ସରକାର କରିବ। ଇଣ୍ଡିଆ ମେଣ୍ଟ ୧୪୨ରେ ସୀମିତ ରହିବ। ଅନ୍ୟମାନେ ୩୬ ଆସନ ପାଇବେ। ଟିଭି ୫ ତେଲୁଗୁ ଏକ ଏକଜିଟ୍‍ ପୋଲ କରିଛି। ଏଥିରେ ମଧ୍ୟ ଏନ୍‍ଡିଏକୁ ୩୫୯ ଆସନ ମିଳିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। ଇଣ୍ଡିଆ ମେଣ୍ଟକୁ ୧୫୪ ଆସନ ଏବଂ ଅନ୍ୟମାନଙ୍କୁ ୩୦ ଆସନ ମିଳିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି। ଜୁନ୍‍ ୪ ତାରିଖରେ ସାରା ଦେଶରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଏହାପରେ ବିଜୟ ସଂଖ୍ୟାକୁ ଆଧାର କରା ରାଷ୍ଟ୍ରପତି ସରକାର ଗଠନ ପାଇଁ ବହୁମତ ଥିବା ଦଳକୁ ନିମନ୍ତ୍ରଣ କରିବେ।

Also Read- Crime News: ଭୋଟ ଦେବା ହେଲା କାଳ, ସ୍ତ୍ରୀର ଜୀବନ ନେଲା ସ୍ୱାମୀ

Read More
{}{}