Hindi News >>Home >>Odisha National-International

New Controversy for Mecca: ଅଣ ମୁସଲିମଙ୍କ ଦାବିକୁ ନେଇ ବଢିଲା ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

Non Muslim at Mecca: ଏକ ଭିଡ଼ିଓ କ୍ଲିପ୍ ଜରିଆରେ ୟୁଟ୍ୟୁବର୍ଜଣଙ୍କ ପ୍ରକାଶ କରିଛନ୍ତି ଯେ ମକ୍କା ଠାରେ ଅବସ୍ଥିତ ପ୍ରବେଶ ପଥରେ ତାଙ୍କୁ କେତେକ କୁରାନ ଆୟତ ପଢିବାକୁ କୁହାଯାଇଥିଲା। ଯେତେବେଳେ ସେ କୁରାନ ଆୟତ ପଢିବାରେ ସଫଳ ହୋଇଥିଲେ ସେତେବେଳେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା।

Advertisement
New Controversy for Mecca: ଅଣ ମୁସଲିମଙ୍କ ଦାବିକୁ ନେଇ ବଢିଲା ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି
Stop
Subhramjit Ray|Updated: Aug 03, 2022, 10:25 PM IST

Non Muslim at Mecca: ନିକଟରେ ଜଣେ ଅଣ ମୁସଲିମ ତେଲୁଗୁ ୟୁଟ୍ୟୁବର୍ ଦାବି କରିଛି ଯେ ସେ ଇସଲାମ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ସାଉଦି ଆରବ ଠାରେ ଅବସ୍ଥିତ ମକ୍କା ପରିଦର୍ଶନ କରିଛନ୍ତି। ତାଙ୍କର ଏହି ଦାବି ପରେ ଦେଶରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସାଉଦି ଆରବ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇ ହୋଇଛି। ୟୁଟ୍ୟୁବର୍ ଜଣଙ୍କ ଏକ ଲାଇଭ୍ ଚାଟ୍ କରିବା ବେଳେ ଦାବି କରିଛି ଯେ ସେ ମକ୍କା ଠାରେ ପ୍ରବେଶ କରିଛନ୍ତି। ଏପରିକି ସେ ମୋବାଇଲ ଯୋଗେ ଏକ ଫଟୋ ଦେଖାଇଥିଲେ ଯେଉଁଥିରେ ସେ ପବିତ୍ର ମସଜିଦ ନିକଟରେ ଠିଆ ହେବା ସହ ହାତ ବଢାଇ ପ୍ରାର୍ଥନା କରୁଥିଲେ।

ଅନ୍ୟ ଏକ ଭିଡ଼ିଓ କ୍ଲିପ୍ ଜରିଆରେ ୟୁଟ୍ୟୁବର୍ (YouTuber) ଜଣଙ୍କ ପ୍ରକାଶ କରିଛି ଯେ ମକ୍କା (Mecca) ଠାରେ ଅବସ୍ଥିତ ପ୍ରବେଶ ପଥରେ ତାଙ୍କୁ କେତେକ କୁରାନ ଆୟତ (Ayat of Quran ) ପଢିବାକୁ କୁହାଯାଇଥିଲା। ଯେତେବେଳେ ସେ କୁରାନ ଆୟତ ପଢିବାରେ ସଫଳ ହୋଇଥିଲେ ସେତେବେଳେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ତାଙ୍କର ଏହି ଦାବ ଉପରେ କିଛି ଲୋକ ପ୍ରଶ୍ନ ଉଠାଇବା ସହ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଉଦି ଆରବ କର୍ତ୍ତୃପକ୍ଷଙ୍କ (Saudi Arabian Authority) ନିକଟରେ ଦାବି କରିଛନ୍ତି। ତାଙ୍କର ଏହି ଦାବିକୁ ନେଇ ବିବାଦ ସୃଷ୍ଟି ହେବା ପରେ ୟୁଟ୍ୟୁବର୍ ଜଣଙ୍କ ତାଙ୍କର କଥିତ ମକ୍କା ଯାତ୍ରା (Travel to Mecca) ବାବଦରେ  କୌଣସି ପ୍ରଶ୍ନର ଉତ୍ତର ଜବାବ ଦେବା ବନ୍ଦ କରିଦେଇଥିଲେ।

ସୋସିଆଲ ମିଡିଆ ଜରିଆରେ ପରବର୍ତ୍ତୀ ଲାଇଭ୍ ଷ୍ଟ୍ରିମ୍ କରିବା ସମୟରେ ୟୁଟ୍ୟୁବର୍ ଜଣଙ୍କ ତାଙ୍କର ମକ୍କା ଯାତ୍ରା ବାବଦରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। ତାଙ୍କର କାର୍ଯ୍ୟ ଯଥାର୍ଥ ଏବଂ ଆଇନଗତ ନୁହେଁ ବୋଲି କିଛି ଲୋକ ମତ ଦେଇଥିଲେ।  ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ତାଙ୍କୁ ୮-୧୦ ବର୍ଷ କାରାଗାରରେ ରଖାଯାଇ ପାରେ।

ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ ନିୟମ ଉଲ୍ଲଂଘନ କରି ମକ୍କା ଠାରେ ପ୍ରବେଶ କରିଥିବାରୁ ସେ ସାଉଦି ଆରବ ଭଳି ଦେଶରେ ମୃତ୍ୟୁଦଣ୍ଡର ସାମ୍ନା କରିପାରନ୍ତି। ଜଣେ ଟ୍ୱିଟର ୟୁଜର ମକ୍କା ଠାରେ ପ୍ରବେଶ କରିବା ପାଇଁ ଏକ ନକଲି ମୁସଲିମ ସାର୍ଟିଫିକେଟ୍ (Fake Muslim Certificate) ବ୍ୟବହାର କରିଥିବା ୟୁଟ୍ୟୁବର୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଉଦି ଆରବ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ସେ ୟୁଟ୍ୟୁବର୍ ଙ୍କ ପକ୍ଷରୁ କରାଯାଇଥିବା ଦାବିର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ୟୁଟ୍ୟୁବର୍ ଙ୍କ ୟୁଟ୍ୟୁବ ଚ୍ୟାନେଲ (YouTube Channel) ରେ ୬ ଲକ୍ଷରୁ ଅଧିକ ସବସ୍କ୍ରାଇବର (YouTube Subscriber) ଅଛନ୍ତି। ସେ ମକ୍କା ଠାରେ ପ୍ରବେଶ କରିଥିବା ପ୍ରଥମ ତେଲୁଗୁ ୟୁଟ୍ୟୁବର୍ (Telugu YouTuber) ବୋଲି ଦାବି କରାଯାଉଛି।

Also Read: Kyrgyzstan: ମାଂସ ଦର ବୃଦ୍ଧି ପାଇଁ ମହିଳାଙ୍କ ଶରୀର ଦାୟୀ

Also Read: 'ନିଜ ଦେଶ ପ୍ରତି ବିଶ୍ୱସ୍ତ ରୁହନ୍ତୁ ମୁସଲମାନ'

Also Read: ନମାଜ ପଢିବାକୁ ନେଇ ବିରୋଧ; ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ବିତର୍କ

 

 

 

 

Read More
{}{}