Hindi News >>Home >>Odisha Politics

Basant Soren Statement: ଅନ୍ତଃବସ୍ତ୍ର କିଣିବାକୁ ଦିଲ୍ଲୀ ଯାଇଥିଲେ ବିଧାୟକ, ନିର୍ବାଚନ ମଣ୍ଡଳୀରେ ଘଟିଗଲା ଏମିତି ଅଘଟଣ

Basant Soren Statement: ବସନ୍ତ ସୋରେନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ଏବଂ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ସାନ ପୁଅ। ସେ ଡୁମକାରୁ ବିଧାୟକ ମଧ୍ୟ ଅଛନ୍ତି। ଡୁମକା ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇଟି ପୃଥକ ଘଟଣାରେ ଦୁଇ ନାବାଳିକାଙ୍କ ହତ୍ୟାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି। 

Advertisement
Basant Soren Statement: ଅନ୍ତଃବସ୍ତ୍ର କିଣିବାକୁ ଦିଲ୍ଲୀ ଯାଇଥିଲେ ବିଧାୟକ, ନିର୍ବାଚନ ମଣ୍ଡଳୀରେ ଘଟିଗଲା ଏମିତି ଅଘଟଣ
Stop
Zee Odisha Desk|Updated: Sep 08, 2022, 10:51 AM IST

 

JMM MLA Basant Soren Statement, ରାଞ୍ଚି: ବିବାଦ ଘେରକୁ ଆସିଛନ୍ତି ଡୁମକାରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ବସନ୍ତ ସୋରେନ। ଗଣମାଧ୍ୟମକୁ ବସନ୍ତ ସୋରେନ ଦେଇଥିବା ଏକ ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଦିଲ୍ଲୀଗସ୍ତ ଉପରେ ପ୍ରଶ୍ନ କରାଯାଇଥିଲା। ଆଉ ସେ କହିଥିଲେ ଯେ, ତାଙ୍କ ଅନ୍ତଃବସ୍ତ୍ର କମ୍ ହୋଇଯାଇଥିଲା, ଆଉ ତାକୁ କିଣିବା ପାଇଁ ସେ ଦିଲ୍ଲୀ ଯାଇଥିଲେ। ତେବେ ବିଜେପିକୁ ଟାର୍ଗେଟ କରି ବିଧାୟକ ବସନ୍ତ ଏହି ବୟାନ ଦେଇଥିବା ନେଇ ଚର୍ଚ୍ଚା ହେଉଛି।

ବସନ୍ତ ସୋରେନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ଏବଂ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ସାନ ପୁଅ। ସେ ଡୁମକାରୁ ବିଧାୟକ ମଧ୍ୟ ଅଛନ୍ତି। ଡୁମକା ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇଟି ପୃଥକ ଘଟଣାରେ ଦୁଇ ନାବାଳିକାଙ୍କ ହତ୍ୟାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ପରେ ବସନ୍ତ ସୋରେନ ବୁଧବାର ପ୍ରଥମ ଥର ପାଇଁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ସେ ଉଭୟ ପୀଡିତାଙ୍କ ପରିବାରକୁ ମଧ୍ୟ ଭେଟି କ୍ଷତିପୂରଣ ଦେଇଥିଲେ। ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। 

Also Read: UP Politics: 'ବିଜେପିରେ ମିଶିବାକୁ ପ୍ରସ୍ତୁତ ଅଛନ୍ତି ଅଖିଳେଶଙ୍କ ୧୦୦ ବିଧାୟକ କିନ୍ତୁ ...'

ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବସନ୍ତ ସୋରେନଙ୍କୁ ତାଙ୍କ ଦିଲ୍ଲୀ ଗସ୍ତ ପ୍ରସଙ୍ଗରେ ପଚାରାଯାଇଥିଲା। ଆଉ ଏହାର ଉତ୍ତରରେ ସେ କହିଥିଲେ ଯେ, ତାଙ୍କର ଅନ୍ତବସ୍ତ୍ର କମ ହୋଇଯାଇଥିଲା, ସେଥିପାଇଁ ସେ କିଣିବାକୁ ଯାଇଥିଲେ। ଆଉ ନିୟମିତ ଭାବେ ସେ ଦିଲ୍ଲୀରୁ ହିଁ ଅନ୍ତଃବସ୍ତ୍ର କିଣନ୍ତି ବୋଲି ଜେଏମଏମ ବିଧାୟକ କହିଛନ୍ତି। ସେପଟେ ବସନ୍ତଙ୍କ ବୟାନରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ଭାନୁ ପ୍ରତାପ ଶାହି ଟୁଇଟ୍ କରି କହିଛନ୍ତି, "ଯେତେବେଳେ ଡୁମକାର ଆଦିବାସୀ ଝିଅ ଏବଂ ଭଉଣୀଙ୍କୁ ହତ୍ୟା କରାଯାଉଛି, ସେତେବେଳେ ସେଠାର ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଭାଇ ପୀଡିତ ପରିବାରକୁ ଭେଟିବା ପରିବର୍ତ୍ତେ ଦିଲ୍ଲୀରେ ଅନ୍ତଃବସ୍ତ୍ର କିଣିବାରେ ବ୍ୟସ୍ତ ଥିଲେ।"

 

୨୦୨୦ରେ ଡୁମକା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ​​ବସନ୍ତ ସୋରେନ ଜେଏମଏମ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବଡ଼ ଭାଇ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ଯୋଗୁଁ ଏହି ଆସନ ଖାଲି ପଡିଛି। ୨୦୧୯ରେ ଏକାସାଙ୍ଗରେ ବରହେଟ ଓ ଡୁମକା ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ହେମନ୍ତ ସୋରେନ୍ ଜିତିଥିଲେ। ପରେ ସେ ଡୁମକା ଆସନରୁ ଇସ୍ତଫା ଦେଇଥିଲେ। ତେବେ ବିଜେପିକୁ ଟାର୍ଗେଟ କରି ବସନ୍ତ ଯେଉଁ ବୟାନ ଦେଇଥିଲେ ଏବେ ତାହା ତାଙ୍କ ଉପରେ ଭାରି ପଡିଛି। ନିକଟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମନୋଜ ତିୱାରୀ ଡୁମକା ଆସିଥିଲେ। ସାଂସଦ ଦୁବେ ଖାଲି ପାଦରେ ବିମାନ ବନ୍ଦରକୁ ଯାଇଥିଲେ।

Also Read: Jarkhand Politics: ବିରୋଧିଙ୍କୁ ଚୁପ୍ କରିଦେଲେ ହେମନ୍ତ ସୋରେନ୍

ସୂଚନାଯୋଗ୍ୟ, ଡୁମକାରେ ଅଙ୍କିତା ସିଂଙ୍କ ହତ୍ୟା ମାମଲାରେ ପୂର୍ବରୁ ମଧ୍ୟ ବସନ୍ତ ସୋରେନ୍ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ଏହି ମାମଲାରେ ବସନ୍ତ ସୋରେନ୍ 'ପ୍ରେମ ସମ୍ପର୍କ' ଯୋଡିଥିଲେ। ବିଜେପି ଅଡିଓ ରିଲିଜ କରି ବସନ୍ତ ସୋରେନଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଥିଲା। ଅଡିଓରେ ବେସନ୍ତ ସୋରେନ ଅଙ୍କିତାଙ୍କୁ ଜୀବନ୍ତ ଜାଳିଦେବା ମାମଲାରେ ଏକ ବିବାଦୀୟ ବିବୃତ୍ତି ଦେଉଥିଲେ। ଏକ ପ୍ରଶ୍ନର ଉତ୍ତରରେ ବସନ୍ତ ସୋରେନ କହିଥିଲେ ଯେ, ଅଙ୍କିତାଙ୍କୁ ଜୀବନ୍ତ ଜାଳିଦେବା ମାମଲା ପ୍ରେମ ସମ୍ପର୍କ ସହ ଜଡିତ। ଡୁମକା ବିଧାୟକ ଏବଂ ହେମନ୍ତ ସୋରେନଙ୍କ ଭାଇ ବସନ୍ତ କହିଛନ୍ତି ଯେ, ଏହା ଏକ ପ୍ରେମ ସମ୍ପର୍କର ପ୍ରତିକ୍ରିୟା, କୌଣସି ସମାଜ କିମ୍ବା ଦଳକୁ ଦାୟୀ କରିବା ଠିକ୍ ନୁହେଁ।

 

 

 

 

 

 

 

Read More
{}{}