Hindi News >>Home >>Odisha Politics

Delhi Politics: ପ୍ରଶ୍ନ ଶୁଣି ପଳାୟନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କାରଣ

Delhi Education Model: ବୈଠକରେ ପ୍ରଶ୍ନ ଶୁଣି ଏହାର ଜବାବ ରଖିବା ପରିବର୍ତ୍ତେ ପଳାୟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। 

Advertisement
Delhi Politics: ପ୍ରଶ୍ନ ଶୁଣି ପଳାୟନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କାରଣ
Stop
Subhramjit Ray|Updated: Sep 29, 2022, 06:31 PM IST

Delhi CM  Arvind Kejriwal: ବିଭିନ୍ନ କାରଣକୁ ନେଇ ଦିଲ୍ଲୀ ରାଜନୀତିରେ ଜାରି ରହିଛି ରାଜନୈତିକ ଯୁଦ୍ଧ। ସଦ୍ୟ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବୈଠକରେ ଯୋଗ ଦେବା ଅବସରରେ କିଛି ନ କହି ଚାଲି ଯାଉଛନ୍ତି। ଏହି ବୈଠକରେ ବିଜେପି ନେତା ସେମାନଙ୍କ ନିର୍ବାଚନମଣ୍ଡଳୀରେ ଅବସ୍ଥିତ ବିଦ୍ୟାଳୟର ବିକାଶ ପାଇଁ ଦିଲ୍ଲୀ ସରକାର ଦେଇଥିବା ଦାବି ଉପରେ ତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ବିଜେପି ନେତାଙ୍କ ପ୍ରଶ୍ନ ଶୁଣିବା ପରେ ଏହାର ଜବାବ ଦେବା ପରିବର୍ତ୍ତେ ବୈଠକ ଛାଡ଼ି ପଳାୟନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ଏହି ଘଟଣାର ଭିଡିଓ କୁ ବିଜେପି ନେତା ଅମିତ ମାଲବୀୟ ସେୟାର କରିଛନ୍ତି। ଦଳର ବହୁ ବରିଷ୍ଠ ନେତା ମଧ୍ୟ ଏହି ଭିଡିଓ କୁ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। 

ଏହି ଭାଇରାଲ ଭିଡ଼ିଓ ରେ ଦେଖିବାକୁ ମିଳୁଛି ଯେ, ନୂଆଦିଲ୍ଲୀ ନଗର ନିଗମ (New Delhi Municipal Council) ଏନଡିଏମସି ସଦସ୍ୟ (NDMC Member) ତଥା ବିଜେପି ନେତା କୁଲଜିତ ସିଂହ ଚହଲ (BJP Leader Kuljeet Singh Chahal) ଦାବି କରି କହୁଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejrieal) ତାଙ୍କ ନିର୍ବାଚନମଣ୍ଡଳୀରେ ବିଦ୍ୟାଳୟର ସ୍ଥିତି ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କିଛି ଖର୍ଚ୍ଚ କରିନାହାଁନ୍ତି। ଏହାର ପ୍ରମାଣ ଦେବାକୁ ଯାଇ ସେ ଆରଟିଆଇ ଜରିଆରେ ମିଳିଥିବା ଉତ୍ତରକୁ ବୈଠକରେ ଉପସ୍ଥାପିତ କରିଛନ୍ତି। ବିଜେପି ନେତା ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ 'ଦିଲ୍ଲୀ ଶିକ୍ଷା ମଡେଲ' (Delhi Education Model) ନିଜ ନିର୍ବାଚନମଣ୍ଡଳୀରେ ଅବସ୍ଥିତ ବିଦ୍ୟାଳୟରେ ବିଫଳ ହୋଇଛି।  

ବିଜେପି ନେତା କୁଲଜିତ ସିଂହ ଚହଲ ଆହୁରି କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏନେଇ ଆୟୋଜିତ ହୋଇଥିବା ସମୀକ୍ଷା ବୈଠକରେ କୌଣସି ପ୍ରକାରେ ଅଂଶଗ୍ରହଣ କରିନାହାଁନ୍ତି। କିଛି ସମୟ ପାଇଁ ବିଜେପି ନେତାଙ୍କ କଥା ଶୁଣିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ଉତ୍ତର ନ ଦେଇ ବୈଠକ ଛାଡି ପଳାୟନ କରିଥିଲେ।

 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଏକ ଚିଠି ଲେଖି ଦେଶର ସମସ୍ତ ସରକାରୀ ବିଦ୍ୟାଳୟର ନବୀକରଣ (Renovation of Government Schools in the country) ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି। ଏହା ଉପରେ ଜବାବ ରଖି  ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan) ଦାବି କରି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ନାମଲେଖା, ଶିକ୍ଷାର ଗୁଣବତ୍ତା, ନୂତନ ବିଦ୍ୟାଳୟ ଖୋଲିବା ଏବଂ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଦିଲ୍ଲୀରେ ଅବସ୍ଥିତ ସରକାରୀ ବିଦ୍ୟାଳୟ ଜାତୀୟ ହାର ଠାରୁ ପଛରେ ରହିଛି।

Read More
{}{}