Hindi News >>Home >>Odisha Politics

Lok Sabha Elections 2024: ଓଡ଼ିଶା ପରେ ପଞ୍ଜାବରେ ଭାଙ୍ଗିଲା ମେଣ୍ଟ ସ୍ୱପ୍ନ: ବିଜେପି ଲଢ଼ିବ ଏକା ଏକା

Election 2024: ଭୁବନେଶ୍ୱର: ଅନେକ ଚର୍ଚ୍ଚା ପରେ ବିଜେଡି ସହ ଓଡ଼ିଶାରେ ଯେମିତି ମେଣ୍ଟ ଚର୍ଚ୍ଚା ସଫଳ ନେଇ ପାରିଲା ନାହିଁ ସେମିତି ସ୍ଥିତି ପଞ୍ଜାବରେ ମଧ୍ୟ ଦେଖା ଦେଇଛି। ଏଠାରେ ବିଜେପି ଏହାର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିବ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଏହା ନିସ୍ଫଳ ହେବାରୁ ବିଜେପି ଏକା ଏକା ସବୁ ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି।

Advertisement
ସୌଜନ୍ୟ-ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Mar 26, 2024, 12:09 PM IST

Election 2024: ଭୁବନେଶ୍ୱର: ଅନେକ ଚର୍ଚ୍ଚା ପରେ ବିଜେଡି ସହ ଓଡ଼ିଶାରେ ଯେମିତି ମେଣ୍ଟ ଚର୍ଚ୍ଚା ସଫଳ ନେଇ ପାରିଲା ନାହିଁ ସେମିତି ସ୍ଥିତି ପଞ୍ଜାବରେ ମଧ୍ୟ ଦେଖା ଦେଇଛି। ଏଠାରେ ବିଜେପି ଏହାର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିବ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଏହା ନିସ୍ଫଳ ହେବାରୁ ବିଜେପି ଏକା ଏକା ସବୁ ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି। 

ପଞ୍ଜାବ ବିଜେପି ଅଧ୍ୟକ୍ଷ ସୁନୀଲ ଜାଖଡ଼ କହିଛନ୍ତି, ଅକାଳି ଦଳ ସହ ମେଣ୍ଟ ହେବ ନାହିଁ। ବିଜେପି ସମସ୍ତ ୧୩ ଲୋକସଭା ଆସନରେ ପ୍ରାର୍ଥୀ ଦେବ। ପୂର୍ବରୁ ଚାଲିଥିବା ଚର୍ଚ୍ଚା ଅନୁସାରେ ବିଜେପି ୫ ଏବଂ ଅକାଳୀ ଦଳ ଆଠଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ସ୍ଥିର ହୋଇଥିଲା। ଏଥିନେଇ କିଛି ନେତା ବି ସୂଚନା ଦେଇଥିଲେ। କିନ୍ତୁ ଶିରୋମଣି ଅକାଳି ଦଳ ବିଜେପି ଆଗରେ ଅନେକ ସର୍ତ୍ତ ରଖିଥିଲା। ଏଥିରେ ଏନ୍‍ଏସ୍‍ଏ ଆଇନକୁ ରଦ୍ଦ କରିବା, ବନ୍ଦୀ ଥିବା ଶିଖ୍‍ ବ୍ୟକ୍ତିଙ୍କୁ ମୁକ୍ତ କରିବା, ଅଟାରି ବଡ଼କୁ ବ୍ୟବସାୟ ପାଇଁ ଖୋଲିବା, କୃଷକ ଆନ୍ଦୋଳନକୁ ଶେଷ କରିବା ଲାଗି ଏମ୍‍ଏସ୍‍ପି ଗ୍ୟାରେଣ୍ଟି ଦେବା  ପ୍ରଭୃତି ରହିଥିଲା। ହେଲେ ବିଜେପିଠୁ ଦଳ କୌଣସି ଆଶ୍ୱାସନା ପାଇଲା ନାହିଁ। ଫଳରେ ମେଣ୍ଟ ପାଇଁ ପ୍ରସ୍ତୁତି ବିଫଳ ହୋଇ ଦୁଇ ଦଳ ଅଲଗା ଅଲଗା ପ୍ରାର୍ଥୀ ଦେବା ଲାଗି ସ୍ଥିର କରିଛନ୍ତି।

Read More
{}{}