Hindi News >>Home >>Odisha Politics

Odisha Politics: ଛାତ୍ର ଭୋଟକୁ ବିଜେଡି ଆଖି, ଇସ୍ତାହାରରେ ରହିବ ଛାତ୍ରଙ୍କ ପ୍ରସଙ୍ଗ

Odisha Election 2024: ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ରାଜ୍ୟରେ ନୂଆ ଭୋଟରଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେବ ବିଜେଡି।

Advertisement
 Odisha Politics: ଛାତ୍ର ଭୋଟକୁ ବିଜେଡି ଆଖି, ଇସ୍ତାହାରରେ ରହିବ ଛାତ୍ରଙ୍କ ପ୍ରସଙ୍ଗ
Stop
Zee Odisha Desk|Updated: Mar 25, 2024, 09:18 PM IST

Election 2024 in Odisha: ଭୁବନେଶ୍ୱର: ରାଜ୍ୟରେ ନୂଆ ଭୋଟର ତଥା ଛାତ୍ରମାନଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେବ ବିଜେଡି। ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଷଷ୍ଠ ଥର ପାଇଁ ସରକାରକୁ ଆସିଲେ ବିଜେଡି କେଉଁ ପଦକ୍ଷେପ ସ୍ୱତନ୍ତ୍ର ଭାବେ ଗ୍ରହଣ କରିବା ସେଥିନେଇ ଇସ୍ତାହାରରେ ଉଲ୍ଲେଖ କରିବ। ଏଥିଲାଗି ପ୍ରସ୍ତାବ ଦେବାକୁ ଛାତ୍ର ବିଜେଡି ସଭାପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଦଳୀୟ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି ଛାତ୍ର ସଙ୍ଗଠନ ବିଭିନ୍ନ ଜିଲ୍ଲାରେ ଛାତ୍ର ପ୍ରତିନିଧିଙ୍କ ଠାରୁ ମତାମତ ସଂଗ୍ରହ କରିବ। ସେମାନେ ନବୀନ ସରକାରଙ୍କ ଠାରୁ କ'ଣ ଆଶା ରଖିଛନ୍ତି ତାହା ଉଲ୍ଲେଖ କରିବେ। ତାହାକୁ ତର୍ଜମା କରି ଛାତ୍ର ବିଜେଡି ୫ଟି ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଜଣାଇବ। ଏହାକୁ ଭିତ୍ତିକରି ବିଜେଡି ନିଜ ଇସ୍ତାହାରରେ ତାହା ପ୍ରକାଶ କରିବ ବୋଲି ବିଜେଡି ଛାତ୍ର ସଙ୍ଗଠନ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।

ମେଣ୍ଟ ବିଷୟ ସ୍ପଷ୍ଟ ହେବା ପରେ ଏବେ ପ୍ରତି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିବା ଲାଗି ରାଜ୍ୟର ସବୁଠାରୁ ବଡ଼ ଦଳ ପ୍ରସ୍ତୁତ ହେଉଛି। ଖୁବ୍‍ ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ। ଅପରପକ୍ଷେ ବିଜେପି ପକ୍ଷରୁ ୧୮ ଲୋକସଭା ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା କରାଯାଇ ଆତ୍ମ ବିଶ୍ୱାସକୁ ସ୍ପଷ୍ଟ କରିଛି। ମେଣ୍ଟ ହେବା ନେଇ ପ୍ରାୟତଃ ନିଶ୍ଚିତ ଥିବା ଦଳ ଖୁବ୍‍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ମିଳିଛି। ସେହିପରି ବିଜୁ ଛାତ୍ର ଜନତା ଦଳ (ବିସିଜେଡ଼ି) ପକ୍ଷରୁ ସୋମବାର ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ଏକ ସାମ୍ବାଦିକ ସମ୍ମିଳନୀ। ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ବିସିଜେଡ଼ି ସଭାପତି ତଥା ଦଳୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ମହାସଚିବ ଇପସୀତା ସାହୁ। ଏନେଇ କୁହାଯାଇଥିଲା ଯେ  ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲ ୫ଟି ହାଇସ୍କୁଲ ଭାବେ ରୂପାନ୍ତରିତ ହୋଇଛି। ସେହିଭଳି ଅଧିକାଂଶ କଲେଜ ରୂପାନ୍ତରଣ ମଧ୍ୟ ହୋଇଛି। ମୁଖ୍ୟମବୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ୫ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ କଠିନ ପରିଶ୍ରମରେ ଏହା ସଫଳ ହୋଇଛି। ୟୁଜି-ପିଜି କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଜେଡି ସରକାର ନୂଆ- ଓ ସ୍କଲାରଶିପ୍ ପ୍ରଦାନ କରିଛନ୍ତି। ଯେଉଁଥିରେ ପ୍ରାୟ ୯୮% ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। ଦେଶର କୌଣସି  ରାଜ୍ୟରେ ଏତେ ବଡ ମାତ୍ରାରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଚାଲିନାହିଁ। ଓଡିଶା ଏହି କ୍ଷେତ୍ରରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି।

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ସ୍ପୋର୍ଟସ୍ ଏବଂ କଲଚରାଲ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି। ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ନବୀନ ଓଡିଶା ମ୍ୟାଜିକ କାର୍ଡ ଦ୍ୱାରା ରାଜ୍ୟ ସରକାର ଘୋଷଣା କରିଥିବା ସୁବିଧା ବ୍ୟତୀତ ଆଉ କ'ଣ ସବୁ ସୁବିଧା ସାମିଲ କରିବାର ଆବଶ୍ୟକତା ରହିଛି, ସେନେଇ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ୫ଟି ଅଧ୍ୟକ୍ଷ କହଥିଲେ।  ଆଗାମୀ ୭ ଦିନ ଭିତରେ ବିସିଜେଡ଼ି କର୍ମକର୍ତ୍ତା, ଜିଲ୍ଲା ଗସ୍ତ କରି ଏ ସମ୍ପର୍କରେ ମତାମତ ସଂଗ୍ରହ କରିବେ। ଏହାବ୍ୟତୀତ ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆଉ କ'ଣ ଆବଶ୍ୟକତା ରହିଛି, ସେନେଇ ଆସିଥିବା ପରାମର୍ଶକୁ ଏକାଠି କରି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଦାନ କରାଯିବ। ଆମ ହ୍ୱାଟସଆପ୍ ନମ୍ବର-୯୦୭୮୪୦୪୪୪୪ ଏବଂ ଇ-ମେଲ୍ ଆଇଡି bcjdofficial@gmail.com ମାଧ୍ୟମରେ ଆପଣଙ୍କ ମତାମତ ଦେଇପାରିବେ।

 ଆଗାମୀ ନିର୍ବାଚନରେ ବିଜେଡ଼ି ପକ୍ଷରୁ ଯେଉଁ ଇସ୍ତାହାର ଜାରି କରାଯିବ, ସେଥିରେ ସ୍ୱତବ ଭାବେ ଷ୍ଟୁଡେଣ୍ଟ ମ୍ୟାନିଫେଷ୍ଟୋ ସାମିଲ କରିବା ପାଇଁ ଅନୁରୋଧ କରାଯିବ। ଏହାକୁ ନୂତନ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ପାରିତ କରିବାକୁ ଛାତ୍ର ସମାଜ ପକ୍ଷରୁ ଅନୁରୋଧ କରିବୁ। ଆମର ସମ୍ପୂର୍ଣ୍ଣ ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ। ଆଗାମୀ ୧୦ ବର୍ଷ  ୨୦୨୪ ବର୍ଷରୁ ୨୦୩୪ ପର୍ଯ୍ୟନ୍ତ ଛାତ୍ର ତଥା ଯୁବପୀଢିଙ୍କ ପାଇଁ ସୁବର୍ଣ୍ଣ ସମୟ। ଏହି ଅବଧିରେ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି, ଦକ୍ଷତା ବିକାଶ, ନିବେଶ ତଥା ନିଯୁକ୍ତି ମାଧ୍ୟମରେ ସଶକ୍ତିକରଣ ବ୍ୟାପକ ଆକାରରେ ହେବାକୁ ଯାଉଛି। ଯାହା ଏକ ସମୃଦ୍ଧ, ସଶକ୍ତ ତଥା ନବୀନ ଓଡି଼ଶା ଗଠନରେ ସହାୟକ ହେବ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ସୋମବାର ନବୀନ ନିବାସ ଯାଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଧାରଣ ସମ୍ପାଦକ (ଛାତ୍ର ଏବଂ ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ୫ଟି ତଥା ନବୀନ ଓଡି଼ଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ।

Read More
{}{}