Hindi News >>Home >>Odisha Politics

Odisha Election 2024: ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ, ବିଭିନ୍ନ ବୁଥରେ ମତଦାନ ବିଳମ୍ବ

ଭୋଟ୍ ଦେବାକୁ ଭୋଟର ମାନଙ୍କ ଭିଡ ଜମିବାରେ ଲାଗିଛି।ସେହିପରି ବାଲେଶ୍ୱର ସଦରର ବୁଥ ନଂ ୧୫୩, ବସ୍ତାର ବୁଥ ନଂ ୨୬, ବାଲେଶ୍ୱରର ବୁଥ ନଂ ୧୩୬, ୧୬୯ନଂ ଓ ୧୧୧ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ଜଳେଶ୍ୱରର ୨୫ ନଂ ଓ ୯୮ନଂ ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବିଳମ୍ବ ହୋଇଛି।

Advertisement
Odisha Election 2024: ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ, ବିଭିନ୍ନ ବୁଥରେ ମତଦାନ ବିଳମ୍ବ
Stop
Zee Odisha Desk|Updated: Jun 01, 2024, 10:53 AM IST

Odisha Election 2024: ଭୁବନେଶ୍ଵର, ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ ବିଧାନସଭା ଆସନରେ ମତଦାତାମାନେ ଭୋଟ ଦେଉଛନ୍ତି। ତେବେ ସକାଳୁ ମତଦାତା ମାନେ ଉତ୍କଣ୍ଠାର ସହ ଭୋଟ ଦେବାକୁ ଲାଇନରେ ଛିଡ଼ା ହୋଇଥିବା ବେଳେ ଅନେକ ବୁଥରେ ଇଭିଏମ୍ ତ୍ରୁଟି କାରଣରୁ ଭୋଟ ଦାନ ବିଳମ୍ବ ହେଉଛି। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଛି। କିଛି କିଛି ସ୍ଥାନରେ ବହୁ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନପାରି ନିରାଶ ହୋଇ ଫେରି ଯାଇଥିବା ଜଣାପଡ଼ିଛି। 

ଦେଖିବାକୁ ଗଲେ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ବିଭିନ୍ନ ବୁଥରେ ମତଦାନ ବିଳମ୍ୱ ହୋଇଛି। ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ଜଣାପଡ଼ିଛି। ସେହିପରି ଯାଜପୁର ବିଧାନସଭା ମଣ୍ଡଳୀ ୯୮ନମ୍ବର ବୁଥ୍‌ରେ ଇଭିଏମ ଅଚଳ। ଫଳରେ ମତଦାନ ଆରମ୍ଭ ହୋଇପାରିନି। କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ୧୯୬ ବୁଥ ଓ ବେଲପାଳର ୧୦୬ ନଂ ବୁଥ, ଗରଦପୁର ବ୍ଲକର ବସନ୍ତପୁରର ୨୫୪ ନଂ ବୁଥ୍ ଓ ନିଆଳିର ୨୩୮ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି। ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ୧୭୮, ୧୮୯, ୧୯୦, ୧୯୧ ଓ ୧୯୩ ନମ୍ବର ବୁଥ୍ ସମେତ ସମୁଦାୟ ୩୦ଟି ବୁଥରେ ଇଭିଏମ୍ ଅଚଳ ଯୋଗୁ ମତଦାନ ବିଳମ୍ୱ ହୋଇଛି। ଇଭିଏମ୍‌ ତ୍ରୁଟି ଯୋଗୁ ପାଖା ପାଖି ଦେଢ଼ ଘଣ୍ଟା ହେଲା ଭୋଟର ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏହାପରେ ବହୁ ଭୋଟର ଅସନ୍ତୁଷ୍ଟ ହୋଇ ଫେରି ଯାଇଥିବା ଜଣାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ୨୮୬ନଂ ବୁଥ, ଡେରାବିସର ୧୪ନଂ ଓ ୧ନଂ ବୁଥ୍‌, ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍‌, କେନ୍ଦ୍ରାପଡ଼ାର ୧୩୪ନଂ ବୁଥରେ ଇଭିଏମ୍ ରେ ତ୍ରୁଟି ପରିଲକ୍ଷିତ ହୋଇଛି।

ସେହିପରି  ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୨୬୩ ଓ ୨୬୪ ବୁଥ୍‌ରେ ଇଭିଏମ ଅଚଳ। ନାଗପୁରର ୧୩୯ ନମ୍ବର ବୁଥ୍‌ରେ ଅଚଳ। ଭୋଟର ମତଦାନ କରିବାକୁ ଧାଡ଼ି ବାନ୍ଧି ରହିଛନ୍ତି। ନୂଆଖୋଲମରା ପଞ୍ଚାୟତ ୧୦୨ ବୁଥ୍‌ର ଇଭିଏମ ଅଚଳ ହୋଇଛି। ଫଳରେ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଛି। ଅନ୍ୟପଟେ ନିର୍ବାଚନରେ ନିମାପଡ଼ା ଗୋପ ଅଞ୍ଚଳରେ ବ୍ୟାପକ ଅବ୍ୟବ୍ୟସ୍ଥା ଦେଖାଦେଇଛି । ୧୦ରୁ ଉର୍ଦ୍ଧ୍ବ ବୁଥ୍‌ରେ ଇଭିଏମ୍ ଅଚଳ ଯୋଗୁ ମତଦାନରେ ବିଳମ୍ବ ହୋଇଛି। ଏ ନେଇ ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଥିବା ବୁଥ୍‌ରେ ଅସନ୍ତୋଷ ଦେଖାଦେଇଛି। 

ଏଥିସହ ଭଦ୍ରକ ବଳଭଦ୍ର ୟୁପି ସ୍କୁଲର ୨୧୩ ନଂ ବୁଥ, ଭଦ୍ରକ ୨୧୩ ନଂ ବୁଥ, ଭଣ୍ଡାରିପୋଖରୀର ୧୪୨ ନଂ ବୁଥ ଓ ବାସୁଦେବପୁର ୫୭ନଂ ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲିକ୍ଷିତ ହୋଇଛି। ସୋର ନିର୍ବାଚନ ମଣ୍ଡଳୀ ପୌରପାଳିକାରେ ବୁଥ ନଂ ୮୩, ମୂଳିସିଂ ପଂଚାୟତ ଥାଳାର ୧୧୧ ନମ୍ବର ବୁଥ୍‌ରେ ଇଭିଏମ ତ୍ରୁଟି ଯୋଗୁ ମତଦାନ ଆରମ୍ଭ ହୋଇ ପାରିନି। ଭୋଟ୍ ଦେବାକୁ ଭୋଟର ମାନଙ୍କ ଭିଡ ଜମିବାରେ ଲାଗିଛି।ସେହିପରି ବାଲେଶ୍ୱର ସଦରର ବୁଥ ନଂ ୧୫୩, ବସ୍ତାର ବୁଥ ନଂ ୨୬, ବାଲେଶ୍ୱରର ବୁଥ ନଂ ୧୩୬, ୧୬୯ନଂ ଓ ୧୧୧ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ଜଳେଶ୍ୱରର ୨୫ ନଂ ଓ ୯୮ନଂ ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବିଳମ୍ବ ହୋଇଛି।

Read More
{}{}