Hindi News >>Home >>Odisha National-International

Durga Puja: ଅଭିଯୋଗ ପରେ ମୂର୍ତ୍ତିର ରୂପରେଖ ବଦଳାଇ ଦେଲେ ଆୟୋଜକ

Mahishasura Idol Controversy:  କୋଲକାତାସ୍ଥିତ ଏକ ଦୁର୍ଗା ପୂଜା ମଣ୍ଡପ ଏବେ ମହିଷାସୁର ପାଇଁ ବିବାଦୀୟ ହୋଇପଡ଼ିଛି। କାରଣ ଏଠାରେ ସ୍ଥାପନ କରା ଯାଇଥିବା ମହିଷାସୁର ମୂର୍ତ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଳି ଦେଖାଯାଉଥିଲା। 

Advertisement
Durga Puja: ଅଭିଯୋଗ ପରେ ମୂର୍ତ୍ତିର ରୂପରେଖ ବଦଳାଇ ଦେଲେ ଆୟୋଜକ
Stop
Updated: Oct 03, 2022, 10:48 PM IST

Kolkata Durga Puja: ଦୁର୍ଗା ପୂଜା ବେଳେ ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦକୁ ଆସିଛି କୋଲକାତା ସହରର ଏକ ମଣ୍ଡପ। କେବଳ ଏତିକିରେ ଥମି ନାହିଁ ମାମଲା। ଏହି ଘଟଣାକୁ ନେଇ ସରଗରମ ହୋଉଇଠିଛି ପଶ୍ଚିମମଙ୍ଗ ରାଜନୀତି। ଦକ୍ଷିଣ ପଶ୍ଚିମ କୋଲକାତାସ୍ଥିତ ରୁବି କ୍ରସିଂ ଠାରେ ଦୁର୍ଗା ପୂଜା ଆୟୋଜନ କରିଛି ଅଖିଳ ଭାରତୀୟ ହିନ୍ଦୁ ମହାସଭା। ହେଲେ ପୂଜା ମଣ୍ଡପ ଏବେ ମହିଷାସୁର ପାଇଁ ବିବାଦୀୟ ହୋଇପଡ଼ିଛି। କାରଣ ଏଠାରେ ସ୍ଥାପନ କରା ଯାଇଥିବା ମହିଷାସୁର ମୂର୍ତ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଳି ଦେଖାଯାଉଥିଲା। ହେଲେ ଏହାକୁ ନେଇ ବିବାଦ ତେଜିବା ପରେ ପୂଜା କମିଟି ମହିଷାସୁର ମୂର୍ତ୍ତିକୁ ପରିବର୍ତ୍ତନ କରି ଏଥିରେ ନକଲି ଚୁଟି ନିଶ ଲଗାଇ ଦେଇଛି।     

ଏହି ଘଟଣାରେ କଂଗ୍ରେସ ନେତା କୌସ୍ତବ ବାଗଚି (Congress Leader Kaustav Bagchi) ରବିବାର କୋଲକାତା ପୋଲିସ (Kolkata Police) ପାଖରେ ଅଭିଯୋଗ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କୁ (Mahatma Gandhi) ଅସୁର ଭାବେ ଚିତ୍ରଣ କରିବା ହେଉଛି ଏକ ଦେଶଦ୍ରୋହୀ କାର୍ଯ୍ୟ। ଏହି ପୂଜାକୁ ତୁରନ୍ତ ବନ୍ଦ କରିବାକୁ ସେ ଦାବି କରିଛନ୍ତି। 

ଅନ୍ୟପଟେ ଏହି ଘଟଣାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା (Akhil Bharat Hindu Mahasabha) ପଶ୍ଚିମବଙ୍ଗ ଶାଖା (ABHM West Bengal Unit) ଅଧ୍ୟକ୍ଷ ଚନ୍ଦ୍ରଚୂଡ଼ ଗୋସ୍ବାମୀ (Chandrachur Goswami)। ଏନେଇ ସେ କହିଛନ୍ତି ଯେ, ସେ ନିଜେ ଏହି ମୂର୍ତ୍ତିକୁ ପରିବର୍ତ୍ତନ କରିନାହାଁନ୍ତି। ହେଲେ ମୋତେ ଏହି ମୂର୍ତ୍ତି ଜବରଦସ୍ତ ବଦଳାଯିବାକୁ କୁହା ଯାଇଥିଲା। ମହିଷାସୁର (Mahishasura) ମହାତ୍ମା ଗାନ୍ଧୀଙ୍କ ସହ ମେଳ ଖାଉଥିଲା। ଆମେ ଏହାକୁ ଅସ୍ୱୀକାର କରୁନାହୁଁ। ଏହି ମୂର୍ତ୍ତିକୁ ବଦଳାଇ ଦିଆଯାଇଛି। ଏହି ଘଟଣାରେ ଆମ ପାଖକୁ ଅନେକ ଫୋନ କଲ ଆସିଥିଲା। ଆମକୁ ଏହି ମୂର୍ତ୍ତି ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଛି। ଆମେ ଏହି ପରିବର୍ତ୍ତନକୁ ସ୍ୱୀକାର କରୁନାହୁଁ। ଅଭିବ୍ୟକ୍ତିର ସ୍ୱାଧିନତାକୁ ଦବାଇ ଦିଆଯାଇଛି। ଲୋକେ ଏକଥା ଜାଣିବା ଆବଶ୍ୟକ ଯେ ମହାତ୍ମା ଗାନ୍ଧୀଙ୍କୁ କେହି ଜାତିର ପିତା (Father of Nation) ବୋଲି କହିନାହାଁନ୍ତି। ଏ ବାବଦରେ ସେପରି କୌଣସି ପ୍ରସ୍ତାବ ପାରିତ କରା ଯାଇନାହିଁ। 

ଆମେ ମହିଷାସୁର ମୂର୍ତ୍ତିକୁ ପରିବର୍ତ୍ତନ କରିଛୁ। ଆମ ଏହି ପରିବର୍ତ୍ତନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହୁଁ। କୋଲକାତା ପୋଲିସ ଆମକୁ ସମର୍ଥନ କରି ମୂର୍ତ୍ତିକୁ ପରିବର୍ତ୍ତନ କରିବା ପାଇଁ ଆମକୁ ଅନୁରୋଧ କରିଥିଲା। ସେଥିପାଇଁ ଏହି ପରିବର୍ତ୍ତନ କରାଯାଇଛି। ଆମେ ଏହି ପରିବର୍ତ୍ତନ ଗ୍ରହଣ କରୁନାହୁଁ। ଭବିଷ୍ୟତରେ ଲୋକଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ କାର୍ଯ୍ୟକଳାପ ବାବଦରେ ପ୍ରଚାର କରିବୁ। ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଆମ ଦେଶକୁ ବିଭାଜିତ କରିଛନ୍ତି। 

Also Read: West Bengal: ଦୁର୍ଗାପୂଜା ବେଳେ ଗାନ୍ଧୀଙ୍କୁ ନେଇ ତେଜିଲା ବିବାଦ, ଜାଣନ୍ତୁ କାରଣ

ଏହା ମଧ୍ୟରେ କଂଗ୍ରେସ ନେତା କୌସ୍ତବ ବାଗଚି କହିଛନ୍ତି, "ମୁଁ ଚନ୍ଦ୍ରଚୂଡ଼ ଗୋସ୍ବାମୀ ଏବଂ  ଅଖିଳ ଭାରତୀୟ ହିନ୍ଦୁ ମହାସଭା ପଶ୍ଚିମବଙ୍ଗ ଶାଖାର ଅନ୍ୟ ପଦାଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛି। କାରଣ ମହିଷାସୁର ମୂର୍ତ୍ତିକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରୂପରେଚିତ୍ରଣ କରାଯାଇଛି। ଏହା ଦେଶଦ୍ରୋହ ଏବଂ ରାଷ୍ଟ୍ରୀୟ ଅଖଣ୍ଡତା ସମ୍ପୂର୍ଣ୍ଣ କ୍ଷତିକାରକ। ଏହି ଘଟଣାାରେ ଏଫଆଇଆର ପଞ୍ଜିକରଣ କରିବା ଏବଂ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପୋଲିସ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ହିନ୍ଦୁ ମହାସଭା ପକ୍ଷରୁ କରା ଯାଉଥିବା ପୂଜାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ। ମୁଁ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀଙ୍କ ସହ ଆଲୋଚନା କରିବା ପରେ ଅଭିଯୋଗ ଦାଖଲ କରିଛି। 

 

Read More
{}{}