Hindi News >>Home >>Odisha Politics

Andhra Pradesh Election 2024: ସରିଲା ଆସନ ବୁଝାମଣା; କେତେ ଆସନରେ ଲଢିବେ ଟିଡ଼ିପି-ଜେଏସପି-ବିଜେପି?

BJP TDP JSP Alliance for Election 2024: ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଟିଡ଼ିପି-ଜେଏସପି -ବିଜେପି ମଧ୍ୟରେ ଆସନ ବୁଝାମଣା ହୋଇସାରିଛି।

Advertisement
Andhra Pradesh Election 2024: ସରିଲା ଆସନ ବୁଝାମଣା; କେତେ ଆସନରେ ଲଢିବେ ଟିଡ଼ିପି-ଜେଏସପି-ବିଜେପି?
Stop
Zee Odisha Desk|Updated: Mar 12, 2024, 04:28 PM IST

BJP TDP JSP Alliance in Election 2024: ପୁଣି ଥରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରିଛି ତେଲୁଗୁ ଦେଶମ ପାର୍ଟି (ଟିଡିପି)। ଯଦିଓ ଜନସେନା ପାର୍ଟି (ଜେଏସପି) ଏନଡିଏ ମେଣ୍ଟରେ ପୂର୍ବରୁ ସାମିଲ ହୋଇସାରିଛି। ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଏହି ୩ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଯାଇଛି। ୨୦୨୪ ନିର୍ବାଚନ ପାଇଁ ବିଜେପି-ଟିଡିପି-ଜେଏସପି ମଧ୍ୟରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି।

ମାର୍ଚ୍ଚ ୧୧ ତାରିଖ ସୋମବାର ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ତେଲୁଗୁ ଦେଶମ ପାର୍ଟି (Telugu Desam Party) ଟିଡିପି (TDP) ଏହାର ମେଣ୍ଟ ସହଯୋଗୀ ଜନସେନା ପାର୍ଟି (Jana Sena Party) ଜେଏସପି (JSP) ଏବଂ ବିଜେପି (BJP) ସହ ଆସନ ବୁଝାମଣା କରିନେଇଛି। ଏନେଇ ହୋଇଥିବା ଆସନ ବୁଝାମଣା ଅନୁସାରେ ଆନ୍ଧ୍ର ପ୍ରଦେଶରେ ମୋଟ ୨୫ ଲୋକସଭା ଆସନ ମଧ୍ୟରୁ ବିଜେପି ୬, ଜେଏସପି ୨ ଏବଂ ଟିଡ଼ିପି ବାକି ୧୭ ଆସନରେ ନିର୍ବାଚନ ଲଢିବ। 

ସେହିପରି ରାଜ୍ୟର ମୋଟ ୧୭୫ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦, ଜେଏସପି ୨୧ ଏବଂ ଟିଡ଼ିପି ୧୪୪ ଆସନରେ ନିର୍ବାଚନ ଲଢିବ। ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଉଭୟ ଲୋକସଭା (Indian General Election Election 2024) ଏବଂ ବିଧାନସଭା ନିର୍ବାଚନ (Andhra Pradesh Assembly Election 2024) ଏକ  ସମୟରେ ଅନୁଷ୍ଠିତ ହେବ। ଗତ ୯ ତାରିଖରେ ଟିଡ଼ିପି-ଜେଏସପି-ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା ଯେ ସେମାନେ ଏହି ନିର୍ବାଚନରେ ମେଣ୍ଟ କରିବେ। ଗତ ସପ୍ତାହରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ (TDP Supremo Chandrababu Naidu) ଏବଂ ଜେଏସପି ମୁଖ୍ୟ ପୱନ କଲ୍ୟାଣ (JSP President Pawan Kalyan) ଦିଲ୍ଲୀ ଗସ୍ତରେ ଆସି ବିଜେପି ଚାଣକ୍ୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ (BJP Chanakya Amit Shah) ଭେଟିଥିଲେ। ଏହି ଅବସରରେ ୨୦୨୪ ଲୋକସଭା-ବିଧାନସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶରେ ମେଣ୍ଟ କରିବା ନେଇ ୩ ଦଳ ମଧ୍ୟରେ ଆଲୋଚନା ହୋଇଥିଲା। 
 
ଗତ ୨୦୧୮ ପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧିନ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଗଠବନ୍ଧନ (National Democratic Alliance) ମେଣ୍ଟର ଏକ ପ୍ରମୁଖ ସହଯୋଗୀ ଦଳ ରହିଥିଲା ଟିଡିପି। ବର୍ତ୍ତମାନ ଟିଡ଼ିପି ପୁନର୍ବାର ଏନଡିଏ ମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରି ସାରିଛି। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନଡିଏ ମେଣ୍ଟରେ ଆସନ ବଣ୍ଟନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ୩ ଦଳ। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଜନସେନା ପାର୍ଟି, ବିଜେପି ସହ ମେଣ୍ଟ କରିଥିଲା। 

Also Read: Andhra Pradesh Election 2024: ଆସନ ବୁଝାମଣା ନେଇ ଟିଡ଼ିପି-ଜେଏସପି -ବିଜେପି ମଧ୍ୟରେ କଥାବାର୍ତ୍ତା ଜାରି

ପ୍ରାରମ୍ଭିକ ଆଲୋଚନା ଏନଡିଏ ମେଣ୍ଟରେ ଆସନ ବଣ୍ଟନକୁ ନେଇ ହୋଇଥିଲା। ଆନ୍ଧ୍ର ପ୍ରଦେଶର ମୋଟ ୨୫ ଲୋକସଭା ଆସନ ମଧ୍ୟରୁ ବିଜେପି ୬, ଜେଏସପି ୨, ଟିଡିପି ୧୭ ଆସନରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିଲା। ସେହିପରି ରାଜ୍ୟର ମୋଟ ୧୭୫ ବିଧାନସଭା ଆସନ ମଧ୍ୟରୁ ବିଜେପି-ଜେଏସପି ୩୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଥିବାର କୁହାଯାଉଥିଲା। ଅନ୍ୟପଟେ  ଟିଡିପି ସ୍ପଷ୍ଟ କରିଛି ଯେ ଦଳ ୧୪୫ ବିଧାନସଭା ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ। ମିଶନ ୩୭୦ ଲକ୍ଷ୍ୟକୁ ଆଖିରେ ରଖି ବିଜେପି ଏନଡିଏ ମେଣ୍ଟକୁ ସମ୍ପ୍ରସାରଣ କରିବାରେ ଲାଗିଛି। ଏନେଇ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ସହ କଥାବାର୍ତ୍ତା କରୁଛି। ଏନଡିଏ ମେଣ୍ଟକୁ ପୁରୁଣା ସହଯୋଗୀ ରାଷ୍ଟ୍ରୀୟ  ଲୋକ ଦଳ ଏବଂ ଜନତା ଦଳ ୟୁନାଇଟେଡ ପ୍ରତ୍ୟାବର୍ତ୍ତନ କରି ସାରିଛନ୍ତି। ଆନ୍ଧ୍ରପ୍ରଦେଶ ବ୍ୟତୀତ ବିଜେପି ମଧ୍ୟ ଓଡିଶାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମେଣ୍ଟ ନେଇ କଥାବାର୍ତ୍ତା କରିସାରିଛି। 

ଗତ ୨୦୧୯ ବର୍ଷରେ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ୱା.ଏସଆର ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧିନ ୱାଇଏସଆର କଂଗ୍ରେସ ପାର୍ଟି ବାଜି ମାରି ନେଇଥିଲା। ଦଳ ରାଜ୍ୟର ମୋଟ ୧୬ ଲୋକସଭା ଆସନରୁ ୨୨ ଏବଂ ମୋଟ ୧୭୫ ବିଧାନସଭା ଆସନରୁ ୧୫୧ ସିଟ୍ ପାଇବାରେ ସଫଳ ହୋଇଥିଲା। ଏହି ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ଗୋଟିଏ ହେଲେ ଆସନ ମଧ୍ୟ ପାଇନଥିଲା।

Read More
{}{}